ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର…

ଭୁବନେଶ୍ୱର,୮।୩: ବିଜୁ ବାବୁଙ୍କ ଶେଷ ସମୟରେ କେଉଁଠି ଥିଲେ ବିଜେଡି ମୁଖିଆ ? ରୋଗଗ୍ରସ୍ତ ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ତାଙ୍କୁ ଅପମାନ କରିଛନ୍ତି । ବିଜୁଙ୍କୁ ସମ୍ମାନ ଦେବା କଥା କହୁଛନ୍ତି , ତାଙ୍କ ଶେଷ ସମୟରେ ପୁଅ ପାଖରେ ନ ରହି ଅନ୍ୟତ୍ର ରହିବା ବିଜେଡି ମୁଖିଆଙ୍କ ବିଜୁଙ୍କ ପ୍ରତି କେତେ ଦରଦ ଥିଲା ବୋଲି ଭାଜପା […] The post ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର… appeared first on Dharitri Odia News.

ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର…

ଭୁବନେଶ୍ୱର,୮।୩: ବିଜୁ ବାବୁଙ୍କ ଶେଷ ସମୟରେ କେଉଁଠି ଥିଲେ ବିଜେଡି ମୁଖିଆ ? ରୋଗଗ୍ରସ୍ତ ସମୟରେ ବିଜେଡି ମୁଖିଆ ତାଙ୍କର କେତେ ଦିନ ସେବା କରିଥିଲେ ? ବିଜେଡି ମୁଖିଆ ବିଜୁଙ୍କ ନାଁରେ ସଂକୀର୍ଣ୍ଣ ରାଜନୀତି କରି ତାଙ୍କୁ ଅପମାନ କରିଛନ୍ତି । ବିଜୁଙ୍କୁ ସମ୍ମାନ ଦେବା କଥା କହୁଛନ୍ତି , ତାଙ୍କ ଶେଷ ସମୟରେ ପୁଅ ପାଖରେ ନ ରହି ଅନ୍ୟତ୍ର ରହିବା ବିଜେଡି ମୁଖିଆଙ୍କ ବିଜୁଙ୍କ ପ୍ରତି କେତେ ଦରଦ ଥିଲା ବୋଲି ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀ ସିଧା ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି, ନିଜର ରାଜନୈତିକ ସ୍ବାର୍ଥ ପାଇଁ ବିଜେଡି ବିଜୁଙ୍କୁ ବ୍ୟବହାର କରୁଛି। କେବଳ ସେତିକି ନୁହେଁ ଗୁମାସ୍ତାଙ୍କ କଥାରେ ପଡି ନିର୍ବାଚନ ସମୟରେ ବିଜୁ ବାବୁଙ୍କ ଫଟୋ ଉଡାଇଦେଲେ। ଗୁମାସ୍ତାଙ୍କ ଫଟୋ ସହ ନିଜେ ମୁଖିଆଙ୍କ ଫଟୋ ରଖି ବିଜେଡି ପ୍ରଚାରରେ ମାତିଥିଲେ। ସେତେବେଳେ ବିଜୁ ବାବୁଙ୍କ ପ୍ରତି ସମ୍ମାନ କୁଆଡେ ଯାଇଥିଲା ବୋଲି ଭାଜପା ବିଧାୟକ ଟଙ୍କଧର ଯୁକ୍ତି ବାଢିଛନ୍ତି। ବିଜୁ ବାବୁଙ୍କୁ ପେଟେଣ୍ଟ କରିବାକୁ ଚାହୁଁଛି ବିଜେଡି। କିନ୍ତୁ ବିଜୁ ବାବୁ ତା’ଠାରୁ ବହୁ ଊର୍ଦ୍ଧ୍ୱରେ ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି। ବିଜୁ ଜୟନ୍ତୀ ପାଳନ ସମୟରେ ନବୀନ ନ ଆସି ବିଜୁଙ୍କ ପ୍ରତି ଅସମ୍ମାନ କରିଛନ୍ତି ବୋଲି ଭାଜପା କହିଛି।

The post ନବୀନଙ୍କୁ କଡ଼ା କଥା କହିଲେ ଟଙ୍କଧର… appeared first on Dharitri Odia News.