ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍‌ ବାପା!

ମୁମ୍ବାଇ: ବଲିଉଡ୍‌ ଫିଲ୍ମଜଗତର ଜଣେ ଜଣାଶୁଣା ନାମ ହେଲେ ଗୋବିନ୍ଦ ନାମଦେବ। ଏହି ଭେଟେରାନ ଅଭିନେତା ‘ଓଏମ୍‌ଜି’, ‘ସିଙ୍ଘମ’,‘ଓ୍ବାଣ୍ଟେଡ’ ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହେଲେ ଏବେ ସେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋକୁ ଦେଖି ୭୧ ବର୍ଷ ବୟସରେ ସେ ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଥିବା କୁହାଯାଉଛି। ଫଟୋର ବାସ୍ତବ କାହାଣୀ କିଛି ଏଭଳି। ଗୋବିନ୍ଦ ନିଜର […] The post ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍‌ ବାପା! appeared first on Dharitri Odia News.

ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍‌ ବାପା!

ମୁମ୍ବାଇ: ବଲିଉଡ୍‌ ଫିଲ୍ମଜଗତର ଜଣେ ଜଣାଶୁଣା ନାମ ହେଲେ ଗୋବିନ୍ଦ ନାମଦେବ। ଏହି ଭେଟେରାନ ଅଭିନେତା ‘ଓଏମ୍‌ଜି’, ‘ସିଙ୍ଘମ’,‘ଓ୍ବାଣ୍ଟେଡ’ ଭଳି ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହେଲେ ଏବେ ସେ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋକୁ ଦେଖି ୭୧ ବର୍ଷ ବୟସରେ ସେ ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଥିବା କୁହାଯାଉଛି।

ଫଟୋର ବାସ୍ତବ କାହାଣୀ କିଛି ଏଭଳି। ଗୋବିନ୍ଦ ନିଜର ସୋସିଆଲ ଆକାଉଣ୍ଟରେ ଅଭିନେତ୍ରୀଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଏଥିରେ କ୍ୟାପଶନ ଦେଇଥିଲେ‘ପ୍ରେମର କୌଣସି ବୟସ କିମ୍ବା ସୀମା ନଥାଏ’। ଏହାପରେ ଲୋକେ ସେ ପ୍ରେମରେ ପଡ଼ିଥିବା ଆକଳନ କରି ଟ୍ରୋଲ କରୁଥିଲେ।

ଶେଷରେ ଗୋବିନ୍ଦ ଫଟୋଟିକୁ ପୁଣିଥରେ ଶେୟାର କରି ସବୁକିଛି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଅଭିନେତ୍ରୀ ଶିବାଙ୍ଗୀଙ୍କ ସହ ଇନ୍ଦୋରରେ ଏକ ଫିଲ୍ମ ଶୁଟିଂ କରୁଥିିଲେ। ଫିଲ୍ମରେ ଜଣେ ବୟସ୍କ ବ୍ୟକ୍ତି ଯୁବତୀଙ୍କ ପ୍ରେମରେ ପଡ଼ିଛି। ଏହା ବାସ୍ତବ ଜୀବନର ପ୍ରେମ ନୁହେଁ ବରଂ ରିଲ୍‌ ଲାଇଫ୍‌ର। ମୋତେ କୌଣସି ଯୁବତୀଙ୍କୁ ପ୍ରେମ ହେବା ଏଜନ୍ମରେ ସମ୍ଭବ ନୁହେଁ।

The post ନିଜଠାରୁ ୪୦ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଅଜୟ ଦେବଗନଙ୍କ ଅନସ୍କ୍ରିନ୍‌ ବାପା! appeared first on Dharitri Odia News.