ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍: ବିହାର ଏବଂ ଝାଡଖଣ୍ଡରୁ ଦୁଇ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା
କନକ ବ୍ୟୁରୋ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ୟୁଜିର ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ପାଟନାର ପଙ୍କଜ କୁମାର ଓ ଝାଡ଼ଖଣ୍ଡର ହଜାରୀବାଗର ରାଜୁ ସିଂହ। ପଙ୍କଜ କୁମାର ପେପର ଲିକ୍ ମାଫିଆରେ ସାମିଲ ହୋଇ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କରିଥିବା ବେଳେ ରାଜୁ ତାଙ୍କୁ ପ୍ରଶ୍ନପତ୍ର ବାଂଟିବାରେ ସହଯୋଗ କରିଥିବା […] The post ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍: ବିହାର ଏବଂ ଝାଡଖଣ୍ଡରୁ ଦୁଇ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା first appeared on Kanak News.

କନକ ବ୍ୟୁରୋ: ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ୟୁଜିର ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବିହାର ପାଟନାର ପଙ୍କଜ କୁମାର ଓ ଝାଡ଼ଖଣ୍ଡର ହଜାରୀବାଗର ରାଜୁ ସିଂହ। ପଙ୍କଜ କୁମାର ପେପର ଲିକ୍ ମାଫିଆରେ ସାମିଲ ହୋଇ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କରିଥିବା ବେଳେ ରାଜୁ ତାଙ୍କୁ ପ୍ରଶ୍ନପତ୍ର ବାଂଟିବାରେ ସହଯୋଗ କରିଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ ଗୁଜୁରାଟର ଲାଟୁର ଓ ଗୋଧ୍ରାରେ ହେରଫେର ଅଭିଯୋଗରେ ଜଣେ ଲେଖାଏଁ ଏବଂ ଡେରାଡୁନରୁ ଜଣେ ଗିରଫ ହୋଇଥିଲେ। ଏହି ମାମଲାର କିଙ୍ଗପିନ୍ ରକି ଓରଫ ରାକେଶ ରଞ୍ଜନଙ୍କ ସମେତ ଅନ୍ୟ ୧୩ ଜଣ ଅଭିଯୁକ୍ତଙ୍କୁ ଜୁଲାଇ ୧୨ ତାରିଖରେ ବିହାରରୁ ସିବିଆଇ ହେପାଜତକୁ ନେଇଛି। ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରଛାତ୍ରୀଙ୍କ ଦେଶବ୍ୟାପୀ ପ୍ରତିବାଦ କରିବା ପରେ ସିବିଆଇ ତଦନ୍ତ ଭାର ନେଇଥିଲା। ତଦନ୍ତକାରୀ ସଂସ୍ଥା ଏହି ମାମଲାରେ ଏପର୍ଯ୍ୟନ୍ତ ୬ଟି ଏଫଆଇଆର୍ ରୁଜୁ କରିଛି।
The post ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍: ବିହାର ଏବଂ ଝାଡଖଣ୍ଡରୁ ଦୁଇ ଜଣଙ୍କୁ ଗିରଫ କଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା first appeared on Kanak News.