ପ୍ରେମିକାଙ୍କ ସହ ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ିଗଲେ ୟୁଟ୍ୟୁବର ରଣବୀର, ଚେତା ହରାଇବା ପୂର୍ବରୁ…

ନୂଆଦିଲ୍ଲୀ: ବିଅରବାଇସେପ୍‌ ନାମରେ ଖ୍ୟାତ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗୋଆ ସମୁଦ୍ରରେ ବୁଡ଼ୁ ବୁଡ଼ୁ ବର୍ତ୍ତୀ ଯାଇଛନ୍ତି। ତାଙ୍କୁ ଜଣେ ଆଇପିଏସ୍‌ ଅଧିକାରୀ ଏବଂ ତାଙ୍କ ଆଇଆର୍‌ଏସ୍‌ ପତ୍ନୀ ବଞ୍ଚାଇ ଦେଇଥିଲେ। ଏନେଇ ରଣବୀର ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ବୁଧବାର ନିଜର ଭୟଙ୍କର ଅନୁଭବ ବିଷୟରେ କହିଛନ୍ତି। ପ୍ରେମିକାଙ୍କ ସହ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ି ଯାଇଥିବା ସେ ଜଣାଇଛନ୍ତି। କ୍ରିସମାସ୍‌ ଦିନ ରଣବୀର ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି,ଆମେ ପୁରା ଠିକ୍‌ ଅଛୁ। ହେଲେ କାଲି ଅପରାହ୍ନ […] The post ପ୍ରେମିକାଙ୍କ ସହ ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ିଗଲେ ୟୁଟ୍ୟୁବର ରଣବୀର, ଚେତା ହରାଇବା ପୂର୍ବରୁ… appeared first on Dharitri Odia News.

ପ୍ରେମିକାଙ୍କ ସହ ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ିଗଲେ ୟୁଟ୍ୟୁବର ରଣବୀର, ଚେତା ହରାଇବା ପୂର୍ବରୁ…

ନୂଆଦିଲ୍ଲୀ: ବିଅରବାଇସେପ୍‌ ନାମରେ ଖ୍ୟାତ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ ଗୋଆ ସମୁଦ୍ରରେ ବୁଡ଼ୁ ବୁଡ଼ୁ ବର୍ତ୍ତୀ ଯାଇଛନ୍ତି। ତାଙ୍କୁ ଜଣେ ଆଇପିଏସ୍‌ ଅଧିକାରୀ ଏବଂ ତାଙ୍କ ଆଇଆର୍‌ଏସ୍‌ ପତ୍ନୀ ବଞ୍ଚାଇ ଦେଇଥିଲେ। ଏନେଇ ରଣବୀର ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ବୁଧବାର ନିଜର ଭୟଙ୍କର ଅନୁଭବ ବିଷୟରେ କହିଛନ୍ତି। ପ୍ରେମିକାଙ୍କ ସହ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ି ଯାଇଥିବା ସେ ଜଣାଇଛନ୍ତି।

କ୍ରିସମାସ୍‌ ଦିନ ରଣବୀର ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି,ଆମେ ପୁରା ଠିକ୍‌ ଅଛୁ। ହେଲେ କାଲି ଅପରାହ୍ନ ୬ଟାରେ ମୁଁ ଏବଂ ମୋ ପ୍ରେମିକାଙ୍କୁ ଏକ ବଡ଼ ସ୍ଥିତି ଦେଇ ଗତି କରିବାକୁ ପଡ଼ିଲା। ତାଙ୍କୁ ଖୋଲା ସମୁଦ୍ରରେ ପହଁରିବା ବହୁତ ପସନ୍ଦ। ପିଲାଦିନୁ ସେ ଏହା କରିଆସୁଛନ୍ତି। ହେଲେ ଡିସେମ୍ବର ୨୪ରେ ସେ ଏବଂ ତାଙ୍କ ପ୍ରେମିକା ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ଭାସି ଯାଇଥିଲେ। ୫ ରୁ ୧୦ ମିନିଟ ଯାଏ ସେମାନେ ସଂଘର୍ଷ କରିଥିଲେ। ସହାୟତା ଲାଗି ଡାକିବା ପୂର୍ବରୁ ଚେତା ହରାଇବାକୁ ଯାଉଥିଲେ। ସୌଭାଗ୍ୟବଶତଃ ନିକଟରେ ଏକ ପରିବାର ପହଁରୁଥିଲେ। ସେମାନେ ତାଙ୍କୁ ବଞ୍ଚାଇବାକୁ ଆଗକୁ ଆସିଥିଲେ। ଆଇପିଏସ୍‌ ଅଧିକାରୀ ସ୍ବାମୀ ଏବଂ ଆଇଆର୍‌ଏସ୍‌ ଅଧିକାରୀ ପତ୍ନୀଙ୍କ ପରିବାର ପ୍ରତି ଗଭୀର କୃତଜ୍ଞତା, ଯେଉଁମାନେ ଆମ ଦୁହିଁଙ୍କୁ ବଞ୍ଚାଇଛନ୍ତି ବୋଲି ସେ କହିଛନ୍ତି।

The post ପ୍ରେମିକାଙ୍କ ସହ ଗୋଆ ସମୁଦ୍ରରେ ପହଁରୁଥିବା ବେଳେ ବୁଡ଼ିଗଲେ ୟୁଟ୍ୟୁବର ରଣବୀର, ଚେତା ହରାଇବା ପୂର୍ବରୁ… appeared first on Dharitri Odia News.