ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
ପାଟଣା,୨୩ା୬(ବୀରକିଶୋର ଦାଶ): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସ୍ପାଇନଲ ଅସ୍ତ୍ରୋପଚାର ହୋଇଛି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସୋମବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣା ଆନନ୍ଦେଶ୍ୱର ଶିବମନ୍ଦିରରେ ବିଜେଡି ପକ୍ଷରୁ ସତନ୍ତ୍ର ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳିତ କରାଯାଇଛି। ବିଜେଡିର ଶତାଧିକ ନେତା କର୍ମୀ ସାମିଲ ହୋଇ ସାମୁହିକ ୧୦୮ ଦୀପଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପାଟଣାର ପୂର୍ବତନ ବିଧାୟକ […] The post ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ appeared first on Dharitri Odia News.
ପାଟଣା,୨୩ା୬(ବୀରକିଶୋର ଦାଶ): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସ୍ପାଇନଲ ଅସ୍ତ୍ରୋପଚାର ହୋଇଛି। ତେବେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ସୋମବାର କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ପାଟଣା ଆନନ୍ଦେଶ୍ୱର ଶିବମନ୍ଦିରରେ ବିଜେଡି ପକ୍ଷରୁ ସତନ୍ତ୍ର ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳିତ କରାଯାଇଛି। ବିଜେଡିର ଶତାଧିକ ନେତା କର୍ମୀ ସାମିଲ ହୋଇ ସାମୁହିକ ୧୦୮ ଦୀପଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ, ୨୩ ନମ୍ବର ଜିଲା ପରିଷଦ ସଦସ୍ୟା ରୁନୁ ମହାନ୍ତ, ୨୯ନମ୍ବର ଜିଲା ପରିଷଦ ସଦସ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ସାହାରପଡ଼ା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ କୁମାର ସାହୁ, ବରିଷ୍ଠ ନେତ୍ରୀ କନକ ନାଏକ, ବରିଷ୍ଠ ନେତା ଦୀପକ ରାଜ, କୃଷ୍ଣଚନ୍ଦ୍ର ମହାପାତ୍ର, ଶତ୍ରୁଘ୍ନ ସିଂ, ବିଜୟ ପଇଦା ମହେନ୍ଦ୍ର ମିଶ୍ର, ହିମାଂଶୁ ଶେଖର ବେହେରା, ସଂଜିତ ଚକ୍ରବିପ୍ଳବ ପୃଷ୍ଟି, ପ୍ରଶାନ୍ତ ଭଞ୍ଜ, ନବକିଶୋର ପୃଷ୍ଟି, ଅଯୋଧ୍ୟା ବେହେରା, ସୁମିତ ପତି, ଦେବାଶିଷ ମିଶ୍ର ପ୍ରମୁଖଙ୍କ ସହ ଶତାଧିକ ନେତା କର୍ମୀ ସାମିଲ ହୋଇଥିଲେ।
The post ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ appeared first on Dharitri Odia News.