ନିର୍ବାଚନ ଲଢିବେ କି ଗିରଫ ନେତାଙ୍କ ସ୍ତ୍ରୀ?, ଚର୍ଚ୍ଚାରେ CMଙ୍କ ଲଢୁଆ ପତ୍ନୀ
ନୂଆଦିଲ୍ଲୀ ୨୫/୦୩ : ନେତା ଯେତେ ବଡ, ଚର୍ଚ୍ଚା ବି ସେତେ ବଡ । ରାଜନୀତିରେ ଜେଲ୍ ଯିବା କିଛି ନୁଆ ନୁହେଁ । ଜେଲ ଯିବା ପରେ ସମୀକରଣ ବି ବଦଳି ଯାଏ । କିଛି ଘଟଣାରେ ବାଜି ପାଲଟିଯାଏ ତ ଆଉ କିଛି ଜାରି ରଖନ୍ତି ଲଢେଇ । ଏବେ ଦେଶର ରାଜନୀତି ପାଣିପାଗ ବି ସେମିତି । ନେତା ସିନା ଜେଲ୍ରେ କିନ୍ତୁ ତାଙ୍କ ପାଇଁ ଲଢୁଛନ୍ତି ସହଧର୍ମିଣୀ । ଖାଲି ଲଢୁନାହାଁନ୍ତି ତ ଗଡ ବଜାୟ ରଖିବାକୁ ଜାରି ରଖିଛନ୍ତି ପ୍ରୟାସ । ତିନି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା । ଆମେ ନେତାଙ୍କ ସ୍ତ୍ରୀ, ଲଢିବୁ, ଦେଶବାସୀଙ୍କୁ ଦେଖାଇବୁ ଦମ୍ । କଳ୍ପନା ସୋରେନ, ହେମନ୍ତ ସୋରେନଙ୍କ ପତ୍ନୀ । ଓଡ଼ିଆ ଝିଅ, ଝାଡଖଣ୍ଡର ଚର୍ଚ୍ଚିତ ଚେହେରା । ସ୍ୱାମୀ ସିନା ଜେଲରେ, କିନ୍ତୁ ସେ ରାଜନୀତିରେ ବେଶ୍ ସକ୍ରିୟ । ହେମନ୍ତଙ୍କ ଅନୁପସ୍ଥିତିରେ ସମ୍ଭାଳୁଛନ୍ତି କମାଣ୍ଡ । ଲୋକଙ୍କ ପାଖକୁ ଯାଉଛନ୍ତି, ସମସ୍ୟା ବୁଝୁଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆ ଆଲାଇନ୍ସର ରାଲି । ଜେଏମ୍ଏମ୍ ପକ୍ଷରୁ ସମ୍ୱୋଧିତ କରିଥିଲେ କଳ୍ପନା । ହେମନ୍ତ ଜେଲି ଯିବା ପରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ହେଉଥିଲା ଚର୍ଚ୍ଚା । ହେଲେ ଚର୍ଚ୍ଚାରେ ପଡିଥିଲା ପୂର୍ଣ୍ଣଛେଦ । ହେଲେ ଏବେ କିନ୍ତୁ ସେ ନିର୍ବାଚନ ଲଢିବେ ବୋଲି ଅନେକ ଚର୍ଚ୍ଚା । ଶୁଣାଯାଉଛି କି, ଉପ-ନିର୍ବାଚନରେ କରିପାରନ୍ତି ପ୍ରତିଦ୍ୱନ୍ଦ୍ୱିତା । ଉତ୍ତରପ୍ରଦେଶର ଜୌନପୁରର ପୂର୍ବତନ
ନୂଆଦିଲ୍ଲୀ ୨୫/୦୩ : ନେତା ଯେତେ ବଡ, ଚର୍ଚ୍ଚା ବି ସେତେ ବଡ । ରାଜନୀତିରେ ଜେଲ୍ ଯିବା କିଛି ନୁଆ ନୁହେଁ । ଜେଲ ଯିବା ପରେ ସମୀକରଣ ବି ବଦଳି ଯାଏ । କିଛି ଘଟଣାରେ ବାଜି ପାଲଟିଯାଏ ତ ଆଉ କିଛି ଜାରି ରଖନ୍ତି ଲଢେଇ । ଏବେ ଦେଶର ରାଜନୀତି ପାଣିପାଗ ବି ସେମିତି । ନେତା ସିନା ଜେଲ୍ରେ କିନ୍ତୁ ତାଙ୍କ ପାଇଁ ଲଢୁଛନ୍ତି ସହଧର୍ମିଣୀ । ଖାଲି ଲଢୁନାହାଁନ୍ତି ତ ଗଡ ବଜାୟ ରଖିବାକୁ ଜାରି ରଖିଛନ୍ତି ପ୍ରୟାସ । ତିନି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା । ଆମେ ନେତାଙ୍କ ସ୍ତ୍ରୀ, ଲଢିବୁ, ଦେଶବାସୀଙ୍କୁ ଦେଖାଇବୁ ଦମ୍ ।
କଳ୍ପନା ସୋରେନ, ହେମନ୍ତ ସୋରେନଙ୍କ ପତ୍ନୀ । ଓଡ଼ିଆ ଝିଅ, ଝାଡଖଣ୍ଡର ଚର୍ଚ୍ଚିତ ଚେହେରା । ସ୍ୱାମୀ ସିନା ଜେଲରେ, କିନ୍ତୁ ସେ ରାଜନୀତିରେ ବେଶ୍ ସକ୍ରିୟ । ହେମନ୍ତଙ୍କ ଅନୁପସ୍ଥିତିରେ ସମ୍ଭାଳୁଛନ୍ତି କମାଣ୍ଡ । ଲୋକଙ୍କ ପାଖକୁ ଯାଉଛନ୍ତି, ସମସ୍ୟା ବୁଝୁଛନ୍ତି । ନିକଟରେ ଅନୁଷ୍ଠିତ ହୋଇଥିଲା ଇଣ୍ଡିଆ ଆଲାଇନ୍ସର ରାଲି । ଜେଏମ୍ଏମ୍ ପକ୍ଷରୁ ସମ୍ୱୋଧିତ କରିଥିଲେ କଳ୍ପନା । ହେମନ୍ତ ଜେଲି ଯିବା ପରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ବୋଲି ହେଉଥିଲା ଚର୍ଚ୍ଚା । ହେଲେ ଚର୍ଚ୍ଚାରେ ପଡିଥିଲା ପୂର୍ଣ୍ଣଛେଦ । ହେଲେ ଏବେ କିନ୍ତୁ ସେ ନିର୍ବାଚନ ଲଢିବେ ବୋଲି ଅନେକ ଚର୍ଚ୍ଚା । ଶୁଣାଯାଉଛି କି, ଉପ-ନିର୍ବାଚନରେ କରିପାରନ୍ତି ପ୍ରତିଦ୍ୱନ୍ଦ୍ୱିତା ।
ଉତ୍ତରପ୍ରଦେଶର ଜୌନପୁରର ପୂର୍ବତନ ସାଂସଦ ଧନଞ୍ଜୟ ସିଂ ବର୍ତ୍ତମାନ ଜେଲରେ । ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ସେ ଏକ ଅପହରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଧନଞ୍ଜୟ ଜୌନପୁରରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ହେଉଥିଲେ ପ୍ରସ୍ତୁତ । ଜେଲ ଦଣ୍ଡ ଭୋଗିବା କାରଣରୁ ଅଧା ରହିଥିଲା ତାଙ୍କର ଇଚ୍ଛା । ଏବେ ତାଙ୍କ ପତ୍ନୀ ଶ୍ରୀକଳା ରେଡ୍ଡୀ ଜୌନପୁରରୁ ନିର୍ବାଚନ ଲଢିବାକୁ ହେଉଛନ୍ତି ତୟାର । କହିବାକୁ ଗଲେ ଶ୍ରୀକଳା ଜୌନପୁର ଜିଲ୍ଲା ପଞ୍ଚାୟତର ସଭାପତି । ଧନଞ୍ଜୟ ଏବଂ ଶ୍ରୀକଳା ୨୦୧୭ ମସିହାରେ ବିବାହ କରିଥିଲେ । ଜୌନପୁରରୁ ଲକ୍ଷ୍ନୌ ଶ୍ରୀକଳାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା । ଯଦି ସେ ଏସପି, ବିଏସପିରୁ ଟିକେଟ୍ ନ ପାଆନ୍ତି, ତେବେ ଶ୍ରୀକଳା ରେଡ୍ଡୀ ସ୍ୱାଧୀନ ଭାବେ ଲଢିପାରନ୍ତି ଲୋକସଭା ନିର୍ବାଚନ ।
ଲିଷ୍ଟରେ ପ୍ରମୁଖ ଦାବିଦାର ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ । ମଦ ର୍ନୀତିରେ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏବେ ଇଡି କଷ୍ଟଡିରେ । ୭ ଦିନିଆ ରିମାଣ୍ଡରେ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଗକୁ ନିର୍ବାଚନ ଥିବାରୁ କେଜ୍ରିୱାଲଙ୍କ ଗିରଫ ଆମ୍ ଆଦମୀ ପାର୍ଟିକୁ ହରଡଘଣାରେ ପକାଇଦେଇଛି । ଏମିତିକି ଜେଲ୍ର ଚାରିକାନ୍ଥରୁ ଚାଲିଛି ସରକାର । ଯଦି କେଜ୍ରିୱାଲ ଦୀର୍ଘଦିନ ଧରି ହେପାଜତରେ ରୁହନ୍ତି । ତେବେ ତାଙ୍କ ପତ୍ନୀ ପାର୍ଟି ପାଇଁ ପ୍ରଚାର କରିବାର ରହିଛି ଯୋଜନା ।
ପୂର୍ବଥର ବି ସୁନିତା କେଜ୍ରିୱାଲଙ୍କ ନୂଆଦିଲ୍ଲୀ ଆସନରେ କରିଥିଲେ ପ୍ରଚାର । ଖାଲି ସେତିକି ନୁହେଁ, କେଜରିଓ୍ୱାଲଙ୍କୁ ଗିରଫ ପରେ ସୋସିଆଲ ମିଡିଆରେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ ସୁନୀତା କେଜରିଓ୍ୱାଲ । କହିଥିଲେ ସେ ଲୁହାର ମଣିଷ । ୧୯୯୪ରେ ବିବାହ କରିଥିଲେ ସୁନୀତା ଏବଂ ଅରବିନ୍ଦ କେଜରିଓ୍ୱାଲ । ପୂର୍ବରୁ ସୁନୀତା ଜଣେ ଆଇଆରଏସ ଅଧିକାରୀ ବି ରହି ଆସିଛନ୍ତି । ଏବେ ସେ VRS ନେଇ ନିଜ ପରିବାରର ଯତ୍ନ ନେଉଛନ୍ତି ।
YOU CAN ALSO READ..
ପଲ୍ଲବୀ ଡେମ୍ପୋ କିଏ ? ଗୋଆର ପ୍ରଥମ ମହିଳା ଭାବେ ଲଢିବେ ଲୋକସଭା ନିର୍ବାଚନ