ନାମଲେଖାବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା

ନୂଆଦିଲ୍ଲୀ,୨।୧: ଏଣିକି ଆଡମିଶନବେଳେ ପିଲାଦେବେ ନିଶାମୁକ୍ତି ଘୋଷଣାନାମା। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକଲାରେଶେନ ଦାଖଲ କରିବେ। ଆଲକହଲ କିମ୍ବା ନିଶା ଠାରୁ ଛାତ୍ରୀଛାତ୍ରଙ୍କ ଠାରୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଏକ ବଡ ପଦକ୍ଷେପ ନେଇଛି। ନିଶାମୁକ୍ତ ଭାରତ ଅଭିଯାନ ଅଧିନରେ ସବୁ କଲେଜକୁ ୟୁଜିସି ଏକ ଚିଠି ଜାରି କରିଛି। ୟୁନିଭରସିଟିର କୁଳପତି ଓ କଲେଜର ପ୍ରିନ୍ସପାଲଙ୍କୁ ଚିଠିରେ ୟୁଜିସି ସାମାଜିକ ନ୍ୟାୟ ଓ ଆଧିକାରକ […] The post ନାମଲେଖାବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା appeared first on Dharitri Odia News.

ନାମଲେଖାବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା

ନୂଆଦିଲ୍ଲୀ,୨।୧: ଏଣିକି ଆଡମିଶନବେଳେ ପିଲାଦେବେ ନିଶାମୁକ୍ତି ଘୋଷଣାନାମା। ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ନାମଲେଖାବେଳେ ପିଲାମାନେ ଏନେଇ ଘୋଷଣାନାମା ବା ଡିକଲାରେଶେନ ଦାଖଲ କରିବେ।
ଆଲକହଲ କିମ୍ବା ନିଶା ଠାରୁ ଛାତ୍ରୀଛାତ୍ରଙ୍କ ଠାରୁ ଦୂରେଇ ରଖିବା ପାଇଁ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଏକ ବଡ ପଦକ୍ଷେପ ନେଇଛି। ନିଶାମୁକ୍ତ ଭାରତ ଅଭିଯାନ ଅଧିନରେ ସବୁ କଲେଜକୁ ୟୁଜିସି ଏକ ଚିଠି ଜାରି କରିଛି। ୟୁନିଭରସିଟିର କୁଳପତି ଓ କଲେଜର ପ୍ରିନ୍ସପାଲଙ୍କୁ ଚିଠିରେ ୟୁଜିସି ସାମାଜିକ ନ୍ୟାୟ ଓ ଆଧିକାରକ ମନ୍ତ୍ରଣାଳୟ(MOSIE)ର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଜାରି କରିଛି। ତେବେ କେନ୍ଦ୍ରର ଚିଠି ପରେ ଶିକ୍ଷା ବିଭାଗକୁ ସାମାଜିକ ସୁରକ୍ଷା ସଚିବଙ୍କ ଚିଠି ଆସିଛି। ଏଣିକି ନାମଲେଖାବେଳେ ଛାତ୍ରୀଛାତ୍ର ନିଶାମୁକ୍ତ ଘୋଷଣାନାମା ଦେବା ବାଧ୍ୟତାମୂଳକ।
ର଼୍ୟାଗିଂ, ନିଶା ପଦାର୍ଥ ଇତ୍ୟାଦି ବିଭିନ୍ନ ଗତିବିଧି ଉପରେ ଦୃଷ୍ଟି ଦେବାକୁ ୟୁନିଭରସିଟି ଓ କଲେଜରେ କ୍ଲବ ଗଠନ ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି।

The post ନାମଲେଖାବେଳେ ପିଲା ଦେବେ ନିଶାମୁକ୍ତି ଘୋଷଣାନାମା appeared first on Dharitri Odia News.