ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ… 

ପାଟଣା,୫।୪: ଗିରଫ ହୋଇପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଗ୍ବାଲିୟରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ପକ୍ଷରୁ ଶୁକ୍ରବାର ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ଆମର୍‌ସ ଆକ୍ଟ ମାମଲାରେ ଏହି ଗିରଫଦାରୀ ଓ୍ବାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି। ୧୯୯୫ ଏବଂ ୧୯୯୭ର ଆମର୍‌ସ ଆକ୍ଟ ମାମଲାରେ ଲାଲୁଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ତାଙ୍କ ଉପରେ ଫର୍ମ ୧୬ ଅଧୀନରେ ହତିଆର ଯୋଗାଉଥିବା ଅଭିଯୋଗ ରହିଛି। ୧୯୯୫ ଅଗଷ୍ଟ ୨୩ରୁ ୧୯୯୭ ମେ’ ୧୫ ମଧ୍ୟରେ ଏଠାରେ […] The post ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ…  appeared first on Dharitri Odia News.

ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ… 
ପାଟଣା,୫।୪: ଗିରଫ ହୋଇପାରନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଗ୍ବାଲିୟରର ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ପକ୍ଷରୁ ଶୁକ୍ରବାର ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ଆମର୍‌ସ ଆକ୍ଟ ମାମଲାରେ ଏହି ଗିରଫଦାରୀ ଓ୍ବାରେଣ୍ଟ ଜାରି ହୋଇଥିବା ଜଣାପଡ଼ିଛି।
୧୯୯୫ ଏବଂ ୧୯୯୭ର ଆମର୍‌ସ ଆକ୍ଟ ମାମଲାରେ ଲାଲୁଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରାଯାଇଛି। ତାଙ୍କ ଉପରେ ଫର୍ମ ୧୬ ଅଧୀନରେ ହତିଆର ଯୋଗାଉଥିବା ଅଭିଯୋଗ ରହିଛି। ୧୯୯୫ ଅଗଷ୍ଟ ୨୩ରୁ ୧୯୯୭ ମେ’ ୧୫ ମଧ୍ୟରେ ଏଠାରେ ହତିଆର ଏବଂ ଗୁଳି କିଣାଯାଇଥିଲା। ଏହି ମାମଲାରେ ମୋଟ ୨୩ ଅଭିଯୁକ୍ତ ଅଛନ୍ତି। ସେଥିମଧ୍ୟରୁ ୬ ବିରୋଧରେ ମାମଲା ଚାଲୁଛି। ୨ଜଣଙ୍କ ମୃତ୍ୟୁ ଘଟିଛି, ୧୪ ଫେରାର ଅଛନ୍ତି।
ତେବେ ଆଗକୁ ନିର୍ବାଚନ ଥିବାରୁ ଏହି ଓ୍ବାରେଣ୍ଟ ଦଳ ସହ ଯାଦବ ପରିବାରର ନିଦ ହଜାଇ ଦେଇଛି।

The post ନିର୍ବାଚନ ପୂର୍ବରୁ ଜେଲ ଯିବେ ଲାଲୁ ଯାଦବ? ଜାରି ହେଲା ଗିରଫଦାରୀ ଓ୍ବାରେଣ୍ଟ…  appeared first on Dharitri Odia News.