ନାବାର୍ଡ ସହଯୋଗ ରେ ଗ୍ରାମୀଣ ବଜାର ଉଦଘାଟିତ
ସମ୍ବଲପୁର: କୁଚିଣ୍ଡା ବ୍ଲକ ବଡମୁଣ୍ଡାଲୋଇ ଗ୍ରାମ ର ଧରଣୀଧର ଲଙ୍କା ଉତ୍ପାଦକ କମ୍ପାନୀ ର ଚାଷୀ ମାନଙ୍କ ର ଆର୍ଥିକ ଉନ୍ନତି ଏଵଂ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ର ସଶକ୍ତିକରଣ ପାଈଁ ନାବାର୍ଡ ର ଆର୍ଥିକ ସହାୟତା ଏଵଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ ର ସହଯୋଗ ରେ କୁଚିଣ୍ଡା ର ମୁକୁଦି ଖେଳ ପଡିଆ ସମ୍ମୁଖ ରେ ଏକ ଗ୍ରାମୀଣ ବଜାର ଉଦ୍ଘାଟିତ ହେଇଛି। ଉପ -ଜିଲ୍ଲାପାଳ କୁଚିଣ୍ଡା ଶ୍ରୀଯୁକ୍ତ ଗୌରବମୟ ପ୍ରଧାନ […] The post ନାବାର୍ଡ ସହଯୋଗ ରେ ଗ୍ରାମୀଣ ବଜାର ଉଦଘାଟିତ appeared first on Odisha.News.

ସମ୍ବଲପୁର: କୁଚିଣ୍ଡା ବ୍ଲକ ବଡମୁଣ୍ଡାଲୋଇ ଗ୍ରାମ ର ଧରଣୀଧର ଲଙ୍କା ଉତ୍ପାଦକ କମ୍ପାନୀ ର ଚାଷୀ ମାନଙ୍କ ର ଆର୍ଥିକ ଉନ୍ନତି ଏଵଂ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କ ର ସଶକ୍ତିକରଣ ପାଈଁ ନାବାର୍ଡ ର ଆର୍ଥିକ ସହାୟତା ଏଵଂ ସ୍ବେଚ୍ଛାସେବୀ ଅନୁଷ୍ଠାନ ସାର୍କ ର ସହଯୋଗ ରେ କୁଚିଣ୍ଡା ର ମୁକୁଦି ଖେଳ ପଡିଆ ସମ୍ମୁଖ ରେ ଏକ ଗ୍ରାମୀଣ ବଜାର ଉଦ୍ଘାଟିତ ହେଇଛି। ଉପ -ଜିଲ୍ଲାପାଳ କୁଚିଣ୍ଡା ଶ୍ରୀଯୁକ୍ତ ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଏ. ଜି.ଏମ ନାବାର୍ଡ ଧୀରେନ୍ଦ୍ର ଦାସ୍, ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଦେବକିଶୋର୍ ନାୟକ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ , ଭୁବନେଶ୍ୱର କିସାନ୍ ଏଵଂ ସାର୍କ୍ ସମ୍ପାଦକ ଶ୍ରୀ ଅଶୋକ କୁମାର୍ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଥିଲେ। ଗ୍ରାମୀଣ ବଜାର ଦ୍ଵାରା ସ୍ଥାନୀୟ ଲୋକ ମାନଙ୍କୁ ସ୍ଵୟଂସହାୟକ ଦଳ ଏଵଂ କୃଷକ ଉତ୍ପାଦନ କମ୍ପାନୀ ମାନଙ୍କ ଦ୍ଵାରା ଉତ୍ପାଦିତ ବିଭିନ୍ନ ସାମଗ୍ରୀ ସୁଲଭ ମୂଲ୍ୟ ରେ ବିକ୍ରିବଟା ନିମନ୍ତେ ବ୍ୟବସ୍ଥା କରାଯାଇଅଛି। ଏଠାରେ ଚାଷୀ ମାନଙ୍କ ଦ୍ଵାରା ଉତ୍ପାଦିତ ତୈଳବୀଜ, ଡାଲି ଜାତୀୟ ଫସଲ, କ୍ଷୁଦ୍ର ଶସ୍ୟ, ବାଉଁଶ, ମହୁ , ଲଘୁବନ ଜାତ ଦ୍ରବ୍ଯ ସହିତ ବିଭିନ୍ନ ପନିପରିବା ଓ ଫଳ ଚାର ସୁଲଭ ମୂଲ୍ୟ ରେ ଉପଲବ୍ଧ ହେବାର ବ୍ୟବସ୍ଥା କରାଯାଇଅଛି। ଶେଷ ରେ ଶ୍ରୀଯୁକ୍ତ ଅଶୋକ କୁମାର୍ ପାଣିଗ୍ରାହୀ ଉପସ୍ଥିତ ଅତିଥି ଏବଂ ଚାଷୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
The post ନାବାର୍ଡ ସହଯୋଗ ରେ ଗ୍ରାମୀଣ ବଜାର ଉଦଘାଟିତ appeared first on Odisha.News.