ନବୀନଙ୍କୁ ମହାତ୍ମା ହଂସରାଜ ଗୌରବ ସମ୍ମାନ

ଭୁବନେଶ୍ୱର, ୩୦।୭: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହ ଉତ୍ସବରେ କୁରୁକ୍ଷେତ୍ର ସାଂସଦ ତଥା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ନିକଟରେ ମହାତ୍ମା ହଂସରାଜ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଜଗଦୀପ ଧନକର ତ୍ରିରଙ୍ଗାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ଜିନ୍ଦଲଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେହିଭଳି […] The post ନବୀନଙ୍କୁ ମହାତ୍ମା ହଂସରାଜ ଗୌରବ ସମ୍ମାନ appeared first on Dharitri Odia News.

ନବୀନଙ୍କୁ ମହାତ୍ମା ହଂସରାଜ ଗୌରବ ସମ୍ମାନ

ଭୁବନେଶ୍ୱର, ୩୦।୭: ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହ ଉତ୍ସବରେ କୁରୁକ୍ଷେତ୍ର ସାଂସଦ ତଥା ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ ନିକଟରେ ମହାତ୍ମା ହଂସରାଜ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଜଗଦୀପ ଧନକର ତ୍ରିରଙ୍ଗାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ନବୀନ ଜିନ୍ଦଲଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେହିଭଳି ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସରେ ନବୀନ ଜିନ୍ଦଲ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏପରିକି ଜିନ୍ଦଲ ଏହି କଲେଜର ପୂର୍ବତନ ଛାତ୍ର ଏବଂ ସେଠାରୁ ସେ ବାଣିଜ୍ୟରେ ଡିଗ୍ରୀ ହାସଲ କରିଛନ୍ତି। ଏହି ପ୍ରତିଭାବାନ ଛାତ୍ରଙ୍କ ସଫଳତା ପାଇଁ ହଂସରାଜ କଲେଜ ପକ୍ଷରୁ ତାଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ପ୍ରଦାନ କରାଯାଇଛି। ଅପରପକ୍ଷରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ୟୋଗେଶ ସିଂହ ଏବଂ ହଂସରାଜ କଲେଜର ଅଧ୍ୟକ୍ଷ ପ୍ରଫେସର ରମା ନବୀନଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ନବୀନ ଜିନ୍ଦଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଜରିଆରେ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ କୃତଜ୍ଞତା ଜ୍ଞାପନ କରି କହିଛନ୍ତି, ତ୍ରିରଙ୍ଗା ପାଇଁ ତାଙ୍କର ପ୍ରୟାସ ଓ ସଂଘର୍ଷକୁ ଉପରାଷ୍ଟ୍ରପତିଙ୍କ ପ୍ରଶଂସା ତାଙ୍କ ପାଇଁ ଗର୍ବର ବିଷୟ। ତ୍ରିରଙ୍ଗା କେବଳ ଆମକୁ ଏକାଠି କରେ ନାହିଁ ବରଂ ଆମକୁ ଦେଶ ନିର୍ମାଣରେ ଯୋଗଦାନ କରିବାକୁ ପ୍ରେରଣା ଦେଇଥାଏ।

The post ନବୀନଙ୍କୁ ମହାତ୍ମା ହଂସରାଜ ଗୌରବ ସମ୍ମାନ appeared first on Dharitri Odia News.