ନିରାଶ ହେଲେ ଅମରେଶ, ବାଜି ମାରିନେଲେ ଅନନ୍ତ
ଭୁବନେଶ୍ୱର,୧୨।୪: ବିଜେଡି ପକ୍ଷରୁ ବିଧାନସଭା ଟିକେଟକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରଠାରୁ ଭୁବନେଶ୍ୱର ମଧ୍ୟ ପାଇଁ କାହାକୁ ଟିକେଟ ମିଳିବ ସେନେଇ କସରତ ଚାଲିଥିଲା। ହେଲେ ଗୁରୁବାର ସବୁ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ବିଜେଡି ଏହି ଆସନ ପାଇଁ ବିଧାନସଭା ଟିକେଟ ଘୋଷଣା କରିଛି। ପୁଣି ଏହି ଆସନରୁ ଦଳ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛି। ଭୁବନେଶ୍ୱର ମଧ୍ୟ ପାଇଁ କର୍ପୋରେଟର ଅମରେଶ ଜେନା, ରୁଦ୍ର ସାମନ୍ତରାୟ ପ୍ରମୁଖ ଆଶାୟୀ ଥିଲେ। ଅନନ୍ତଙ୍କୁ […] The post ନିରାଶ ହେଲେ ଅମରେଶ, ବାଜି ମାରିନେଲେ ଅନନ୍ତ appeared first on Dharitri Odia News.
ଭୁବନେଶ୍ୱର,୧୨।୪: ବିଜେଡି ପକ୍ଷରୁ ବିଧାନସଭା ଟିକେଟକୁ ନେଇ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରଠାରୁ ଭୁବନେଶ୍ୱର ମଧ୍ୟ ପାଇଁ କାହାକୁ ଟିକେଟ ମିଳିବ ସେନେଇ କସରତ ଚାଲିଥିଲା। ହେଲେ ଗୁରୁବାର
ସବୁ ଦ୍ୱନ୍ଦ୍ୱର ଅନ୍ତ ଘଟାଇ ବିଜେଡି ଏହି ଆସନ ପାଇଁ ବିଧାନସଭା ଟିକେଟ ଘୋଷଣା କରିଛି। ପୁଣି ଏହି ଆସନରୁ ଦଳ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛି। ଭୁବନେଶ୍ୱର ମଧ୍ୟ ପାଇଁ କର୍ପୋରେଟର ଅମରେଶ ଜେନା, ରୁଦ୍ର ସାମନ୍ତରାୟ ପ୍ରମୁଖ ଆଶାୟୀ ଥିଲେ। ଅନନ୍ତଙ୍କୁ ବିରୋଧ କରି ଏହି ଦୁଇ ନେତା ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ ମଧ୍ୟ କରିଥିଲେ। ହେଲେ ଦଳ ପୁଣି ଅନନ୍ତଙ୍କ ଉପରେ ଭରସା କରିଛି ।
ପୂର୍ବରୁ ବିଜେଡି ଭୁବନେଶ୍ୱର ଏକାମ୍ର ଓ ଉତ୍ତର ଆସନ ପାଇଁ ଟିକେଟ ଘୋଷଣା କରିଛି। ଭୁବନେଶ୍ୱର ଏକାମ୍ରରୁ ଅଶୋକ ପଣ୍ଡା ଓ ଉତ୍ତରରୁ ସୁଶାନ୍ତ ରାଉତ ଲଢିବେ।
ତେବେ ୨୦୧୯ରେ ଭୁବନେଶ୍ୱର ମଧ୍ୟରୁ ଅନନ୍ତ ନାରାୟଣ ବିଜେଡି ଟିକେଟ୍ରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ତେବେ ଏହି ଆସନକୁ ବିଜେଡି ପୁଣି ନିଜ ଅକ୍ତିଆରକୁ ନେବାକୁ ଅନନ୍ତଙ୍କୁ ଭରସା କରିଛି । ଏନେଇ ଘୋଷଣା ହେବା ପରେ ଭୁବନେଶ୍ୱର ମଧ୍ୟ ଆସନ ଚର୍ଚ୍ଚାରେ ରହିଛି। ଏହି ଆସନରେ ଭାଜପା ଜଗନ୍ନାଥ ପ୍ରଧାନଙ୍କୁ ଟିକେଟ ଦେଇଛି। ଏଣୁ ନିର୍ବାଚନରେ କିଏ ଏଥର ବାଜି ମାରିବ ତାହା ଉପରେ ଭୋଟର୍ଙ୍କ ନଜର ରହିଛି।
The post ନିରାଶ ହେଲେ ଅମରେଶ, ବାଜି ମାରିନେଲେ ଅନନ୍ତ appeared first on Dharitri Odia News.