ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ : ପଡିଲା ମହଙ୍ଗା ଥାନାରେ…

ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ସୋସିଆଲ ମିଡିଆରେ ଯାଦବ (ଗୌଡ଼) ସମ୍ପ୍ରଦାୟକୁ ଜଣେ ଯୁବକଙ୍କ ଆକ୍ଷେପମୂଳକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଶନିବାର ଏହାକୁ ନେଇ ଭବାନୀପାଟଣା ସହର ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି ‘ଯାଦବ ଦେଶଦ୍ରୋହୀ’ ବୋଲି ତାଙ୍କ ଫେସ୍‌ବୁକ ଏକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ସମଗ୍ର ଯାଦବ […] The post ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ : ପଡିଲା ମହଙ୍ଗା ଥାନାରେ… appeared first on Dharitri Odia News.

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ : ପଡିଲା ମହଙ୍ଗା ଥାନାରେ…

ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ସୋସିଆଲ ମିଡିଆରେ ଯାଦବ (ଗୌଡ଼) ସମ୍ପ୍ରଦାୟକୁ ଜଣେ ଯୁବକଙ୍କ ଆକ୍ଷେପମୂଳକ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ଶନିବାର ଏହାକୁ ନେଇ ଭବାନୀପାଟଣା ସହର ଯାଦବ ସମାଜ ପକ୍ଷରୁ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳର ଜଣେ ଯୁବକ ଯାଦବ ସମାଜକୁ ଆକ୍ଷେପ କରି ‘ଯାଦବ ଦେଶଦ୍ରୋହୀ’ ବୋଲି ତାଙ୍କ ଫେସ୍‌ବୁକ ଏକାଉଣ୍ଟରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ସମଗ୍ର ଯାଦବ ସମାଜକୁ ଗଭୀର ଆଘାତ ଦେଇଛି। ଏହାଦ୍ୱାରା ସେମାନଙ୍କ ସାମ୍ବିଧାନିକ ଅଧିକାର ଓ ସମ୍ମାନ ହାନି ହେଉଥିବା କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏହି ଭିତ୍ତିହୀନ ଲେଖା ପୋଷ୍ଟ କରିଥିବାରୁ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ଦାବିପତ୍ର ଦେବା ସମୟରେ ଯାଦବ ସମାଜର ପୀତବାସ ବେହେରା, ରାଜେଶ ଗୌଡ଼, ନଳିନୀ ରଞ୍ଜନ ରାଉତ, ସତ୍ୟ ନାରାୟଣ ବିଶି, ମନୋଜ କୁମାର ବାଗ, ଲକ୍ଷ୍ମୀ ରଞ୍ଜନ ବାଗ, ଅଶ୍ୱିନୀ ଚନ୍ଦନ, ସିଦ୍ଧାର୍ଥ ନାୟକ, ରାଧେ ରାଉତ, ଧର୍ମାନନ୍ଦ ବଗର୍ତ୍ତି, ଅରୁଣ ବାଗ, କ୍ରିତିକାନ୍ତ କାଣ୍ଡ ଓ ଦୀପନ୍ତ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ନେଇ ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।

The post ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ : ପଡିଲା ମହଙ୍ଗା ଥାନାରେ… appeared first on Dharitri Odia News.