ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ

ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜୋର୍‌ଦାର ଭାଷଣ ଦେଇଥିଲେ । ସେ ନରେନ୍ଦ୍ର ମୋଦିଙ୍କୁ ଲୋକସଭାର ନେତା, ବିଜେପି ତଥା ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ କରିବାର ପ୍ରସ୍ତାବକୁ ସମର୍ଥନ କରିଥିଲେ । ସେ କହିଥିଲେ ଯେ ଆମ ଦଳ ‘ଜେଡିୟୁ’ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କୁ ସମର୍ଥନ କରୁଛି । ସେ ସମଗ୍ର ଦେଶର ସେବା କରିଛନ୍ତି ଏବଂ ଆମେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସହିତ ରହିବୁ […] The post ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ appeared first on KNews Odisha.

ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ
modi2

ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜୋର୍‌ଦାର ଭାଷଣ ଦେଇଥିଲେ । ସେ ନରେନ୍ଦ୍ର ମୋଦିଙ୍କୁ ଲୋକସଭାର ନେତା, ବିଜେପି ତଥା ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ମନୋନୀତ କରିବାର ପ୍ରସ୍ତାବକୁ ସମର୍ଥନ କରିଥିଲେ । ସେ କହିଥିଲେ ଯେ ଆମ ଦଳ ‘ଜେଡିୟୁ’ ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦିଙ୍କୁ ସମର୍ଥନ କରୁଛି । ସେ ସମଗ୍ର ଦେଶର ସେବା କରିଛନ୍ତି ଏବଂ ଆମେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ସହିତ ରହିବୁ ।

ଏନ୍‌ଡିଏ ବୈଠକରେ ନିଜ ଭାଷଣ ପରେ ଯେତେବେଳେ ନୀତୀଶ କୁମାର ମଞ୍ଚ ଆଡ଼କୁ ଆସିଥିଲେ, ସେତେବେଳେ ସେ ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ । ଯେମିତି ନୀତୀଶ କୁମାର ତାଙ୍କ ପାଦ ଛୁଇଁବା ପାଇଁ ଆଗକୁ ବଢ଼ିଥିଲେ, ତତ୍‌କ୍ଷଣାତ ମୋଦି ତାଙ୍କର ଦୁଇ ହାତ ଧରି ପକାଇଥିଲେ । ତାଙ୍କୁ ନୀତୀଶ କୁମାର ମୁଣ୍ଡ ନୁଆଁଇ ଅଭିବାଦନ ଜଣାଇଥିଲେ ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୂଚନାଥାଉ କି, ନୀତୀଶ କୁମାର ନରେନ୍ଦ୍ର ମୋଦିଙ୍କଠାରୁ ଏକ ବର୍ଷ ସାନ ।

ନୀତୀଶ କୁମାର ସଂସଦୀୟ ଦଳର ବୈଠକକୁ ସମ୍ବୋଧିତ କରିବା ବେଳେ କହିଥିଲେ ଯେ ନରେନ୍ଦ୍ର ମୋଦି ୧୦ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ପୁଣି ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ସମଗ୍ର ଦେଶର ସେବା କରିଛନ୍ତି । ମୋର ସମ୍ପୂର୍ଣ୍ଣ ଭରସା ଅଛି ଯେ ଯାହା କିଛି ବାକି ରହିଛି, ତାହାକୁ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ କରିବେ ।

କହି ରଖୁଛୁ ଯେ ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଏନ୍‌ଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭେଟିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ଆଡ୍‌ଭାନୀଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଥିଲେ । ଏହି ସମୟରେ ସେ ବରିଷ୍ଠ ବିଜେପି ନେତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।

The post ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ appeared first on KNews Odisha.