ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଜଣେ ବିବାହିତାଙ୍କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହିତାଜଣଙ୍କ ହେଲେ ରିତୁ ବେହେରା। ଏନେଇ ରିତୁ ଙ୍କ ବାପା ଯୋଗେନ୍ଦ୍ର ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୨୬୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ସୂଚନାନୁଯାୟୀ, ଶେରଗଡ଼ ଥାନା ଜି.ନୂଆପଲ୍ଲୀ ଗ୍ରାମର ରିତୁ ଖଲିଙ୍ଗି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ […] The post ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି… appeared first on Dharitri Odia News.

ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି…

ଦିଗପହଣ୍ଡି,୨୦।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଜଣେ ବିବାହିତାଙ୍କୁ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିବାହିତାଜଣଙ୍କ ହେଲେ ରିତୁ ବେହେରା। ଏନେଇ ରିତୁ ଙ୍କ ବାପା ଯୋଗେନ୍ଦ୍ର ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ.୨୬୭/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।

ସୂଚନାନୁଯାୟୀ, ଶେରଗଡ଼ ଥାନା ଜି.ନୂଆପଲ୍ଲୀ ଗ୍ରାମର ରିତୁ ଖଲିଙ୍ଗି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ ମୟୂର ବେହେରାଙ୍କୁ ପ୍ରାୟ ୧୫ ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କର ଏକ ପୁଅ ଓ ଝିଅ ଅଛନ୍ତି। କୌଣସି କାରଣକୁ ନେଇ ସ୍ବାମୀ ଓ ଶ୍ୱଶୁର ଘର ଲୋକେ ଗତ କିଛିବର୍ଷ ହେଲା ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସୋମବାର ସକାଳେ ରିତୁଙ୍କୁ ସ୍ବାମୀ ଓ ଶ୍ବଶୁର ଘର ଲୋକେ ଜବରଦସ୍ତ ବିଷ ପିଆଇ ଦେଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ତାଙ୍କ ମୃତ୍ୟୁ ଘଟିଥିଲା। ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଶ୍ରୀନିବାସ ଦାସ ମଙ୍ଗଳବାର ସକାଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ରିତୁଙ୍କ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପୋଲିସ ସାଇଣ୍ଟିଫିକ ଟିମ ସହ ମୟୂରଙ୍କ ଘରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଛନ୍ତି। ରିତୁଙ୍କ ସ୍ବାମୀ ମୟୂରଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି। ଅପରପକ୍ଷରେ ରିତୁ ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ଖାଇ ଦେଇଥିବା ସ୍ବାମୀ ମୟୂର ପୋଲିସ ନିକଟରେ ବୟାନ ଦେଇଛନ୍ତି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି।

The post ନିର୍ଯାତନା ଦେଇ ଆସୁଥିଲେ, ଶେଷରେ ବୋହୂଙ୍କୁ ବିଷ ଦେଇ ମାରିଦେଲେ; ସ୍ବାମୀଙ୍କୁ ଅଟକ ରଖି… appeared first on Dharitri Odia News.