ନିର୍ବାଚନ ଆସିଲେ ଗାଁକୁ ଆସେ ପାଣି: ଭୋଟ ସରିଗଲେ ଦୂଷିତ ପାନୀୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି ଗାଁ ଲୋକେ

କନକ ବ୍ୟୁରୋ: ବିଶୁଦ୍ଧ ପାନୀୟଜଳ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ସରକାରୀ ବାବୁ ଓ ଠିକାଦାରଙ୍କ ପାଇଁ ଆଜି ବି ବହୁ ଗାଁରେ ପାନୀୟଜଳ ମିଳୁନାହିଁ । ଲୋକ ଦୂଷିତ ପାଣି ପିଉଛନ୍ତି । ଏମିତି ଗୋଟିଏ ଗାଁ ଅଛି, ଯେଉଁଠିକୁ କେବଳ ନିର୍ବାଚନ ବେଳେ ପାଇପ୍ ଯୋଗେ ପିଇବା ପାଣି ଆସେ, ତା’ପରେ ବନ୍ଦ ।  ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କୁଚିଳାବାଙ୍କ ଗାଁରେ ବର୍ଷବର୍ଷ ଧରି ପାନୀୟଜଳ ସମସ୍ୟା ଲାଗି ରହିଛି। ଗାଁରେ ପିଇବା ପାଣି ପାଇଁ କୌଣସି ସୁବିଧା ନାହିଁ। ଦୂଷିତ ନାଳ ପାଣି ହିଁ ଭରସା। ଯେଉଁ ନାଳରେ ମଣିଷଠାରୁ ଆରମ୍ଭ କରି ଗାଈଗୋରୁ ଗାଧୋଉଛନ୍ତି, ସେହି ପାଣିକୁ ହିଁ ଲୋକ ପାନୀୟଜଳ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଅନେକ ସମୟରେ ବିଭିନ୍ନ ରୋଗ ବ୍ୟାପୁଛି ।  କୁଚିଳାବାଙ୍କ ଗାଁରେ ପାଇପ ଓ ଷ୍ଟାଣ୍ଡ ପୋଷ୍ଟ ଲାଗିଛି।  କିନ୍ତୁ ଆଶ୍ଚର୍ୟ୍ୟର କଥା, କେବଳ ନିର୍ବାଚନ ବେଳେ ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଆସେ। ପରେ ପାଇପ୍ ପାଣି ଆସେନାହିଁ । ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ନାହିଁ ବୋଲି ଲୋକ ଅଭିଯୋଗ କରିଛନ୍ତି । ୪୦ରୁ ଅଧିକ ପରିବାର ରହୁଥିବା ଏହି ଗାଁରେ ୨ଟି ନଳକୂଅ ଥିଲେ ବି ସେଥିରୁ ନାଲିଆ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ନୁହେଁ ।  ଖରାଦିନ ଆସିଗଲାଣି, ଏବେଠାରୁ କୁଚିଳାବାଙ୍କ ଗାଁରେ ପଇବା ପାଣି ବ୍ୟବସ୍ଥା କରାନଗଲେ,  ଜଟିଳ ସମସ୍ୟା ଦେଖା ଦେବାରୁ ଆଶଙ୍କା ରହ

ନିର୍ବାଚନ ଆସିଲେ ଗାଁକୁ ଆସେ ପାଣି: ଭୋଟ ସରିଗଲେ ଦୂଷିତ ପାନୀୟ ଜଳ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି ଗାଁ ଲୋକେ

କନକ ବ୍ୟୁରୋ: ବିଶୁଦ୍ଧ ପାନୀୟଜଳ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ସରକାରୀ ବାବୁ ଓ ଠିକାଦାରଙ୍କ ପାଇଁ ଆଜି ବି ବହୁ ଗାଁରେ ପାନୀୟଜଳ ମିଳୁନାହିଁ । ଲୋକ ଦୂଷିତ ପାଣି ପିଉଛନ୍ତି । ଏମିତି ଗୋଟିଏ ଗାଁ ଅଛି, ଯେଉଁଠିକୁ କେବଳ ନିର୍ବାଚନ ବେଳେ ପାଇପ୍ ଯୋଗେ ପିଇବା ପାଣି ଆସେ, ତା’ପରେ ବନ୍ଦ । 

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ କୁଚିଳାବାଙ୍କ ଗାଁରେ ବର୍ଷବର୍ଷ ଧରି ପାନୀୟଜଳ ସମସ୍ୟା ଲାଗି ରହିଛି। ଗାଁରେ ପିଇବା ପାଣି ପାଇଁ କୌଣସି ସୁବିଧା ନାହିଁ। ଦୂଷିତ ନାଳ ପାଣି ହିଁ ଭରସା। ଯେଉଁ ନାଳରେ ମଣିଷଠାରୁ ଆରମ୍ଭ କରି ଗାଈଗୋରୁ ଗାଧୋଉଛନ୍ତି, ସେହି ପାଣିକୁ ହିଁ ଲୋକ ପାନୀୟଜଳ ରୂପେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଅନେକ ସମୟରେ ବିଭିନ୍ନ ରୋଗ ବ୍ୟାପୁଛି । 

କୁଚିଳାବାଙ୍କ ଗାଁରେ ପାଇପ ଓ ଷ୍ଟାଣ୍ଡ ପୋଷ୍ଟ ଲାଗିଛି।  କିନ୍ତୁ ଆଶ୍ଚର୍ୟ୍ୟର କଥା, କେବଳ ନିର୍ବାଚନ ବେଳେ ଗାଁକୁ ପାଇପ୍ ଯୋଗେ ପିଇବା ପାଣି ଆସେ। ପରେ ପାଇପ୍ ପାଣି ଆସେନାହିଁ । ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି ନାହିଁ ବୋଲି ଲୋକ ଅଭିଯୋଗ କରିଛନ୍ତି । ୪୦ରୁ ଅଧିକ ପରିବାର ରହୁଥିବା ଏହି ଗାଁରେ ୨ଟି ନଳକୂଅ ଥିଲେ ବି ସେଥିରୁ ନାଲିଆ ପାଣି ବାହାରୁ ଥିବାରୁ ତାହା ବ୍ୟବହାର ଉପଯୋଗୀ ନୁହେଁ । 

ଖରାଦିନ ଆସିଗଲାଣି, ଏବେଠାରୁ କୁଚିଳାବାଙ୍କ ଗାଁରେ ପଇବା ପାଣି ବ୍ୟବସ୍ଥା କରାନଗଲେ,  ଜଟିଳ ସମସ୍ୟା ଦେଖା ଦେବାରୁ ଆଶଙ୍କା ରହିଛି।