ନାଏବ ସରପଞ୍ଚଙ୍କ ଦାଦାଗିରି । ଗାଁ ଦାଣ୍ଡରେ ହିତାଧିକାରୀଙ୍କୁ ଜୋତାରେ ପିଟିଲେ
କନକ ବ୍ୟୁରୋ: ନାଏବ ସରପଞ୍ଚଙ୍କ ଦାଦାଗିରି। ଗାଁ ଦାଣ୍ଡରେ ହିତାଧିକାରୀଙ୍କୁ ଜୋତାରେ ପିଟିଲେ ନାଏବ ସରପଞ୍ଚ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୂଳ ଗାଁରେ ଏହି ଘଟଣା ଘଟିଛି। ଆବାସ ଯୋଜନାକୁ ନେଇ ପଞ୍ଚାୟତ ସ୍ତରରେ ଏକ ବୈଠକ ହୋଇଥିଲା। ସେଥିରେ ହିତାଧିକାରୀ ଓ ଜନପ୍ରତିନିଧିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାପରେ ଉକ୍ତସ୍ଥାନରୁ ଉଠି ପଳାଇଥିଲେ ଚନ୍ଦନ ସାହୁ ନାମକ ଜଣେ ହିତାଧିକାରୀ। ଏହାପରେ ନାଏବ ସରପଞ୍ଚ କବିତା ମହାନ୍ତି ଓ ତାଙ୍କ ସଂପର୍କୀୟ ଆସି ଚନ୍ଦନଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଝାଡୁ, ବାଉଁଶ ଓ ଠେଙ୍ଗାରେ ବି ନିର୍ଘାତ ମାଡ଼ ମାରିଥିବା ଭିଜୁଆଲ ଭାଇରାଲ ହୋଇଛି। ଚନ୍ଦନଙ୍କ ସମେତ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇଥିବା କଥା ସାମନାକୁ ଆସିଛି। ସେପଟେ ତାଙ୍କୁ ଚନ୍ଦନ ମାଡ଼ ମାରିଥିବା ପାଲଟା ଅଭିଯୋଗ କରିଛନ୍ତି ମହିଳା ନାଏବ ସରପଞ୍ଚ।