ନନ୍ଦନକାନନରେ ଖଣ୍ଡା ଆତଙ୍କ, ଦୁଇ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର : ନନ୍ଦନକାନନ ଡେପୁଟି ଡାଇରେକ୍ଟରଙ୍କ ରୁମରେ ପଶି ଖଣ୍ଡାରେ ଆତଙ୍କ ଖେଳାଇବା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଗିରଫ କଲା ନନ୍ଦନକାନନ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନନ୍ଦନକାନନ ପାଖରେ ଥିବା ଦାରୁଠେଙ୍ଗର ଖୋବା ଓରଫ ସନ୍ତୋଷ ପାହାଡ଼ ସିଂ ଓ ଅନ୍ୟ ଜଣେ ବାରଙ୍ଗ ଅଞ୍ଚଳର ସନ୍ତୋଷ ସାମଲ । ଖୋବା ନାଁରେ ୧୦ରୁ ଅଧିକ ମାମଲା ରହିଛି । ଘଟଣା ପଛର କାରଣ ନେଇ ତଦନ୍ତ ଚାଲିଛି । […] The post ନନ୍ଦନକାନନରେ ଖଣ୍ଡା ଆତଙ୍କ, ଦୁଇ ଅଭିଯୁକ୍ତ ଗିରଫ appeared first on KNews Odisha.

ଭୁବନେଶ୍ୱର : ନନ୍ଦନକାନନ ଡେପୁଟି ଡାଇରେକ୍ଟରଙ୍କ ରୁମରେ ପଶି ଖଣ୍ଡାରେ ଆତଙ୍କ ଖେଳାଇବା ଘଟଣା । ଦୁଇ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଗିରଫ କଲା ନନ୍ଦନକାନନ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନନ୍ଦନକାନନ ପାଖରେ ଥିବା ଦାରୁଠେଙ୍ଗର ଖୋବା ଓରଫ ସନ୍ତୋଷ ପାହାଡ଼ ସିଂ ଓ ଅନ୍ୟ ଜଣେ ବାରଙ୍ଗ ଅଞ୍ଚଳର ସନ୍ତୋଷ ସାମଲ । ଖୋବା ନାଁରେ ୧୦ରୁ ଅଧିକ ମାମଲା ରହିଛି । ଘଟଣା ପଛର କାରଣ ନେଇ ତଦନ୍ତ ଚାଲିଛି ।
ନନ୍ଦନକାନନ ଥାନାକୁ ଖବର ଆସିବା ପରେ ସଙ୍ଗେ ସଙ୍ଗେ ପିସିଆର ଯାଇଥିଲା । ସେତେବେଳେ ନନ୍ଦନକାନନ ର ଷ୍ଟାଫ ବାହାରେ ଛିଡା ହୋଇଥିଲେ । ପୋଲିସ ଭିତରକୁ ଯିବା ଭିତରେ ଖସି ପଳାଇଥିଲେ ଅଭିଯୁକ୍ତ । ଖୋବା ବିରୋଧରେ ୧୧୦ ଆକ୍ଟ ଲଗାଇବା ପାଇଁ ସୁପାରିଶ କରାଯିବ। ନନ୍ଦନ କାନନରେ ପlଟ୍ରୋଲିଂ ସବୁ ଦିନ ରହିଥାଏ। ଛୁଟି ଥିବାରୁ ପାଟ୍ରୋଲିଙ୍ଗ ଗାଡ଼ି ନଥିଲା। ନନ୍ଦନକାନନ ସୁରକ୍ଷା ନେଇ ଅଧିକ ଧ୍ୟାନ ଦିଆଯିବ। ପାଟ୍ରୋଲିଂ କଡ଼ାକଡି କରାଯିବ।
The post ନନ୍ଦନକାନନରେ ଖଣ୍ଡା ଆତଙ୍କ, ଦୁଇ ଅଭିଯୁକ୍ତ ଗିରଫ appeared first on KNews Odisha.