ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି…

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ା ଅଞ୍ଚଳରେ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ପିଅନପଡ଼ା କାଳୀମନ୍ଦିର ସାହିର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ମଙ୍ଗଳବାର ଘରେ କେହି ନ ଥିବା ସମୟରେ ନାବାଳିକା ଜଣକ ବେକରେ ଗାମୁଛା ଲଗାଇ ଘର ଭିତରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ଫେରି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। […] The post ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି… appeared first on Dharitri Odia News.

ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି…

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ା ଅଞ୍ଚଳରେ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ପିଅନପଡ଼ା କାଳୀମନ୍ଦିର ସାହିର ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ମଙ୍ଗଳବାର ଘରେ କେହି ନ ଥିବା ସମୟରେ ନାବାଳିକା ଜଣକ ବେକରେ ଗାମୁଛା ଲଗାଇ ଘର ଭିତରେ ଝୁଲି ପଡ଼ିଥିଲେ। ପରିବାର ଲୋକେ ଫେରି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଟାଉନ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଛି। ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଟାଉନ ଥାନା ଅଧିକାରୀ ପି.ସ୍ବରୂପ କିଷନ ସୂଚନା ଦେଇଛନ୍ତି।

The post ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି… appeared first on Dharitri Odia News.