ନିର୍ବାଚନ ଆୟୋଗଙ୍କ ନିର୍ଦେଶ, କଣ୍ଟାମାଳର ବୁଥ ନମ୍ବର ୨୬ ଓ ୨୮ ହେବ ପୁନଃମତଦାନ
ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୁଥ ନମ୍ବର ୨୬ ଏବଂ ବୁଥ ନମ୍ବର ୨୮ରେ ମେ’ ୨୩, ୨୦୨୪ରେ ପୁନଃମତଦାନ ଅନୁଷ୍ଠିତ ହେବ। ଏହି ପ୍ରକ୍ରିୟା ଉକ୍ତ ଦିନ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଚାଲିବ। ଏଣୁ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ ଦ୍ୱୟର ସମସ୍ତ […]

ଭୁବନେଶ୍ୱର: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବୁଥ ନମ୍ବର ୨୬ ଏବଂ ବୁଥ ନମ୍ବର ୨୮ରେ ମେ’ ୨୩, ୨୦୨୪ରେ ପୁନଃମତଦାନ ଅନୁଷ୍ଠିତ ହେବ। ଏହି ପ୍ରକ୍ରିୟା ଉକ୍ତ ଦିନ ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏଁ ଚାଲିବ।
ଏଣୁ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ଉକ୍ତ ବୁଥ ଦ୍ୱୟର ସମସ୍ତ ମତଦାତାଙ୍କୁ ଏହା ଅବଗତ କରାଇବା ନିମନ୍ତେ ଉଭୟ ବୌଦ୍ଧ ଓ କନ୍ଧମାଳ ଜିଲାର ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳମାନଙ୍କୁ ଭାରତ ନିର୍ବାଚନଆୟୋଗଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ଏହାବ୍ୟତୀତ ଭାରତ ନିର୍ବାଚନ ଆୟୋଗ ଦିଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲାର ଅତିରିକ୍ତ ଜିଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବଚାନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ରୂପେ ନିଯୁକ୍ତ କରିଛନ୍ତି।