ନିର୍ବାଚନୀ ବଣ୍ଡ କିଣିଥିବା ସବୁଠୁ ବଡ଼ କମ୍ପାନୀ ଉପରେ ଏଫଆଇଆର ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୪।୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଚିନିୟରିଂ ଆଣ୍ଡ ଏନଫ୍ରାଷ୍ଟ୍ରକଚର ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି। ଲାଞ୍ଚ ଦେଇଥିବା ମାମଲାକୁ ଭିତ୍ତି କରି ସବିଆଇ ଏଫଆଇଆର ରୁଜୁ କରିଛି। ଏହି କମ୍ପାନୀ ନିର୍ବାଚନୀ ବଣ୍ଡ କିଣିଥିବା ସବୁଠାରୁ ବଡ଼ କମ୍ପାନୀ ଅଟେ। ଯିଏକି ୯୬୬ କୋଟି ଟଙ୍କାର ଚାନ୍ଦା ଦେଇଥିଲା। ବିଶେଷ କରି କ୍ଷମତାସୀନ ଭାଜପା ସରକାରଙ୍କୂ ୫୮୬ କୋଟି ଟଙ୍କା ଚାନ୍ଦା ଦେଇଥିଲା। ତେବେ କମ୍ପାନୀ ନାଁରେ ଅଭିଯୋଗ ହୋଇଛି […] The post ନିର୍ବାଚନୀ ବଣ୍ଡ କିଣିଥିବା ସବୁଠୁ ବଡ଼ କମ୍ପାନୀ ଉପରେ ଏଫଆଇଆର ରୁଜୁ କଲା ସିବିଆଇ appeared first on Dharitri Odia News.

ନିର୍ବାଚନୀ ବଣ୍ଡ କିଣିଥିବା ସବୁଠୁ ବଡ଼ କମ୍ପାନୀ ଉପରେ ଏଫଆଇଆର ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ,୧୪।୪: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହାଇଦ୍ରାବାଦ ସ୍ଥିତ ମେଘା ଇଞ୍ଚିନିୟରିଂ ଆଣ୍ଡ ଏନଫ୍ରାଷ୍ଟ୍ରକଚର ଲିମିଟେଡ ବିରୋଧରେ ମାମଲା ରୁଜୁ କରିଛି। ଲାଞ୍ଚ ଦେଇଥିବା ମାମଲାକୁ ଭିତ୍ତି କରି ସବିଆଇ ଏଫଆଇଆର ରୁଜୁ କରିଛି। ଏହି କମ୍ପାନୀ ନିର୍ବାଚନୀ ବଣ୍ଡ କିଣିଥିବା ସବୁଠାରୁ ବଡ଼ କମ୍ପାନୀ ଅଟେ। ଯିଏକି ୯୬୬ କୋଟି ଟଙ୍କାର ଚାନ୍ଦା ଦେଇଥିଲା। ବିଶେଷ କରି କ୍ଷମତାସୀନ ଭାଜପା ସରକାରଙ୍କୂ ୫୮୬ କୋଟି ଟଙ୍କା ଚାନ୍ଦା ଦେଇଥିଲା।

ତେବେ କମ୍ପାନୀ ନାଁରେ ଅଭିଯୋଗ ହୋଇଛି କି, ଜଗଦଲପୁର ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ସହ ଜଡିତ କାମ ପାଇଁ ମେଘା ଇଞ୍ଜିନିୟରିଂ ୧୭୪ କୋଟି ଟଙ୍କା ଅନୁମୋଦନ କରିବା ଲାଗି ୭୮ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲା। ଏଇ ଏଫଆଇଆରରେ ସିବିଆଇ NISP ଓ NDMC ର ଆଠ ଜଣ ପୂର୍ବତନ ଓ ବର୍ତ୍ତମାନର ଅଧିକାରୀଙ୍କ ନାଁକୁ ସାମିଲ କରିଛି। ସେମାନେ ହେଲେ ସେବା ନିବୃତ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଶାନ୍ତ ଦାଶ, ନିର୍ଦ୍ଦେଶକ ଡିକେ ମହାନ୍ତି, ଡିଜିଏମ ପିକେ ଭୂୟାଁ, ଡିଏମ ନରେଶ ବାବୁ ଇତ୍ୟାଦି। ଏହି ସମସ୍ତେ ୭୩.୮୫ ଲକ୍ଷ ଟଙ୍କା ଲାଞ୍ଚ ନେଇଛନ୍ତି।

The post ନିର୍ବାଚନୀ ବଣ୍ଡ କିଣିଥିବା ସବୁଠୁ ବଡ଼ କମ୍ପାନୀ ଉପରେ ଏଫଆଇଆର ରୁଜୁ କଲା ସିବିଆଇ appeared first on Dharitri Odia News.