ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି
ନୂଆଦିଲ୍ଲୀ,୯।୬:ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାଏବଂ ପ୍ରଧାନମନ୍ତ୍ରୀ ମୋଦି ଏଥର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଥିଲେ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଲା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୪୦୦ରୁ ଅଧିକ ସିଟ ଜିତିବାକୁ ଦାବି କରୁଥିବା ଭାଜପା କେବଳ ୨୪୦ଟି ସିଟ ଜିତିପାରିଥିଲା। ଭାଜପା କମ ଆସନ ପାଇବା ପାଇଁ ଏକ ପ୍ରମୁଖ କାରଣ ହେଉଛି ସମ୍ବିଧାନ ପରିବର୍ତ୍ତନକୁ ନେଇ ଦଳର ନେତାଙ୍କ ବିବୃତ୍ତି, ଯାହା ଲୋକ ସଭା ନିର୍ବାଚନରେ […] The post ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୯।୬:ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପାଏବଂ ପ୍ରଧାନମନ୍ତ୍ରୀ ମୋଦି ଏଥର ୪୦୦ ଅତିକ୍ରମ କରିବାର ସ୍ଲୋଗାନ ଦେଇଥିଲେ। ଜୁନ ୪ରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଲା ପରେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ୪୦୦ରୁ ଅଧିକ ସିଟ ଜିତିବାକୁ ଦାବି କରୁଥିବା ଭାଜପା କେବଳ ୨୪୦ଟି ସିଟ ଜିତିପାରିଥିଲା। ଭାଜପା କମ ଆସନ ପାଇବା ପାଇଁ ଏକ ପ୍ରମୁଖ କାରଣ ହେଉଛି ସମ୍ବିଧାନ ପରିବର୍ତ୍ତନକୁ ନେଇ ଦଳର ନେତାଙ୍କ ବିବୃତ୍ତି, ଯାହା ଲୋକ ସଭା ନିର୍ବାଚନରେ ଭାଜପାକୁ ପରିଣାମ ଭୋଗିବାକୁ ପଡିଥିଲା।
ଲଲ୍ଲୁ ସିଂ: ଅଯୋଧ୍ୟାରୁ ଭାଜପା ପ୍ରାର୍ଥୀ ଲଲ୍ଲୁ ସିଂଙ୍କୁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଆୱାଦେଶ ପ୍ରସାଦଙ୍କ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ନିର୍ବାଚନ ସମୟରେ ଲଲ୍ଲୁ ସିଂଙ୍କ ଏକ ବିବୃତ୍ତି ଆଲୋଚନା ହୋଇଥିଲା। ଏକ ନୂତନ ସମ୍ବିଧାନ ଗଠନ ପାଇଁ ସଂସଦରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଆବଶ୍ୟକ ହେବ ବୋଲି ସେ କହିଥିଲେ।
ଅନନ୍ତ ହେଗଡେ: କର୍ନାଟକର ଉତ୍ତର କନ୍ନଡ ଲୋକ ସଭା ଆସନରୁ ୬ ଥର ଏମ୍ପି ତଥା ଭାଜପା ନେତା ଅନନ୍ତ ହେଗଡେ ମଧ୍ୟ ସମ୍ବିଧାନ ସମ୍ପର୍କରେ ବିବୃତ୍ତି ଦେଇଥିଲେ। ସେ କହିଥିଲେ, ଯଦି ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ, ତେବେ ଏନଡିଏକୁ ୪୦୦ଟି ସିଟ ଆବଶ୍ୟକ ହେବ। ତାଙ୍କ ବିବୃତ୍ତି ପରେ ଭାଜପା ତାଙ୍କୁ ଅଲଗା କରି ଟିକେଟ ମଧ୍ୟ ଦେଇ ନ ଥିତ୍ଲା।
ଜ୍ୟୋତି ମିର୍ଦ୍ଧା: ରାଜସ୍ଥାନର ନାଗୌର ଆସନରୁ ଭାଜପା ପ୍ରାର୍ଥୀ ଜ୍ୟୋତି ମିର୍ଦ୍ଧା ଏକ ନିର୍ବାଚନ ରାଲିରେ ସମ୍ବିଧାନ ପରିବର୍ତ୍ତନ ବିଷୟରେ କହିଥିଲେ। ସେ କହିଥିଲେ ଯେ, ଦେଶର ସ୍ବାର୍ଥକୁ ଦୃଷ୍ଟିରେ ରଖି ଅନେକ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ସେମାନଙ୍କ ପାଇଁ ଆମକୁ ଅନେକ ସାମ୍ବିଧାନିକ ପରିବର୍ତ୍ତନ କରିବାକୁ ପଡିବ। ତଥାପି ମିର୍ଦ୍ଧାଙ୍କୁ ହନୁମାନ ବେନିୱାଲଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।
The post ନିଜ ଦଳର ଏହି ୩ ଖଳନାୟକଙ୍କୁ ଭୁଲିପାରିବେନି ମୋଦି appeared first on Dharitri Odia News.