ମଣିପୁରରେ ହିଂସା ପରେ କର୍ଫ୍ୟୁ ଜାରି; ପୁଲିସ ସହ ସଂଘର୍ଷରେ ୪୦ ଛାତ୍ର ଆହତ
ଇମ୍ଫାଲ: ମଣିପୁରରେ ଜାତିଆଣ ହିଂସା ଜାରି ରହିଥିବା ବେଳେ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଇମ୍ଫାଲର ଦୁଇଟି ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ଏବଂ ହିଂସାକାରୀଙ୍କ ମୁକାବିଲା ପାଇଁ ଆରଏଏଫ୍ ମୁତୟନ କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ହିଂସାର ପ୍ରସାର ପାଇଁ ବ୍ୟାପକ ଉଦ୍ୟମ ହେଉଥିବାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି । କୁକି ଉଗ୍ରପନ୍ଥୀମାନେ […]

ଇମ୍ଫାଲ: ମଣିପୁରରେ ଜାତିଆଣ ହିଂସା ଜାରି ରହିଥିବା ବେଳେ ସମଗ୍ର ରାଜ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଇମ୍ଫାଲର ଦୁଇଟି ଜିଲ୍ଲା ସମେତ ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଜାରି ହୋଇଛି ଏବଂ ହିଂସାକାରୀଙ୍କ ମୁକାବିଲା ପାଇଁ ଆରଏଏଫ୍ ମୁତୟନ କରାଯାଇଛି । ସୋସିଆଲ ମିଡିଆ ମାଧ୍ୟମରେ ହିଂସାର ପ୍ରସାର ପାଇଁ ବ୍ୟାପକ ଉଦ୍ୟମ ହେଉଥିବାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ ରଖାଯାଇଛି । କୁକି ଉଗ୍ରପନ୍ଥୀମାନେ ପୁଣି ସମଗ୍ର ରାଜ୍ୟରେ ହିଂସା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରିଥିବାରୁ ସୁରକ୍ଷା ବଢ଼ାଇ ଦିଆଯାଇଛି। ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁରୁବାର ପର୍ଯ୍ୟନ୍ତ ବନ୍ଦ ରହିଛି। ଇମ୍ଫାଲରେ ବିକ୍ଷୋଭକାରୀ ଛାତ୍ରମାନେ ରାଜଭବନ ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସହ ସେମାନଙ୍କର ସଂଘର୍ଷ ହୋଇଥିଲା। ଏଥିରେ ୪୦ ଛାତ୍ର ଆହତ ହୋଇଛନ୍ତି । ପ୍ରାୟ ୧୦ ଦିନ ଧରି ଚାଲିଥିବା ହିଂସା ଏବଂ ବିଭିନ୍ନ ସ୍ଥାନରେ କୁକି ଉଗ୍ରପନ୍ଥୀଙ୍କ ଆକ୍ରମଣ ନେଇ ସ୍ଥିତି ପୁଣି ଜଟିଳ ହୋଇଥିବାରୁ ରାଜ୍ୟ ସ୍ଥିତି ଉପରେ କେନ୍ଦ୍ର ସରକାର ମଧ୍ୟ ସତର୍କ ନଜର ରଖିଛନ୍ତି।