ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପଡାଲଙ୍କ ସହ ପ୍ରିତମ ପାଢ଼ୀ, ଗୁପ୍ତ ପ୍ରସାଦ ଦାସ, କୋରାପୁଟ ମୁନିସିପାଲିଟି ଅଧକ୍ଷ ଲଲାଟ ସେଠି, ସୁନାବେଡା ମୁନିସିପାଲିଟି ଅଧକ୍ଷ ଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆସନ ନେଇ ପୂର୍ବରୁ କଂଗ୍ରେସ ପାର୍ଥି କୃଷ୍ଣ କୁଲଦୀପ ପାର୍ଥି ପତ୍ର […] The post ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ appeared first on Dharitri Odia News.

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ପଡାଲଙ୍କ ସହ ପ୍ରିତମ ପାଢ଼ୀ, ଗୁପ୍ତ ପ୍ରସାଦ ଦାସ, କୋରାପୁଟ ମୁନିସିପାଲିଟି ଅଧକ୍ଷ ଲଲାଟ ସେଠି, ସୁନାବେଡା ମୁନିସିପାଲିଟି ଅଧକ୍ଷ ଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆସନ ନେଇ ପୂର୍ବରୁ କଂଗ୍ରେସ ପାର୍ଥି କୃଷ୍ଣ କୁଲଦୀପ ପାର୍ଥି ପତ୍ର ଦାଖଲ କରିସାରିଛନ୍ତି। ଆସନ୍ତା ବୁଧବାର ବିଜେପି ପାର୍ଥି ରଘୁରାମ ମାଛ ନିଜର ନାମାଙ୍କନ ପତ୍ର କରିବେ ବୋଲି ଭାଜପା ପକ୍ଷରୁ କୁହାଯାଇଛି।

The post ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ appeared first on Dharitri Odia News.