ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ…

ମୁମ୍ବାଇ,୪।୧୨: ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ମହାବିକାଶ ଅଗାଡିର ଶୋଚନୀୟ ପରାଜୟ ହୋଇଥିବାବେଳେ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଏମଭିଏକୁ ବଡ଼ ଝଟ୍‌କର ଲାଗିଛି। ଫଳାଫଳ ଏପରି ରହିଛି କି, ଦଳ ବିରୋଧୀ ଦଳ ହେବାକୁ ସଂଖ୍ୟା ଜୁଟାଇ ପାରିନାହିଁ। ମଙ୍ଗଳବାର ମୁମ୍ବାଇରେ ଏକ ସଭାରେ ଶିବସେନା (ଉଦ୍ଧବଗୋଷ୍ଠୀ) ଦଳର ମୁଖ୍ୟ ଉଦ୍ଧବ ଠାକରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା କଂଗ୍ରେସ ସହ ଇଣ୍ଡିଆ […] The post ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ… appeared first on Dharitri Odia News.

ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ…

ମୁମ୍ବାଇ,୪।୧୨: ନିକଟରେ ହୋଇଥିବା ମହାରାଷ୍ଟ୍ର ନିର୍ବାଚନରେ ମହାବିକାଶ ଅଗାଡିର ଶୋଚନୀୟ ପରାଜୟ ହୋଇଥିବାବେଳେ ମହାୟୁତି ପ୍ରଚଣ୍ଡ ବିଜୟ ହାସଲ କରିଛି। ଏହି ନିର୍ବାଚନରେ ଏମଭିଏକୁ ବଡ଼ ଝଟ୍‌କର ଲାଗିଛି। ଫଳାଫଳ ଏପରି ରହିଛି କି, ଦଳ ବିରୋଧୀ ଦଳ ହେବାକୁ ସଂଖ୍ୟା ଜୁଟାଇ ପାରିନାହିଁ।

ମଙ୍ଗଳବାର ମୁମ୍ବାଇରେ ଏକ ସଭାରେ ଶିବସେନା (ଉଦ୍ଧବଗୋଷ୍ଠୀ) ଦଳର ମୁଖ୍ୟ ଉଦ୍ଧବ ଠାକରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ସେ ଏକ ବଡ଼ ଘୋଷଣା କରିଛନ୍ତି। ଯାହା କଂଗ୍ରେସ ସହ ଇଣ୍ଡିଆ ମେଣ୍ଟକୁ ଝଟ୍‌କା ଦେଇଛି। ଭବିଷ୍ୟତରେ ନିର୍ବାଚନ ହେଲେ ଦଳ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇପାରେ ବୋଲି ସେ ବୈଠକରେ କହିଛନ୍ତି। ଏହି ସମୟରେ ସେ ଦଳର ସଦସ୍ୟମାନଙ୍କୁ ଶିବସେନା (ୟୁବିଟି) ର ହିନ୍ଦୁତ୍ୱବାଦୀ ଭାବବାଦ ଉପରେ ଉଠୁଥିବା ପ୍ରଶ୍ନକୁ ପ୍ରତ୍ୟାଖ୍ୟାନ କରିବାକୁ ଏବଂ ଶିନ୍ଦେ ଦଳର ଦାବିକୁ ବିରୋଧ କରିବାକୁ କହିଥିଲେ।

ଉଦ୍ଧବ ବୈଠକରେ ପୂର୍ବତନ ତଥା ଆଶାୟୀ କର୍ପୋରେଟରମାନଙ୍କୁ ସମ୍ବୋଧିତ କରିଥିଲେ। ଏନେଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ବିଏମସି, ଯାହା ଭାରତର ସବୁଠାରୁ ଧନୀ ସ୍ବାୟତ ସଂସ୍ଥା ଭାବେ ପରିଗଣିତ। ଶିବସେନା ଏହାକୁ ୨୫ ବର୍ଷ ଧରି ନିୟନ୍ତ୍ରଣ କରିଥିଲେ। ବର୍ତ୍ତମାନ ଶିିନ୍ଦେ ଦଳ ମହା ବିକାଶ ଆଗାଡିର ୪୭ଜଣ ପୂର୍ବତନ କର୍ପୋରେଟରଙ୍କୁ ନିଜ ପକ୍ଷକୁ ନେଇଛନ୍ତି। କହିରଖୁଛୁ କି, ମୁମ୍ବାଇରେ ବିଏମସି ନିର୍ବାଚନ ୩ ବର୍ଷ ବିଳମ୍ବରେ ହେବାକୁ ଯାଉଛି, ଯାହା ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ୨୦୨୫ରେ ହେବାର ସମ୍ଭାବନା ରହିଛି।

The post ନିର୍ବାଚନ ପରେ ରାହୁଲଙ୍କୁ ବଡ଼ ଝଟ୍‌କା ଦେଲେ ଉଦ୍ଧବ, କହିଲେ… appeared first on Dharitri Odia News.