ନନ୍ଦନକାନନକୁ ହାଇଦ୍ରାବାଦରୁ ଆସିଲେ ୨୬ ପ୍ରାଣୀ
ବାରଙ୍ଗ/ତ୍ରିଶୂଳିଆ,୨୬।୧୧(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା):କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କ ମଧ୍ୟରେ ସୋମବାର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଏକ ୧୭ ଜଣିଆ ଦଳ ୨୬ ପଶୁପକ୍ଷୀଙ୍କୁ ଧରି ନନ୍ଦନକାନନରେ ପହଞ୍ଚତ୍ଛନ୍ତି। ଏଥିମଧ୍ୟରେ ରହିଛନ୍ତି ହଳେ ସାରସ ପକ୍ଷୀ, ହଳେ ଚାମଚଥଣ୍ଟିଆ ଗେଣ୍ଡାଳିଆ, ହଳେ ଧୂସର ଜଙ୍ଗଲୀ କୁକ୍କୁଟ, ୨ ମାଈ ଇଗୁଆନା, ୨ ହଳ ଧଳା କପୋତ, ୨ ହଳ […] The post ନନ୍ଦନକାନନକୁ ହାଇଦ୍ରାବାଦରୁ ଆସିଲେ ୨୬ ପ୍ରାଣୀ appeared first on Dharitri Odia News.
ବାରଙ୍ଗ/ତ୍ରିଶୂଳିଆ,୨୬।୧୧(ଲିଙ୍ଗରାଜ ରାଉତ/ତୁଷାରକାନ୍ତ ବେହେରା):କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ହାଇଦ୍ରାବାଦସ୍ଥିତ ନେହେରୁ ଜୁଲୋଜିକାଲ ପାର୍କ ମଧ୍ୟରେ ସୋମବାର ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଏକ ୧୭ ଜଣିଆ ଦଳ ୨୬ ପଶୁପକ୍ଷୀଙ୍କୁ ଧରି ନନ୍ଦନକାନନରେ ପହଞ୍ଚତ୍ଛନ୍ତି। ଏଥିମଧ୍ୟରେ ରହିଛନ୍ତି ହଳେ ସାରସ ପକ୍ଷୀ, ହଳେ ଚାମଚଥଣ୍ଟିଆ ଗେଣ୍ଡାଳିଆ, ହଳେ ଧୂସର ଜଙ୍ଗଲୀ କୁକ୍କୁଟ, ୨ ମାଈ ଇଗୁଆନା, ୨ ହଳ ଧଳା କପୋତ, ୨ ହଳ ହଗ୍ ଡିଅର, ହଳେ କୁଜି ହରିଣ, ହଳେ ନାଲି ବାଲିବୋଡା, ହଳେ ବାଲିବୋଡା, ୨ ଅଣ୍ଡିରା ଗୋଲାଞ୍ଜି ମାଙ୍କଡ଼ ଓ ହଳେ ବୋଡା ସାପ। ଏହି ନୂଆ ଅତିଥି ଆସିବା ପରେ ନନ୍ଦନକାନନ ପ୍ରାଣୀ ଚିକିତ୍ସାଳୟରେ ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ରଖାଯାଇଛି। ତେବେ ପ୍ରତିବଦଳରେ ନନ୍ଦନକାନନରୁ ୩ ସିଆମିଜ କୁମ୍ଭୀର, ୪ ସୁବର୍ଣ୍ଣ କୁକ୍କୁଟ, ୨ ଲେଡି ଆମରେଷ୍ଟ କୁକ୍କୁଟ, ୨ ହଗ ଡିଅର, ୨ କୁଜି ହରିଣକୁ ମିଶାଇ ଏପରି ୧୩ଟି ପଶୁପକ୍ଷୀ ମଙ୍ଗଳବାର ହାଇଦ୍ରାବାଦକୁ ଯିବେ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟରେ ସେଠାରୁ ୨ଟି ମାଈ ବନେଟ ମାଙ୍କଡ଼ ଆସିବ ଏବଂ ଏହା ବଦଳରେ ଏଠାରୁ ୨ ହଳ ଲମ୍ବା ଥଣ୍ଟିଆ ବଗ ଓ ୨ ହଳ ଆସାମିଜ ମାଙ୍କଡ଼ ଦିଆଯିବ। ତେବେ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନରେ ଧୂସର ଜଙ୍ଗଲୀ କୁକ୍କୁଟ ନୂଆ ପ୍ରଜାତି ଭାବେ ଯୋଡ଼ି ହୋଇଛି। ଏକୁଟିଆ ଥିବା ସାରସ ପକ୍ଷୀ ଓ ଚନ୍ଦନ ବୋଡା ପାଇଁ ସାଥୀ ମିଳିପାରିଛି। ଏହି ପ୍ରକ୍ରିୟା ଯୋଗୁ ବଂଶଗତ ଓ ରକ୍ତ ସମ୍ପର୍କରେ ପରିବର୍ତ୍ତନ ଆସିବ ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
The post ନନ୍ଦନକାନନକୁ ହାଇଦ୍ରାବାଦରୁ ଆସିଲେ ୨୬ ପ୍ରାଣୀ appeared first on Dharitri Odia News.