ରାଜ୍ୟରେ ୩ ନୂଆ ସିଭିଲ ଜଜ୍ କୋର୍ଟ ଗଠିତ
ଭୁବନେଶ୍ୱର,୨୩ା୪(ସୁନିତ୍ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା, ସମ୍ବଲପୁର ଜିଲାର ରେଙ୍ଗାଲିଠାରେ ସ୍ଥାପନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଏହି କୋର୍ଟଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଟି କୋର୍ଟ ଗଠନ ହେବା ପରେ […] The post ରାଜ୍ୟରେ ୩ ନୂଆ ସିଭିଲ ଜଜ୍ କୋର୍ଟ ଗଠିତ appeared first on Dharitri Odia News.
ଭୁବନେଶ୍ୱର,୨୩ା୪(ସୁନିତ୍ ମିଶ୍ର): ରାଜ୍ୟରେ ୩ଟି ନୂଆ ସିଭିଲ ଜଜ୍ କୋର୍ଟ (ଜୁନିୟର ଡିଭିଜନ) ଗଠିତ ହୋଇଛି। ଏହି କୋର୍ଟଗୁଡିକ ବାଲେଶ୍ୱର ଜିଲାର ବାଲିଆପାଳ, ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା, ସମ୍ବଲପୁର ଜିଲାର ରେଙ୍ଗାଲିଠାରେ ସ୍ଥାପନ କରାଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରାମର୍ଶ ଅନୁଯାୟୀ ରାଜ୍ୟ ସରକାର ଏହି କୋର୍ଟଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଟି କୋର୍ଟ ଗଠନ ହେବା ପରେ ଏହିସବୁ ରାଜସ୍ବ ତହସିଲ ଉପରେ କ୍ଷେତ୍ରାଧିକାର(ଜୁରିସ୍ଡିକ୍ସନ) ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ ସିଭିଲ ଜଜ୍ କୋର୍ଟଗୁଡ଼ିକର ଅଧିକାର ସମାପ୍ତ ହୋଇଛି।
The post ରାଜ୍ୟରେ ୩ ନୂଆ ସିଭିଲ ଜଜ୍ କୋର୍ଟ ଗଠିତ appeared first on Dharitri Odia News.