ନିର୍ବାଚନ ସମୟରେ ଓଡ଼ିଶାରୁ ଜବତ ହେଲାଣି ୨୭୦କୋଟି
ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପ୍ରଚାର ଶେଷ ହୋଇଛି। ତେବେ ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଜବତ କରିଛନ୍ତି । ଏଥିରେ ୨୦.୮୦କୋଟି ନଗଦ ଟଙ୍କା, ୪୦.୭୫କୋଟି ଟଙ୍କାର ମଦ, ୭୭.୯୯କୋଟି ଟଙ୍କାର ନିଶାସାମଗ୍ରୀ ଓ ମାଦକଦ୍ରବ୍ୟ, ୧୪.୭୪କୋଟି ଟଙ୍କାର ସୁନା ଆଦି ସମେତ […] The post ନିର୍ବାଚନ ସମୟରେ ଓଡ଼ିଶାରୁ ଜବତ ହେଲାଣି ୨୭୦କୋଟି appeared first on Dharitri Odia News.
ଭୁବନେଶ୍ୱର,୩୦।୫: ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ ପାଇଁ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ। ତେବେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର ପ୍ରଚାର ଶେଷ ହୋଇଛି। ତେବେ ମାର୍ଚ୍ଚ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ମୋଟ ୨୭୦କୋଟି ଟଙ୍କାର ବିଭିନ୍ନ ସାମଗ୍ରୀକୁ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଜବତ କରିଛନ୍ତି । ଏଥିରେ ୨୦.୮୦କୋଟି ନଗଦ ଟଙ୍କା, ୪୦.୭୫କୋଟି ଟଙ୍କାର ମଦ, ୭୭.୯୯କୋଟି ଟଙ୍କାର ନିଶାସାମଗ୍ରୀ ଓ ମାଦକଦ୍ରବ୍ୟ, ୧୪.୭୪କୋଟି ଟଙ୍କାର ସୁନା ଆଦି ସମେତ ମୂଲ୍ୟବାନ ଧାତୁ ଓ ୧୪୧.୫୭କୋଟି ଟଙ୍କାର ମାଗଣା ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି । ନିର୍ବାଚନ ସମୟରେ ଏତେ ପରିମାଣରେ ଟଙ୍କା ଓ ବିଭିନ୍ନ ସାମଗ୍ରୀ ପରିମାଣ ଜବତ ହେବା ଓଡ଼ିଶାରେ ପ୍ରଥମ ।
The post ନିର୍ବାଚନ ସମୟରେ ଓଡ଼ିଶାରୁ ଜବତ ହେଲାଣି ୨୭୦କୋଟି appeared first on Dharitri Odia News.