ନରାକାସ୍‌ ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଭୁବନେଶ୍ୱର ସର୍କଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ତଥା ନରାକାସ୍‌ (ବ୍ୟାଙ୍କ)ର ଅଧ୍ୟକ୍ଷ ଦିନେଶ ପୃଥୀ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଏହି ଅବସରରେ ଗୃହ ମନ୍ତ୍ରଣାଳୟ ରାଜଭାଷା ବିଭାଗର ପ୍ରତିନିଧି ତଥା ସହାୟକ ନିର୍ଦ୍ଦେଶକ (କାର୍ଯ୍ୟାନ୍ବୟନ) ନିର୍ମଳ କୁମାର ଦୁବେଙ୍କ ସମେତ […] The post ନରାକାସ୍‌ ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ appeared first on Dharitri Odia News.

ନରାକାସ୍‌ ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୨।୨: ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଭୁବନେଶ୍ୱର ସର୍କଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ ତଥା ନରାକାସ୍‌ (ବ୍ୟାଙ୍କ)ର ଅଧ୍ୟକ୍ଷ ଦିନେଶ ପୃଥୀ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା।

ଏହି ଅବସରରେ ଗୃହ ମନ୍ତ୍ରଣାଳୟ ରାଜଭାଷା ବିଭାଗର ପ୍ରତିନିଧି ତଥା ସହାୟକ ନିର୍ଦ୍ଦେଶକ (କାର୍ଯ୍ୟାନ୍ବୟନ) ନିର୍ମଳ କୁମାର ଦୁବେଙ୍କ ସମେତ ସାରଦା ପ୍ରସନ୍ନ ମହାନ୍ତି, କ୍ଷେତ୍ରୀୟ ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଡା. ସୁଧାଂଶୁ କେ.କେ.ମିଶ୍ର, ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ ମନୋଜ କୁମାର ସିଂହ,ଉପାଧ୍ୟକ୍ଷ ଏବଂ ମଣ୍ଡଳ ବିକାଶ ଅଧିକାରୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ତଥା ଭୁବନେଶ୍ବରସ୍ଥିତ ସମସ୍ତ ସରକାରୀ ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡ଼ିକର ଉପ ମହାପ୍ରବନ୍ଧକ, ବରିଷ୍ଠ କାର୍ଯ୍ୟପାଳକ ଏବଂ ରାଜଭାଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିଭଳି ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱରର ଉପସଭାପତି ମନୋଜ କୁମାର ସିଂହ ସ୍ବାଗତ ଭାଷଣ ପ୍ରଦାନ ସହ ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ପାଇଁ ବେଶ୍‌ ପ୍ରଶଂସା କରିବା ସହ ପୁଣେଠାରେ ଅନୁଷ୍ଠିତ ୩ୟ ସର୍ବଭାରତୀୟ ରାଜଭାଷା ସମ୍ମିଳନୀରେ ନରାକାସ୍‌ (ବ୍ୟାଙ୍କ) ଭୁବନେଶ୍ୱର ଦ୍ୱାରା ପ୍ରାପ୍ତ ନାରକାସ୍‌ ରାଜଭାଷା ସମ୍ମାନ ପୁରସ୍କାର ବିଷୟରେ ସୂଚନା ପ୍ରଦାନକରି ସମସ୍ତ ସଦସ୍ୟଙ୍କ କାର୍ଯ୍ୟାଳୟକୁ ଏହାର ଶ୍ରେୟ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ସଦସ୍ୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ରାଜଭାଷାର ପ୍ରଚାର ପ୍ରସାର ପାଇଁ ଗତ ୬ମାସରେ ଆୟୋଜନ କରାଯାଇଥିବା ବିଭିନ୍ନ ହିନ୍ଦୀ କାର୍ଯ୍ୟକ୍ରମ ସମ୍ପର୍କିତ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।

The post ନରାକାସ୍‌ ଭୁବନେଶ୍ବରର ୫୫ତମ ଅର୍ଦ୍ଧବାର୍ଷିକ ବୈଠକ appeared first on Dharitri Odia News.