ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ଫିଙ୍ଗିଦେଲା ପିଉସା, ଅଚେତ ଅବସ୍ଥାରେ ଗହୀରରୁ ଉଦ୍ଧାର

ଜଟଣୀ ୨୧।୩: ନାବାଳିକା ଝିଆରୀକୁ ଅପହରଣ କରି, ବାରମ୍ବାର ଦୁଷ୍କର୍ମ କରିବା ପରେ ଫୋପାଡ଼ି ଦେଇ ଚାଲିଗଲା ନିଜ ପିଉସା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବାଇରଙ୍ଗ ଗ୍ରାମରେ l ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବାଇରଙ୍ଗ ଗ୍ରାମର ଜିତେନ୍ଦ୍ର ପଟ୍ଟନାୟକ ସେହି ଗ୍ରାମର ଯୁବତୀଙ୍କୁ ପ୍ରଥମେ ପ୍ରେମ ବିବାହ କରିଥିଲା । ପରେ ନିଜ ଶ୍ବଶୁର ଘରେ ରହୁଥିଲେ l ଗତ ୧୬ ତାରିଖ ଦିନ ୧୫ ବର୍ଷର ନାବାଳିକା ଝିଆରୀ ଶୌଚ ହେବା ପାଇଁ ନିକଟରେ ଥିବା ପଡିଆକୁ ଏକୁଟିଆ ଯାଇଥିଲେ । ଏହାର ସୁଯୋଗ ନେଇ ପ୍ରଥମେ ପିଉସା ନାବାଳିକାଙ୍କୁ ଅପହରଣ କରି ନେବା ପରେ ବାରମ୍ବାର ଦୁଷ୍କର୍ମ କରି ଏକ ଗହୀରରେ ଫୋପାଡ଼ି ଦେଇ ଚମ୍ପଟ ମାରିଥିଲା l ବହୁ ସମୟ ବିତିବା ପରେ ଝିଅ ଘରକୁ ନ ଫେରିବାରୁ ଘରେ ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ଅଚେତ ଅବସ୍ଥାରେ ଗହୀରରେ ପଡ଼ିଥିବା ଶୁଣି ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ଘରେ ଲୋକେ l ଚେତା ଆସିବା ପରେ ନାବାଳିକା ଜଣକ ନିଜ ପିଉସା ତାକୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିଥିଲା ବୋଲି ନିଜ ମା’କୁ ଜଣାଇଥିଲା l ୪୫ ବର୍ଷ ବୟସ୍କ ପିଉସା ଜିତେନ୍ଦ୍ର ଦୁଇଟି ସନ୍ତାନର ବାପା ହୋଇଥିବା ବେଳେ ନାବାଳିକା ଝିଆରୀଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି । ପରିବାର ଲୋକେ ଏନେଇ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରି ଫିଙ୍ଗିଦେଲା ପିଉସା, ଅଚେତ ଅବସ୍ଥାରେ ଗହୀରରୁ ଉଦ୍ଧାର

ଜଟଣୀ ୨୧।୩: ନାବାଳିକା ଝିଆରୀକୁ ଅପହରଣ କରି, ବାରମ୍ବାର ଦୁଷ୍କର୍ମ କରିବା ପରେ ଫୋପାଡ଼ି ଦେଇ ଚାଲିଗଲା ନିଜ ପିଉସା l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବାଇରଙ୍ଗ ଗ୍ରାମରେ l 

ଅଭିଯୋଗ ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବାଇରଙ୍ଗ ଗ୍ରାମର ଜିତେନ୍ଦ୍ର ପଟ୍ଟନାୟକ ସେହି ଗ୍ରାମର ଯୁବତୀଙ୍କୁ ପ୍ରଥମେ ପ୍ରେମ ବିବାହ କରିଥିଲା । ପରେ ନିଜ ଶ୍ବଶୁର ଘରେ ରହୁଥିଲେ l ଗତ ୧୬ ତାରିଖ ଦିନ ୧୫ ବର୍ଷର ନାବାଳିକା ଝିଆରୀ ଶୌଚ ହେବା ପାଇଁ ନିକଟରେ ଥିବା ପଡିଆକୁ ଏକୁଟିଆ ଯାଇଥିଲେ । ଏହାର ସୁଯୋଗ ନେଇ ପ୍ରଥମେ ପିଉସା ନାବାଳିକାଙ୍କୁ ଅପହରଣ କରି ନେବା ପରେ ବାରମ୍ବାର ଦୁଷ୍କର୍ମ କରି ଏକ ଗହୀରରେ ଫୋପାଡ଼ି ଦେଇ ଚମ୍ପଟ ମାରିଥିଲା l ବହୁ ସମୟ ବିତିବା ପରେ ଝିଅ ଘରକୁ ନ ଫେରିବାରୁ ଘରେ ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ଅଚେତ ଅବସ୍ଥାରେ ଗହୀରରେ ପଡ଼ିଥିବା ଶୁଣି ଝିଅକୁ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ଘରେ ଲୋକେ l ଚେତା ଆସିବା ପରେ ନାବାଳିକା ଜଣକ ନିଜ ପିଉସା ତାକୁ ଅପହରଣ କରି ବାରମ୍ବାର ଦୁଷ୍କର୍ମ କରିଥିଲା ବୋଲି ନିଜ ମା’କୁ ଜଣାଇଥିଲା l ୪୫ ବର୍ଷ ବୟସ୍କ ପିଉସା ଜିତେନ୍ଦ୍ର ଦୁଇଟି ସନ୍ତାନର ବାପା ହୋଇଥିବା ବେଳେ ନାବାଳିକା ଝିଆରୀଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି । ପରିବାର ଲୋକେ ଏନେଇ ଜଟଣୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୋଲିସ ନାବାଳିକା ଠାରୁ ୧୬୪ ଧାରାରେ ବୟାନ ରେକର୍ଡ କରିଥିଲା । ପରେ ଡାକ୍ତରୀ ମାଇନା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା l ଏନେଇ ଜଟଣୀ ଥାନାରେ ପୋସ୍କୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଜଟଣୀ ପୋଲିସ l

 You Can Read:

ଧରାପଡିଲେ ଲାଞ୍ଚୁଆ ପ୍ରଧାନ ଶିକ୍ଷକ ଦ୍ରୋଣ ତାଣ୍ଡି, ମରାମତି କାମର ବିଲ୍ ପାଇଁ ନେଉଥିଲେ ୪୦ ହଜାର