ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ ନା। ଏବେ ଚାଇନାରୁ ଏଭଳି ଏକ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧା ନିଜର କୋଟିକୋଟି ଟଙ୍କାର ସମ୍ପତ୍ତି ପୋଷା କୁକୁର ଏବଂ ବିଲେଇଙ୍କ ନାମରେ କରିଦେଇଛନ୍ତି। ଏପରିକି ସେ ନିଜ […] The post ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ… appeared first on Dharitri Odia News.

ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ ନା। ଏବେ ଚାଇନାରୁ ଏଭଳି ଏକ ଚମକାଇବା ଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବୃଦ୍ଧା ନିଜର କୋଟିକୋଟି ଟଙ୍କାର ସମ୍ପତ୍ତି ପୋଷା କୁକୁର ଏବଂ ବିଲେଇଙ୍କ ନାମରେ କରିଦେଇଛନ୍ତି। ଏପରିକି ସେ ନିଜ ସମ୍ପତ୍ତିର ଟଙ୍କାଟିଏ ମଧ୍ୟ ନିଜ ସନ୍ତାନଙ୍କୁ ଦେଇନାହାନ୍ତି। ଏହି ମାମଲାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

Chinese Woman Leaves $2.8 Million Fortune To Her Pets After Her Children Fail To Care For Her | Bored Panda

ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟ ମୁତାବକ, ଚାଇନାର ଜଣେ ମହିଳା ନିଜ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ସବୁ ସମ୍ପତ୍ତି ପୋଷା ପଶୁମାନଙ୍କ ନାମରେ କରିଦେଇଛନ୍ତି। ତାଙ୍କୁ ନାମ ଲିୟୁ। ସେ ସାଂଘାଇର ବାସିନ୍ଦା। ଲିୟୁଙ୍କ ପାଖରେ ୨୩ କୋଟି ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଅସୁସ୍ଥ ଥିବା ସତ୍ତ୍ୱେ ପିଲାମାନେ ତାଙ୍କୁ ଦେଖିବା ଲାଗି ଆସୁ ନ ଥିଲେ। କେହି ଫୋନ୍‌ରେ କଥା ହେଉ ନ ଥିବାରୁ ସେ ଖପ୍ପା ହୋଇଥିଲେ। ଏପରିକି ରାଗରେ ସେ ନିଜ ପାଳିତ କୁକୁର ଏବଂ ବିଲେଇଙ୍କ ନାମରେ ସବୁ ସମ୍ପତ୍ତି କରିବାକୁ ପଛାଇ ନାହାନ୍ତି।

Woman decides to leave £2.2m fortune to dogs and cats instead of her children | World | News | Express.co.uk

ତେବେ ଚାଇନାରେ ପଶୁମାନଙ୍କ ନାମରେ ସମ୍ପତ୍ତି କରିବାର ଆଇନ ନାହିଁ। ଏଣୁ ସେ ପିଲାମାନଙ୍କୁ ଶିକ୍ଷା ଦେବା ଲାଗି ଏକ ସ୍ଥାନୀୟ ଭେଟେନାରୀ କ୍ଲିନିକ୍‌ ନାମରେ ସମ୍ପତ୍ତି କରିଛନ୍ତି। ଏହି କ୍ଲିନିକ୍‌ ତାଙ୍କ ଦେହାନ୍ତ ପରେ ପାଳିତ ପଶୁଙ୍କ ଦେଖାଶୁଣା କରିବ ବୋଲି ଜଣାପଡ଼ିଛି।

The post ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ… appeared first on Dharitri Odia News.