‘ନବୀନ ଏବେ ବି ଗୃହବନ୍ଦୀ’
ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍ ବିଲ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍କୁ ବିଜେଡି ସମର୍ଥନ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଦଳର ଏମ୍ପି ସସ୍ମିତ ପାତ୍ର ଏକମାତ୍ର ବିଜେଡି ନେତା ଭାବେ ଏହାକୁ ସମର୍ଥନ ଦେଇଥିଲେ। ଫଳରେ ଅନ୍ୟ ନେତାମାନେ ତାଙ୍କ ବିପକ୍ଷରେ ବାହାରିଥିବା ବେଳେ ବିରୋଧୀମାନେ ବିଜେଡି କନ୍ଦଳକୁ ନେଇ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି। ଏହି କ୍ରମରେ ବରିଷ୍ଠ କଂଗ୍ରେସ […] The post ‘ନବୀନ ଏବେ ବି ଗୃହବନ୍ଦୀ’ appeared first on Dharitri Odia News.
ଭୁବନେଶ୍ୱର,୬।୪: କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଓ୍ବକଫ୍ ବିଲ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ବିଲ୍କୁ ବିଜେଡି ସମର୍ଥନ ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା। ହେଲେ ଦଳର ଏମ୍ପି ସସ୍ମିତ ପାତ୍ର ଏକମାତ୍ର ବିଜେଡି ନେତା ଭାବେ ଏହାକୁ ସମର୍ଥନ ଦେଇଥିଲେ। ଫଳରେ ଅନ୍ୟ ନେତାମାନେ ତାଙ୍କ ବିପକ୍ଷରେ ବାହାରିଥିବା ବେଳେ ବିରୋଧୀମାନେ ବିଜେଡି କନ୍ଦଳକୁ ନେଇ ମୁଖିଆ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି।
ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିସ୍ଫୋରକ ବୟାନ ଦେଇ କହିଛନ୍ତି, ମୁଖ୍ୟ ପରାମର୍ଶଦାତା ନବୀନଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ପୂର୍ବରୁ ବି ରଖିଥିଲେ, ଏବେ ବି ସେ ଗୃହବନ୍ଦୀ ଅଛନ୍ତି। ନବୀନଙ୍କୁ ଦିଲ୍ଲୀ ନେଇ ବ୍ଲାକ୍ ଡିଲ୍ କରିଛନ୍ତି। ମିଳିତ ମନ୍ତ୍ରିମଣ୍ଡଳ କରିବାକୁ ଯୋଜନା କରିଥିବା ନରସିଂହ କହିଛନ୍ତି।
କହିରଖୁଛୁ, ବିଜେଡିରେ ଓ୍ବକଫ ବିଲକୁ ନେଇ ଅସ୍ପଷ୍ଟ ନୀତି ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିଛି। ଏହି ବିଲ ରାଜ୍ୟ ସଭାରେ ପାରିତ ହୋଇଥିବା ସମୟରେ ଦଳୀୟ ଏମପିଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। କୁହାଯାଉଛି ଯେ, ଦଳର ସଭାପତି ନବୀନ ପଟ୍ଟନାୟକ ସବୁ ଏମପିଙ୍କୁ ବିଲ ବିରୋଧରେ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଶେଷ ମୂହୁର୍ତ୍ତରେ ପରିସ୍ଥିତି ଅଲଗା ଦେଖିବାକୁ ମିଳିଥିଲା।
ଫଳରେ, ରାଜ୍ୟ ସଭାରେ ବିଜେଡି ଏମପି ସସ୍ମିତ ପାତ୍ର ବିଲ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ ମୁଜିବୁଲ୍ଲା ଖାନ ଏହାର ବିରୋଧ କରିଥିଲେ। ସେହିପରି ଦେବାଶିଷ ସାମନ୍ତରାୟ ଭୋଟ ନେଇ ନାହାନ୍ତି। ଅନ୍ୟ ୪ ଏମପିଙ୍କ ଭୋଟ ସ୍ଥିତି ଏପର୍ଯ୍ୟନ୍ତ ଅଜଣା ରହିଛି।
The post ‘ନବୀନ ଏବେ ବି ଗୃହବନ୍ଦୀ’ appeared first on Dharitri Odia News.