ନବରାତ୍ର ଉପବାସ ସତ୍ତ୍ୱେ ଅଟକିବେନି ମୋଦି; ୯ ଦିନରେ ୨୦ରୁ ଅଧିକ ରାଲି-ଦୈନିକ ୩ହଜାର କିମି କରିବେ ଯାତ୍ରା
ନୂଆଦିଲ୍ଲୀ,୧୦।୪: ଚୈତ୍ର ନବରାତ୍ର ଆରମ୍ଭ ହୋଇଛି। ଏହି ନବରାତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସ ରଖି ପୂର୍ବଭଳି ରାଲି କରିବେ। ୭୩ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେହ ବ୍ରତ ରଖିଥିଲେ ହେଁ ୨ ରୁ ୩ ହଜାର କିମି ଯାତ୍ରା କରିବେ। ଏଥିସହ ପୂର୍ବଭଳି ସମସ୍ତ କାର୍ଯ୍ୟକ୍ରମ ଜାରି ରଖିବେ। ପୂରା ୯ ଦିନ ଲାଗି ସେ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୨୦ରୁ ଅଧିକ ଜସସମାବେଶରେ ଉଦ୍ବୋଧନ ଦେବା ସହ ରୋଡ ଶୋ’ କରିବେ। […] The post ନବରାତ୍ର ଉପବାସ ସତ୍ତ୍ୱେ ଅଟକିବେନି ମୋଦି; ୯ ଦିନରେ ୨୦ରୁ ଅଧିକ ରାଲି-ଦୈନିକ ୩ହଜାର କିମି କରିବେ ଯାତ୍ରା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୪: ଚୈତ୍ର ନବରାତ୍ର ଆରମ୍ଭ ହୋଇଛି। ଏହି ନବରାତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପବାସ ରଖି ପୂର୍ବଭଳି ରାଲି କରିବେ। ୭୩ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତ୍ୟେହ ବ୍ରତ ରଖିଥିଲେ ହେଁ ୨ ରୁ ୩ ହଜାର କିମି ଯାତ୍ରା କରିବେ। ଏଥିସହ ପୂର୍ବଭଳି ସମସ୍ତ କାର୍ଯ୍ୟକ୍ରମ ଜାରି ରଖିବେ। ପୂରା ୯ ଦିନ ଲାଗି ସେ ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୨୦ରୁ ଅଧିକ ଜସସମାବେଶରେ ଉଦ୍ବୋଧନ ଦେବା ସହ ରୋଡ ଶୋ’ କରିବେ।
ମୋଦି ଗତ ୪୫ ବର୍ଷ ଧରି ନବରାତ୍ରର ୯ ଦିନ ବ୍ରତ କରି ଆସୁଛନ୍ତି। ଉପବାସରେ ଥିଲେ ହେଁ ତାଙ୍କର ଦୈନିକ ଜୀବନଚର୍ଯ୍ୟା ଅନ୍ୟ ଦିନଗୁଡ଼ିକ ସହ ସମାନ। ଚଳିତ ବର୍ଷ ନିର୍ବାଚନ ଥିବାରୁ ସେ ନବରାତ୍ରରେ ଉପବାସ ସମୟରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ କୋହଳ କରିନାହାନ୍ତି। ମଙ୍ଗଳବାର ନବରାତ୍ରର ପ୍ରଥମ ଦିନରେ ସେ ୩ ରାଜ୍ୟ ଗସ୍ତ ସହ ୨ ରାଲି ଏବଂ ଗୋଟିଏ ରୋଡ ଶୋ’ କରିଛନ୍ତି।
The post ନବରାତ୍ର ଉପବାସ ସତ୍ତ୍ୱେ ଅଟକିବେନି ମୋଦି; ୯ ଦିନରେ ୨୦ରୁ ଅଧିକ ରାଲି-ଦୈନିକ ୩ହଜାର କିମି କରିବେ ଯାତ୍ରା appeared first on Dharitri Odia News.