ନାଗପୁର ହିଂସା ମାମଲାରେ ଆଉ ୧୪ ଗିରଫ, ରୁଜୁ ହେଲା ୩ ନୂଆ FIR

ନାଗପୁର ୨୧।୩: ମହାରାଷ୍ଟ୍ର ନାଗପୁରରେ ଚଳିତ ସପ୍ତାହ ପ୍ରାରମ୍ଭରେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ ଶୁକ୍ରବାର ଆଉ ୧୪ ଜଣଙ୍କୁ ଗିରଫ କରିଛି। ଫଳରେ ଏହି ହିଂସାକୁ ନେଇ ଏ ପର୍ଯ୍ୟନ୍ତ ଗିରଫ ଲୋକଙ୍କ ସଂଖ୍ୟା ୧୦୫କୁ ପହଞ୍ଚିଛି। ପୋଲିସ ଅନୁସାରେ ନାଗପୁର ହିଂସାକୁ ନେଇ ଗିରଫ ଲୋକଙ୍କ ମଧ୍ୟରେ ୧୦ ଜଣ କିଶୋର ମଧ୍ୟ ଅଟକ ଅଛନ୍ତି। ସୂଚନା ଅନୁସାରେ ହିଂସାକୁ ନେଇ ୩ଟି ନୂଆ ଏତଲା ମଧ୍ୟ ରୁଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୭ ତାରିଖ ଦିନ ନାଗପୁରର ବିଭିନ୍ନ ଅଞ୍ଚଳରେ ଟେକାପଥର ମାଡ଼ ଓ ଅଗ୍ନିକାଣ୍ଡ ହୋଇଥିଲା। ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ (ବିହିପ) ପକ୍ଷରୁ ଅଉରଙ୍ଗଜେବ କବର ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କାଳରେ କୋରାନ ପଙକ୍ତି ଲେଖାଥିବା ଚାଦର ପୋଡା ନେଇ ଗୁଜବ ବ୍ୟାପିବାରୁ ଏହି ପୋଡାଜଳା ଓ ଟେକାପଥର ମାଡ଼ ଘଟଣା ଘଟିଥିଲା। ନାଗପୁର ପୋଲିସ କମିଶନର ରବୀନ୍ଦ୍ର କୁମାର ସିଂଘଲଙ୍କ ଅନୁସାରେ ଦଙ୍ଗାକୁ ନେଇ ସହରର ବିଭିନ୍ନ ଭାଗରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ସେ କହିଛନ୍ତି ଯେ ଉଚ୍ଚସ୍ତରୀୟ ବୈଠକରେ ସହରର କିଛି ଅଞ୍ଚଳରୁ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ସିଂଘଲ ପରିସ୍ଥିତି ସମୀକ୍ଷା ପାଇଁ ସିଭିଲ ଲାଇନ୍ସ ସ୍ଥିତ ପୋଲିସ ଭବନରେ ବୈଠକ କରିଛନ୍ତି। ନାଗପୁର ହିଂସା କାଳରେ ୩ ଡିସିପି ସ୍ତରୀୟ ଅଧିକାରୀଙ୍କ ସମେତ ମୋଟ ୩୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ନାଗପୁର ହି

ନାଗପୁର ହିଂସା ମାମଲାରେ ଆଉ ୧୪ ଗିରଫ, ରୁଜୁ ହେଲା ୩ ନୂଆ FIR

ନାଗପୁର ୨୧।୩: ମହାରାଷ୍ଟ୍ର ନାଗପୁରରେ ଚଳିତ ସପ୍ତାହ ପ୍ରାରମ୍ଭରେ ହୋଇଥିବା ହିଂସାକାଣ୍ଡକୁ ନେଇ ପୋଲିସ ଶୁକ୍ରବାର ଆଉ ୧୪ ଜଣଙ୍କୁ ଗିରଫ କରିଛି। ଫଳରେ ଏହି ହିଂସାକୁ ନେଇ ଏ ପର୍ଯ୍ୟନ୍ତ ଗିରଫ ଲୋକଙ୍କ ସଂଖ୍ୟା ୧୦୫କୁ ପହଞ୍ଚିଛି। ପୋଲିସ ଅନୁସାରେ ନାଗପୁର ହିଂସାକୁ ନେଇ ଗିରଫ ଲୋକଙ୍କ ମଧ୍ୟରେ ୧୦ ଜଣ କିଶୋର ମଧ୍ୟ ଅଟକ ଅଛନ୍ତି। ସୂଚନା ଅନୁସାରେ ହିଂସାକୁ ନେଇ ୩ଟି ନୂଆ ଏତଲା ମଧ୍ୟ ରୁଜୁ ହୋଇଛି। 

ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୭ ତାରିଖ ଦିନ ନାଗପୁରର ବିଭିନ୍ନ ଅଞ୍ଚଳରେ ଟେକାପଥର ମାଡ଼ ଓ ଅଗ୍ନିକାଣ୍ଡ ହୋଇଥିଲା। ଛତ୍ରପତି ସମ୍ଭାଜୀ ନଗର ଜିଲ୍ଲାରେ ବିଶ୍ୱ ହିନ୍ଦୁ ପରିଷଦ (ବିହିପ) ପକ୍ଷରୁ ଅଉରଙ୍ଗଜେବ କବର ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କାଳରେ କୋରାନ ପଙକ୍ତି ଲେଖାଥିବା ଚାଦର ପୋଡା ନେଇ ଗୁଜବ ବ୍ୟାପିବାରୁ ଏହି ପୋଡାଜଳା ଓ ଟେକାପଥର ମାଡ଼ ଘଟଣା ଘଟିଥିଲା। ନାଗପୁର ପୋଲିସ କମିଶନର ରବୀନ୍ଦ୍ର କୁମାର ସିଂଘଲଙ୍କ ଅନୁସାରେ ଦଙ୍ଗାକୁ ନେଇ ସହରର ବିଭିନ୍ନ ଭାଗରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। 

ସେ କହିଛନ୍ତି ଯେ ଉଚ୍ଚସ୍ତରୀୟ ବୈଠକରେ ସହରର କିଛି ଅଞ୍ଚଳରୁ କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ସିଂଘଲ ପରିସ୍ଥିତି ସମୀକ୍ଷା ପାଇଁ ସିଭିଲ ଲାଇନ୍ସ ସ୍ଥିତ ପୋଲିସ ଭବନରେ ବୈଠକ କରିଛନ୍ତି। ନାଗପୁର ହିଂସା କାଳରେ ୩ ଡିସିପି ସ୍ତରୀୟ ଅଧିକାରୀଙ୍କ ସମେତ ମୋଟ ୩୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ନାଗପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଫହିମ ଖାନ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି।