ନାଗାବଳୀ ଏକ୍ସପ୍ରେସ୍ ଲାଇନଚ୍ୟୁତ
ଭୁବନେଶ୍ୱର : ଲାଇନଚ୍ୟୁତ ହେଲା ନାଗାବଳୀ ଏକ୍ସପ୍ରେସ୍ । ବୁଧବାର ୧୧ଟା ୪୦ ମିନିଟ୍ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଷ୍ଟେସନ୍ ନିକଟରେ ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏକ୍ସପ୍ରେସ୍ର ଶେଷରେ ଥିବା ଜେନେରାଲ୍ ବଗି ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲ୍ ୱେ) ପକ୍ଷରୁ ସୂଚନା ଦିଆଯାଇଛି। ଏହି ଦୁର୍ଘଟଣାରେ ଟ୍ରେନ୍ର ଗୋଟିଏ ବଗି ଟ୍ରାକ୍ରୁ ଖସିଯାଇ ଟ୍ରାକ୍ରେ ଅଟକି ରହିଥିଲା ଟ୍ରେନ୍ । ଖବର ପାଇ […]

ଭୁବନେଶ୍ୱର : ଲାଇନଚ୍ୟୁତ ହେଲା ନାଗାବଳୀ ଏକ୍ସପ୍ରେସ୍ । ବୁଧବାର ୧୧ଟା ୪୦ ମିନିଟ୍ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଷ୍ଟେସନ୍ ନିକଟରେ ନାନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ଏକ୍ସପ୍ରେସ୍ର ଶେଷରେ ଥିବା ଜେନେରାଲ୍ ବଗି ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଯାଏଁ କୌଣସି ମୃତାହତ ହୋଇନଥିବା ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲ୍ ୱେ) ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଦୁର୍ଘଟଣାରେ ଟ୍ରେନ୍ର ଗୋଟିଏ ବଗି ଟ୍ରାକ୍ରୁ ଖସିଯାଇ ଟ୍ରାକ୍ରେ ଅଟକି ରହିଥିଲା ଟ୍ରେନ୍ । ଖବର ପାଇ ରେଲ୍ୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଦୁର୍ଘଟଣାର କିଛି ସମୟ ମଧ୍ୟରେ ଲାଇନଚ୍ୟୁତ ହୋଇଥିବା ଶେଷ ବଗିକୁ ବାଦ୍ ଦେଇ ଟ୍ରେନ୍ଟି ୧୨ଟା ୪୭ରେ ଗନ୍ତବ୍ୟ ସ୍ଥଳକୁ ଯାଇଥିବା ସୂଚନା ମିଳିଛି ।