ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସମୟରେ ଭାଜପାକୁ ବଡ଼ ଝଟକା ଲାଗିଛି। ଅଶୋକ ତନୱର ଦଳ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି। ଅଶୋକ ତନୱାର ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପାର୍ଟିକୁ ଫେରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ତାଙ୍କୁ ପାର୍ଟି ପତାକା ସହିତ ସ୍ବାଗତ କରିଥିଲେ। ଅଶୋକ ତନୱର ହରିୟାଣା କଂଗ୍ରେସର ପ୍ରଥମ ସଭାପତି ଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏବଂ ଭୁପେନ୍ଦ୍ର ସିଂ ହୁଡାଙ୍କ ଉପରେ ଅଭିଯୋଗ ଆଣି […] The post ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ appeared first on Dharitri Odia News.

ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ

ଚଣ୍ଡିଗଡ଼,୩।୧୦: ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ସମୟରେ ଭାଜପାକୁ ବଡ଼ ଝଟକା ଲାଗିଛି। ଅଶୋକ ତନୱର ଦଳ ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି।
ଅଶୋକ ତନୱାର ଗୁରୁବାର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପାର୍ଟିକୁ ଫେରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ତାଙ୍କୁ ପାର୍ଟି ପତାକା ସହିତ ସ୍ବାଗତ କରିଥିଲେ।
ଅଶୋକ ତନୱର ହରିୟାଣା କଂଗ୍ରେସର ପ୍ରଥମ ସଭାପତି ଥିଲେ। ଏହା ପରେ ରାହୁଲ ଗାନ୍ଧୀ ଏବଂ ଭୁପେନ୍ଦ୍ର ସିଂ ହୁଡାଙ୍କ ଉପରେ ଅଭିଯୋଗ ଆଣି ସେ ତ୍ରୁଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ତା’ପରେ ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।
ଏହା ପରେ ସେ ଭାଜପାରେ ଯୋଗ ଦେଇଥିଲେ। ୨୦୨୪ ଲୋକ ସଭା ନିର୍ବାଚନରେ ସେ କୁମାରୀ ଶୈଳଜାଙ୍କ ବିରୋଧରେ ସିରସାରୁ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ଅକ୍ଟୋବର ୫ରେ ହରିୟାଣାର ସମସ୍ତ ୯୦ଟି ଆସନରେ ଏକକାଳୀନ ଭୋଟିଂ ଅନୁଷ୍ଠିତ ହେବ। ଭୋଟ ଦେବାର ଦୁଇ ଦିନ ପୂର୍ବରୁ ଅଶୋକ ତନୱାର କଂଗ୍ରେସରେ ଯୋଗଦେବା ସହିତ ଭାଜପାକୁ ଏକ ବଡ ଝଟକା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଚାର ପାଇଁ ଆଜି ହେଉଛି ଗୁରୁବାର ଶେଷ ଦିନ। ସା ୬ଟା ପରେ ପ୍ରଚାର ବନ୍ଦ ହେବ । ଅକ୍ଟୋବର ୫ରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଅକ୍ଟୋବର ୮ରେ ଭୋଟର ଗଣନା କରାଯିବ।

The post ନିର୍ବାଚନର ଦୁଇ ଦିନ ପୂର୍ବରୁ ହରିୟାଣାରେ ବଡ ଧରଣର ଅଦଳବଦଳ appeared first on Dharitri Odia News.