‘ନବୀନଙ୍କ ସମୟରେ ଦୁଇଜଣ ସରକାର ଚଳାଉଥିଲେ, ସେମାନେ ସବୁ କଥା ବୁଝୁଥିଲେ’
ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ବାଳଙ୍କୁ ତଳକୁ ଖସେଇବା ପାଇଁ।
ନାଁ ନନେଇ ଦଳର ତୁଙ୍ଗ ନେତାଙ୍କ ଉପରେ ବର୍ଷିଲେ ଚୈଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ। ସେ କହିଛନ୍ତି, ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା। ଯେଉଁମାନେ ଦଳର ପୂର୍ବରୁ ନେତୃତ୍ବ ନେଉଥିଲେ ଏବଂ ଏବେ ମଧ୍ୟ ନେଉଛନ୍ତି ସେମାନେ ତାଙ୍କ ବନ୍ଧୁବାନ୍ଧବଙ୍କୁ ଲଗେଇ କୋଟି କୋଟି ଟଙ୍କା କଳାଧନ ଖର୍ଚ୍ଚ କରିଥିଲେ। କେବଳ ପ୍ରଭାତ ବିଶ୍ବାଳଙ୍କୁ ତଳକୁ ଖସେଇବା ପାଇଁ। ହେଲେ ଧର୍ମର ବିଜୟ ହୋଇଛି ବୋଲି କହିଛନ୍ତି ।
#ସୌଭିକଙ୍କ_ଟାର୍ଗେଟରେ_କିଏ ?
ନାଁ ନନେଇ ଦଳର ତୁଙ୍ଗ ନେତାଙ୍କ ଉପରେ ବର୍ଷିଲେ ଚୈଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ। ସେ କହିଛନ୍ତି, ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା।#BJD #MLA #Odisha #OTV pic.twitter.com/XVGopdCnvo — ଓଟିଭି (@otvkhabar) October 9, 2024
ଆହୁରି କହିଛନ୍ତି ଯେ, କଟକ ଚୈଦ୍ବାର ନିର୍ବାଚନ ମଣ୍ଡଳୀରେ ଏସସିବି ସମ୍ପ୍ରସାରଣ, ନେତାଜୀ ବସ ଟର୍ମିନାଲ, ଜାଇକା ପ୍ରକଳ୍ପ ଆଦି ହଜାର ହଜାର କୋଟି ଟଙ୍କାର କାମ ହୋଇଛି ହେଲେ କେହି କହିବେନି ଟଙ୍କାଟିଏ ଆମେ ନେଇଛୁ। ଯେଉଁ ଜଣେ ଦୁଇ ଜଣ ସରକାର ଚଳାଉଥିଲେ ସେମାନେ ସବୁ କଥା ବୁଝୁଥିଲେ। ନିଷ୍ଠାର ସହ ଆମେ ରହିଛୁ ହେଲେ ପଛରୁ ଆମକୁ ଛୁରୀ ଭୁଷିଛନ୍ତି, ଆମ ବିରୋଧରେ ଷଡଯନ୍ତ୍ର ଚାଲିଛି ବୋଲି କହିଛନ୍ତି ବିଧାୟକ ସୌଭିକ ବିଶ୍ବାଳ।
#ସୌଭିକଙ୍କ_ଟାର୍ଗେଟରେ_କିଏ ?
ନାଁ ନନେଇ ଦଳର ତୁଙ୍ଗ ନେତାଙ୍କ ଉପରେ ବର୍ଷିଲେ ଚୈଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ। ସେ କହିଛନ୍ତି, ୨୦୧୯ ଏବଂ ୨୦୨୪ ନିର୍ବାଚନରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ହରେଇବା ପାଇଁ ସମସ୍ତ ଚେଷ୍ଟା କରାଯାଇଥିଲା।#BJD #MLA #Odisha #OTV pic.twitter.com/z18x9PcbvR — ଓଟିଭି (@otvkhabar) October 9, 2024