ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା
ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି। ନିକଟରେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସାବିତ୍ରୀ ଜିନ୍ଦଲ ମଧ୍ୟ ଭାଜପାରେ ଯୋଗଦେଇ ପାରିବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ। […] The post ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା appeared first on Dharitri Odia News.
ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରତିଦିନ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଅନ୍ତର୍ଭୁକ୍ତ ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି। ନିକଟରେ ତାଙ୍କ ପୁଅ ନବୀନ ଜିନ୍ଦଲ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସାବିତ୍ରୀ ଜିନ୍ଦଲ ମଧ୍ୟ ଭାଜପାରେ ଯୋଗଦେଇ ପାରିବେ ବୋଲି କଳ୍ପନାଜଳ୍ପନା କରାଯାଉଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।
ସାବିତ୍ରୀ ଜିନ୍ଦଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ଇସ୍ତଫା ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ଜଣେ ବିଧାୟକ ଭାବରେ ୧୦ ବର୍ଷ ଧରି ହିସାରର ପ୍ରତିନିଧିତ୍ୱ କରିଆସୁଛି ଏବଂ ମନ୍ତ୍ରୀ ଭାବରେ ହରିୟାଣା ରାଜ୍ୟକୁ ନିଃସ୍ବାର୍ଥପର ଭାବରେ ସେବା କରିଆସୁଛି। ହିସାରର ଲୋକମାନେ ମୋର ପରିବାର ଏବଂ ମୋ ପରିବାରର ପରାମର୍ଶ କ୍ରମେ ମୁଁ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ସମର୍ଥନ ପାଇଁ ମୋର ସମସ୍ତ ସହକର୍ମୀଙ୍କୁ ମୁଁ ସର୍ବଦା କୃତଜ୍ଞତା ଜଣାଉଛି।
ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସାବିତ୍ରୀ ଜିନ୍ଦଲ ହେଉଛନ୍ତି ଦେଶର ସବୁଠାରୁ ଧନୀ ମହିଳା। ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଧନୀ ବ୍ୟକ୍ତିଙ୍କ ସହ ସେ ଦେଶର ଶ୍ରେଷ୍ଠ ୫ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟ ସ୍ଥାନ ପାଇଛନ୍ତି। ଦୁନିଆର ଧନୀ ତାଲିକାରେ ସେ ୫୬ ନମ୍ବରରେ ଅଛନ୍ତି। ତାଙ୍କର ମୋଟ ସମ୍ପତ୍ତି ହେଉଛି ୩୦ ବିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କା। ସାବିତ୍ରୀ ଜିନ୍ଦଲ ଓପି ଜିନ୍ଦଲ ଗ୍ରୁପର ଚେୟାରମ୍ୟାନ ଅଟନ୍ତି।
ସାବିତ୍ରୀ ଜିନ୍ଦଲ ୧୦ ବର୍ଷ ଧରି ହିସାର ନିର୍ବାଚନମଣ୍ଡଳୀରୁ ବିଧାୟକ ରହିଛନ୍ତି। ସେ ହରିୟାଣା ସରକାରରେ ମଧ୍ୟ ମନ୍ତ୍ରୀ ରହିଛନ୍ତି। ୨୦୦୫ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ସ୍ବାମୀ ତଥା ଜିନ୍ଦଲ ଗ୍ରୁପ ପ୍ରତିଷ୍ଠାତା ଓପି ଜିନ୍ଦଲଙ୍କ ମୃତ୍ୟୁପରେ ସାବିତ୍ରୀ ହିସାରରୁ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ୨୦୦୯ରେ ସେ ପୁଣି ଥରେ ଏହି ଆସନରୁ ଜିତିଥିଲେ। ଏହି ଅବଧି ମଧ୍ୟରେ ତାଙ୍କୁ ୨୦୧୩ ପର୍ଯ୍ୟନ୍ତ ହରିୟାଣା ସରକାରରେ ମନ୍ତ୍ରୀ ପଦ ଦିଆଯାଇଥିଲା। ତେବେ ୨୦୧୪ ହରିୟାଣା ବିଧାନସଭା ନିର୍ବାଚନରେ ସେ ପରାସ୍ତ ହୋଇଥିଲେ।
मैंने विधायक के रूप में 10 साल हिसार की जनता का प्रतिनिधित्व किया और मंत्री के रूप में हरियाणा प्रदेश की निस्वार्थ सेवा की है।
हिसार की जनता ही मेरा परिवार है और मैं अपने परिवार की सलाह पर आज कांग्रेस पार्टी की प्राथमिक सदस्यता से इस्तीफा दे रही हूं । कांग्रेस नेतृत्व के समर्थन…
— Savitri Jindal (@SavitriJindal) March 27, 2024
The post ନିର୍ବାଚନ ପୂର୍ବରୁ କଂଗ୍ରେସର ‘ହାତ’ ଛାଡିଲେ ଭାରତର ସବୁଠୁ ଧନୀ ମହିଳା appeared first on Dharitri Odia News.