ନିର୍ବାଚନରେ ଶୋଚନୀୟ ପରାଜୟର ସାମନା କରିପାରେ ପିଏମ୍ ରିଷି ସୁନକଙ୍କ ପାର୍ଟି-ସର୍ଭେ

ନୂଆଦିଲ୍ଲୀ: ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ପାର୍ଟି ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମନା କରିପାରେ । ଏକ ସର୍ଭେରେ ଏହି ଦାବି କରାଯାଇଛି । ଏହି ସର୍ଭେ ୧୮ ହଜାର ଲୋକଙ୍କ ସାମ୍ପଲ ସାଇଜ୍ ଉପରେ ଆଧାରିତ ଅଟେ । ଏହି ସର୍ଭେରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ନେତୃତ୍ୱଧୀନ ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ନେଇ ଭବିଷ୍ୟତବାଣୀ କରାଯାଇଛି । ଏହାସହ ଲେବର ପାର୍ଟି ୪୦୩ ଆସନ ଜିତିବା ନେଇ ଅନୁମାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନ ସଂସଦରେ ବହୁମତ ସଂଖ୍ୟା ୩୨୬ ।YouGov ଦ୍ୱାରା ଜାରି କରାଯାଇଥିବା ଏକ ବହୁ ସ୍ତରୀୟ ମଡେଲିଂ ଏବଂ ପୋଷ୍ଟ-ଷ୍ଟ୍ରେଟିଫିକେଶନ (ଏମଆରପି) ଡାଟା ସପ୍ତାହନ୍ତରେ ଏକ ସମାନ ମେଗା ପୋଲ ଦର୍ଶାଉଛି । ଏହି ପୋଲରେ ଟୋରିଜର ପରାଜୟ ନେଇ ଭବିଷ୍ୟତବାଣୀ କରାଯାଇଛି । ଅନୁମାନ କରାଯାଉଛି ଯେ ଟୋରିଜ ଆଗାମୀ ଲୋକସଭା ନିର୍ବାଚନରେ ୧୯୯୭ରେ ପୂର୍ବତନ ଟୋରି ପ୍ରଧାନମନ୍ତ୍ରୀ ଜନ ମେଜରଙ୍କ ଶାସନକାଳରୁ ଖରାପ ହୋଇପାରେ । ସେହି ସମୟରେ ଦଳକୁ ମାତ୍ର ୧୬୫ ଆସନ ମିଳିଥିଲା ।ପଢନ୍ତୁ: 'କିଛି ଲୋକ ଆତଙ୍କବାଦୀଙ୍କୁ ପ୍ରଶଂସା କରୁଛନ୍ତି': ହମାସ ସମର୍ଥନରେ ହେଉଥିବା ପ୍ରଦର୍ଶନ ଉପରେ ଋଷି ସୁନକ୍‌ କ୍ଷୁବ୍ଧଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ରିଷି ସୁନକ ଦେଶର ଗଣତନ୍ତ୍ରର ରକ୍ଷା ପାଇଁ ଭାବୁକ ଅପିଲ୍ କରି ସତର୍କ କରାଇଥିଲେ ଯେ ଚରମପନ୍ଥୀ ଶକ୍ତି ଦେଶକୁ ଭାଙ୍ଗିବା ଏବ

ନିର୍ବାଚନରେ ଶୋଚନୀୟ ପରାଜୟର ସାମନା କରିପାରେ ପିଏମ୍ ରିଷି ସୁନକଙ୍କ ପାର୍ଟି-ସର୍ଭେ

ନୂଆଦିଲ୍ଲୀ: ବ୍ରିଟେନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ପାର୍ଟି ଆଗାମୀ ନିର୍ବାଚନରେ ବଡ଼ ପରାଜୟ ସାମନା କରିପାରେ । ଏକ ସର୍ଭେରେ ଏହି ଦାବି କରାଯାଇଛି । ଏହି ସର୍ଭେ ୧୮ ହଜାର ଲୋକଙ୍କ ସାମ୍ପଲ ସାଇଜ୍ ଉପରେ ଆଧାରିତ ଅଟେ । ଏହି ସର୍ଭେରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ନେତୃତ୍ୱଧୀନ ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଶୋଚନୀୟ ପରାଜୟ ନେଇ ଭବିଷ୍ୟତବାଣୀ କରାଯାଇଛି । ଏହାସହ ଲେବର ପାର୍ଟି ୪୦୩ ଆସନ ଜିତିବା ନେଇ ଅନୁମାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନ ସଂସଦରେ ବହୁମତ ସଂଖ୍ୟା ୩୨୬ ।

YouGov ଦ୍ୱାରା ଜାରି କରାଯାଇଥିବା ଏକ ବହୁ ସ୍ତରୀୟ ମଡେଲିଂ ଏବଂ ପୋଷ୍ଟ-ଷ୍ଟ୍ରେଟିଫିକେଶନ (ଏମଆରପି) ଡାଟା ସପ୍ତାହନ୍ତରେ ଏକ ସମାନ ମେଗା ପୋଲ ଦର୍ଶାଉଛି । ଏହି ପୋଲରେ ଟୋରିଜର ପରାଜୟ ନେଇ ଭବିଷ୍ୟତବାଣୀ କରାଯାଇଛି । ଅନୁମାନ କରାଯାଉଛି ଯେ ଟୋରିଜ ଆଗାମୀ ଲୋକସଭା ନିର୍ବାଚନରେ ୧୯୯୭ରେ ପୂର୍ବତନ ଟୋରି ପ୍ରଧାନମନ୍ତ୍ରୀ ଜନ ମେଜରଙ୍କ ଶାସନକାଳରୁ ଖରାପ ହୋଇପାରେ । ସେହି ସମୟରେ ଦଳକୁ ମାତ୍ର ୧୬୫ ଆସନ ମିଳିଥିଲା ।

ପଢନ୍ତୁ: 'କିଛି ଲୋକ ଆତଙ୍କବାଦୀଙ୍କୁ ପ୍ରଶଂସା କରୁଛନ୍ତି': ହମାସ ସମର୍ଥନରେ ହେଉଥିବା ପ୍ରଦର୍ଶନ ଉପରେ ଋଷି ସୁନକ୍‌ କ୍ଷୁବ୍ଧ

ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ପୂର୍ବେ ରିଷି ସୁନକ ଦେଶର ଗଣତନ୍ତ୍ରର ରକ୍ଷା ପାଇଁ ଭାବୁକ ଅପିଲ୍ କରି ସତର୍କ କରାଇଥିଲେ ଯେ ଚରମପନ୍ଥୀ ଶକ୍ତି ଦେଶକୁ ଭାଙ୍ଗିବା ଏବଂ ଏହାର ବହୁ-ଧାର୍ମିକ ପରିଚୟକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରୁଛନ୍ତି । ସୁନକ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସହ ସରକାରୀ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ୍ ବାହାରେ ଏକ ଭାଷଣରେ କହିଥିଲେ ଯେ ଯେଉଁ ପ୍ରବାସୀ ଏଠାକୁ ଆସୁଛନ୍ତି, ସେମାନେ ଏକଜୁଟ୍ ହୋଇ ଯୋଗଦାନ ଦେଉଛନ୍ତି । ସେମାନେ ଆମ ଦେଶର କାହାଣୀରେ ଏକ ନୂଆ ଅଧ୍ୟାୟ ଲେଖିବାରେ ସହଯୋଗ କରିଛି । ସେମାନେ ନିଜ ପରିଚୟ ନଛାଡ଼ି ଏପରି କରିଛି ।