ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ,୧୮।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର ନିବେଶ ହରାଉଥିଲାବେଳେ ପୁଞ୍ଜିବଜାରର ପରିମାଣରେ ମଧ୍ୟ ହ୍ରାସ ଘଟୁଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ ଆରମ୍ଭରୁ ବଜାର ତଳମୁହଁା ହୋଇ ରହିଥିଲାବେଳେ କାର୍ଯ୍ୟଦିବସ ଶେଷ ସୁଦ୍ଧା ଉଭୟ ନ୍ୟାଶନାଲ ଷ୍ଟ୍‌କ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଏବଂ ବମ୍ବେ ଷ୍ଟକ୍‌ […] The post ନିବେଶକ ହରାଇଲେ ୨ ଲକ୍ଷ କୋଟି appeared first on Dharitri Odia News.

ନିବେଶକ ହରାଇଲେ ୨ ଲକ୍ଷ କୋଟି

ମୁମ୍ବାଇ,୧୮।୧୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀର ପ୍ରଭାବ ସିଧାସଳଖ ଭାରତୀୟ ଷ୍ଟକ୍‌ ମାର୍କେଟ କାରବାର ଉପରେ ପଡୁଛି। ଏପରିକି କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଫଳରେ ନିବେଶକ ଲକ୍ଷାଧିକ ଟଙ୍କାର ନିବେଶ ହରାଉଥିଲାବେଳେ ପୁଞ୍ଜିବଜାରର ପରିମାଣରେ ମଧ୍ୟ ହ୍ରାସ ଘଟୁଛି। ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ ଆରମ୍ଭରୁ ବଜାର ତଳମୁହଁା ହୋଇ ରହିଥିଲାବେଳେ କାର୍ଯ୍ୟଦିବସ ଶେଷ ସୁଦ୍ଧା ଉଭୟ ନ୍ୟାଶନାଲ ଷ୍ଟ୍‌କ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଏବଂ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର କାରବାରରେ ବଡ଼ ଧରଣର ହ୍ରାସ ଘଟିଥିଲା। ଫଳରେ ଦିନକ ମଧ୍ୟରେ ଶେୟାର ବଜାରର ନିବେଶକମାନେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା(୨.୩୩ ଲକ୍ଷ କୋଟି)ର ନିବେଶ ହରାଇଛନ୍ତି। ସେହିଭଳି ବିଏସ୍‌ଇ ସେନ୍‌ସେକ୍ସର କାରବାରେ ୧୦୬୪.୧୨ ପଏଣ୍ଟ ହାସ ଘଟି ୮୦.୬୮୪.୪୫ ଅଙ୍କରେ ଥିଲାବେଳେ ନିଫ୍ଟି ୧.୩୫% କମି ୨୪,୩୩୬ ଅଙ୍କରେ ପହଞ୍ଚତ୍ଛି। ଏପରିକି ବିଏସ୍‌ଇ ସେନ୍‌ସେକ୍ସର ମିଡ୍‌କ୍ୟାପ ଓ ସ୍ମଲ୍‌କ୍ୟାପ କାରବାରରେ ୦.୫% ହ୍ରାସ ଘଟିଛି। ଅପରପକ୍ଷରେ ନିଫ୍ଟି ମିଡ୍‌କ୍ୟାପର କାରବାର ୩୪୧.୧୫ ପଏଣ୍ଟ କମି ୫୯,୧୦୧.୯୦ ଅଙ୍କରେ ଥିଲାବେଳେ ନିଫ୍ଟି ସ୍ମଲକ୍ୟାପ ୦.୮୪% ହ୍ରାସ ଘଟି୯୨୯୯.୬୦ ଅଙ୍କରେ କାରବାର ବନ୍ଦ କରିଥିଲା। ଏପରିକି ନିଫ୍ଟି ବ୍ୟାଙ୍କ ୧.୩୯% ହ୍ରାସ ଘଟି ୫୨,୮୩୪.୮୦ ଅଙ୍କରେ ରହିଥିଲା।

The post ନିବେଶକ ହରାଇଲେ ୨ ଲକ୍ଷ କୋଟି appeared first on Dharitri Odia News.