ନାଁ ନ ନେଇ ଖୋଲା ଅଫର ଦେଲେ ଅଖିଳେଶ: କହିଲେ ‘୧୦୦ ଆଣ, ସରକାର ଗଢ଼’
ଲକ୍ଷ୍ନୌ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରେ ଉତ୍ତରପ୍ରଦେଶ ଭାଜପାରେ ହଲଚଲ ଦେଖିବାକୁ ମିଳୁଛି। ଦଳ ପକ୍ଷରୁ ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। କିଛି ନେତା ଅସନ୍ତୋଷ ବ୍ୟକ୍ତ କରି ଖୋଲାଖୋଲି ବୟାନ ଦେଉଛନ୍ତି। ଏସବୁ ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି ‘ମୌସୁମୀ ଅଫର୍, ଶହେ ଆଣ, ସରକାର ଗଢ଼। ’ ଏହି ପୋଷ୍ଟରେ ସେ କାହାର ନାଁ ନେଇ […] The post ନାଁ ନ ନେଇ ଖୋଲା ଅଫର ଦେଲେ ଅଖିଳେଶ: କହିଲେ ‘୧୦୦ ଆଣ, ସରକାର ଗଢ଼’ appeared first on Dharitri Odia News.
ଲକ୍ଷ୍ନୌ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରେ ଉତ୍ତରପ୍ରଦେଶ ଭାଜପାରେ ହଲଚଲ ଦେଖିବାକୁ ମିଳୁଛି। ଦଳ ପକ୍ଷରୁ ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। କିଛି ନେତା ଅସନ୍ତୋଷ ବ୍ୟକ୍ତ କରି ଖୋଲାଖୋଲି ବୟାନ ଦେଉଛନ୍ତି। ଏସବୁ ମଧ୍ୟରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି ‘ମୌସୁମୀ ଅଫର୍, ଶହେ ଆଣ, ସରକାର ଗଢ଼। ’ ଏହି ପୋଷ୍ଟରେ ସେ କାହାର ନାଁ ନେଇ ନ ଥିଲେ ହେଁ ଏହା ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟଙ୍କ ଉଦ୍ଦେଶ୍ୟରେ ବୋଲି କୁହାଯାଉଛି।
मानसून ऑफ़र: सौ लाओ, सरकार बनाओ!
— Akhilesh Yadav (@yadavakhilesh) July 18, 2024
ୟୁପି ଭାଜପାରେ ଚାଲିଥିବା କନ୍ଦଳକୁ ନେଇ ଅଖିଳେଶ ପୂର୍ବରୁ ବୟାନ ଦେଇଛନ୍ତି। ବୁଧବାର ସେ କହିଥିଲେ ଯେ ସରକାର ନିଜ ନିଜ ମଧ୍ୟରେ ଲଢ଼ୁଛନ୍ତି। ଲକ୍ଷ୍ନୌ ସରକାର ଦୁର୍ବଳ ହୋଇଛନ୍ତି। ଭାଜପାରେ ଚାଲିଥିବା ପଦକୁ ନେଇ ଲଢ଼େଇରେ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି। ଏହାର ଜବାବ ଦେଇ କେଶବ ପ୍ରସାଦ କହିଥିଲେ ଯେ ଅଖିଳେଶ ଜାଣିବା କଥା ଭାଜପା ଦେଶରେ ଏବଂ ରାଜ୍ୟରେ ମଜଭୂତ ସରକାର ଗଢ଼ିଛି। ସମାଜବାଦୀର ପିଡିଏ ଏକ ଧୋକା। ପୁଣିଥରେ ରାଜ୍ୟରେ ସମାଜବାଦୀ ସମୟର ଗୁଣ୍ଡାରାଜ୍ ଫେରିବା ଅସମ୍ଭବ। ଭାଜପା ୨୦୨୭ରେ ୨୦୧୭ର ପରିଣାମ ଦୋହରାଇବ ବୋଲି ସେ କହିଛନ୍ତି।
The post ନାଁ ନ ନେଇ ଖୋଲା ଅଫର ଦେଲେ ଅଖିଳେଶ: କହିଲେ ‘୧୦୦ ଆଣ, ସରକାର ଗଢ଼’ appeared first on Dharitri Odia News.