ନିଯୁକ୍ତି ମେଳାରେ ନବୀନଙ୍କୁ ମୋହନଙ୍କ ଟାର୍ଗେଟ: ୨୪ ବର୍ଷରେ ଯାହା ହୋଇନଥିଲା, ୬ ମାସରେ କରି ଦେଖାଇଛୁ
କନକ ବ୍ୟୁରୋ: ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୩୭୬ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୋହନ ସରକାର। ଏହାସହ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ବିଶ୍ବସ୍ତରୀୟ ବିଶ୍ବସ୍ତରୀୟ କହି କିଭଳି ଯୁବବର୍ଗଙ୍କ ବିଶ୍ବାସ ସହ ଖେଳାଯାଇଥିଲା ତାହାର ପୋଥି ଖୋଲିଛନ୍ତି ମୋହନ। ଆଉ କହିଛନ୍ତି, ନବୀନ ସରକାର ଯାହା କରିପାରିନଥିଲେ ତାହାକୁ ପୂରା କରି ଦେଖାଇବେ ନୂଆ ସରକାର। ୬ ମାସରେ ମୋହନ ସରକାରଙ୍କ ୬ ନିଯୁକ୍ତି ମେଳା। ଚାକିରି ପାଇଲେଣି ୨୦ ହଜାରରୁ ଅଧିକ ଯୁବବର୍ଗ। ଆଉ ତାହା ବି ପୁଣି ସ୍ବଚ୍ଛତାର ସହ। କିଛି ଏଭଳି କହି ପୂର୍ବ ସରକାରକୁ କଟାକ୍ଷର ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଢେର ପଛୁଆ ଥିବା କହି ତତ୍କାଳୀନ ନବୀନ ସରକାରଙ୍କ ଅପାରଗପଣିଆକୁ ପଦାରେ ପକାଇଛନ୍ତି। ବିଶ୍ବସ୍ତରୀୟ ସ୍ବପ୍ନ ଦେଖାଇ କିଭଳି ଯୁବବର୍ଗଙ୍କ ସହ ବିଶ୍ବାସଘାତକତା କରାଯାଉଥିଲା ତାହା ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଆହ୍ବାନ ଦେଇଛନ୍ତି, ସ୍ବଚ୍ଛତାର ସହ କାମ କରି ଓଡ଼ିଶାକୁ ଏକ ନମ୍ବର କରିବାରେ ସହାୟକ ହୁଅ। ଏଥିପାଇଁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ। ଗତ ୨୪ ବର୍ଷରେ ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ସେତେଟୋ ସଫଳ ହୋଇନଥିଲେ ପୂର୍ବ ସରକାର। ନିଯୁକ୍ତି ନାଁରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଥିଲା। ଟଙ୍କା ଦେଲେ ସରକା

କନକ ବ୍ୟୁରୋ: ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ୩୭୬ ଜଣଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୋହନ ସରକାର। ଏହାସହ ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ। ବିଶ୍ବସ୍ତରୀୟ ବିଶ୍ବସ୍ତରୀୟ କହି କିଭଳି ଯୁବବର୍ଗଙ୍କ ବିଶ୍ବାସ ସହ ଖେଳାଯାଇଥିଲା ତାହାର ପୋଥି ଖୋଲିଛନ୍ତି ମୋହନ। ଆଉ କହିଛନ୍ତି, ନବୀନ ସରକାର ଯାହା କରିପାରିନଥିଲେ ତାହାକୁ ପୂରା କରି ଦେଖାଇବେ ନୂଆ ସରକାର।
୬ ମାସରେ ମୋହନ ସରକାରଙ୍କ ୬ ନିଯୁକ୍ତି ମେଳା। ଚାକିରି ପାଇଲେଣି ୨୦ ହଜାରରୁ ଅଧିକ ଯୁବବର୍ଗ। ଆଉ ତାହା ବି ପୁଣି ସ୍ବଚ୍ଛତାର ସହ। କିଛି ଏଭଳି କହି ପୂର୍ବ ସରକାରକୁ କଟାକ୍ଷର ବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶା ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଢେର ପଛୁଆ ଥିବା କହି ତତ୍କାଳୀନ ନବୀନ ସରକାରଙ୍କ ଅପାରଗପଣିଆକୁ ପଦାରେ ପକାଇଛନ୍ତି। ବିଶ୍ବସ୍ତରୀୟ ସ୍ବପ୍ନ ଦେଖାଇ କିଭଳି ଯୁବବର୍ଗଙ୍କ ସହ ବିଶ୍ବାସଘାତକତା କରାଯାଉଥିଲା ତାହା ନବନିଯୁକ୍ତ ସରକାରୀ କର୍ମଚାରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଆହ୍ବାନ ଦେଇଛନ୍ତି, ସ୍ବଚ୍ଛତାର ସହ କାମ କରି ଓଡ଼ିଶାକୁ ଏକ ନମ୍ବର କରିବାରେ ସହାୟକ ହୁଅ। ଏଥିପାଇଁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋହନ।
ଗତ ୨୪ ବର୍ଷରେ ଯୁବବର୍ଗଙ୍କୁ ନିଯୁକ୍ତି ଦେବାରେ ସେତେଟୋ ସଫଳ ହୋଇନଥିଲେ ପୂର୍ବ ସରକାର। ନିଯୁକ୍ତି ନାଁରେ ଦୁର୍ନୀତି ହେଉଥିବା ଅଭିଯୋଗ ଆସିଥିଲା। ଟଙ୍କା ଦେଲେ ସରକାରୀ ଚାକିରୀ ମିଳୁଥିଲା ବୋଲି କୁହାଯାଉଥିଲା। କିନ୍ତୁ ନୂଆ ସରକାର ନିଯୁକ୍ତିରେ ସ୍ବଚ୍ଛତା ପାଇଁ ବିଲ ଆଣିବା ସହ ଅସାଧୁ ଉପାୟରେ ଚାକିରି ବାଣ୍ଟିଲେ ଜରିମାନା ସହ ଜେଲ ଯିବାର ବ୍ୟବସ୍ଥା କରିଛନ୍ତି ବୋଲି ଦାବି କରୁଛନ୍ତି। ଏହାସହ ଭୁଶୁଡି ପଡିଥିବା ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପୁଣିଥରେ ଛିଡା କରିବାକୁ ଅଣ୍ଟା ଭିଡ଼ିଛନ୍ତି ବୋଲି କହିଛନ୍ତି ମୋହନ ସରକାର।
- ଆଗାମୀ ୫ ବର୍ଷ ମଧ୍ୟରେ ସବୁ ଜିଲ୍ଲାରେ ହସ୍ପିଟାଲ ଓ ମେଡିକାଲ କଲେଜ ହେବ
- ଢେଙ୍କାନାଳ, ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ହୋମିଓପାଥି ମେଡିକାଲ କଲେଜ
- ଖୁବଶୀଘ୍ର ସରକାରୀ ଫାର୍ମାସୀ ଅଫିସର ନିଯୁକ୍ତ ହେବେ
- ମେଡିକାଲ କଲେଜର ଭିତ୍ତିଭୂମି ସୁଦୃଢ କରିବାକୁ ୨୦୦ କୋଟିର କର୍ପସ ଫଣ୍ଡ
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପ୍ରାୟ ଦେଢ ଲକ୍ଷ ସରକାରୀ ଚାକିରି ପଦବୀ ଫାଙ୍କା ପଡିଛି। ତେଣୁ ଦୋଷ ଲଦାଲଦି ଛାଡି କେବେ ସେହି ପଦବୀରେ ନୂଆ ସରକାର ନିଯୁକ୍ତି ଦେବେ ତାକୁ ଅପେକ୍ଷା।