ନିର୍ଯାତନା ସହ ପରକୀୟା ପ୍ରୀତି ସହି ନ ପାରି ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ, ଆଖି ବୁଜିଲେ…

ଖଜୁରିପଡ଼ା,୧୭ା୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ସୋମବାର ସ୍ତ୍ରୀଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ସ୍ବାମୀଙ୍କ ରାତିରେ ମୃତ୍ୟୁ ଘଟିଛି। ନିର୍ଯାତନା ଅସହ୍ୟ ହେବାରୁ ସ୍ତ୍ରୀ ଟାଙ୍ଗିଆରେ ଝାମ୍ଫି ଗାଁର ସ୍ବାମୀ ପ୍ରଶାନ୍ତ କହଁରଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଝାମ୍ଫି ଗାଁର ପ୍ରଶାନ୍ତ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏପରିକି ସେ ପରକୀୟା ପ୍ରୀତିରେ ମଧ୍ୟ ଥିଲେ। ଫଳରେ ୬ ପୁଅଙ୍କୁ […] The post ନିର୍ଯାତନା ସହ ପରକୀୟା ପ୍ରୀତି ସହି ନ ପାରି ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ, ଆଖି ବୁଜିଲେ… appeared first on Dharitri Odia News.

ନିର୍ଯାତନା ସହ ପରକୀୟା ପ୍ରୀତି ସହି ନ ପାରି ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ, ଆଖି ବୁଜିଲେ…

ଖଜୁରିପଡ଼ା,୧୭ା୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଞ୍ଚଳରେ ସୋମବାର ସ୍ତ୍ରୀଙ୍କ ଟାଙ୍ଗିଆ ଚୋଟରେ ଗୁରୁତର ସ୍ବାମୀଙ୍କ ରାତିରେ ମୃତ୍ୟୁ ଘଟିଛି। ନିର୍ଯାତନା ଅସହ୍ୟ ହେବାରୁ ସ୍ତ୍ରୀ ଟାଙ୍ଗିଆରେ ଝାମ୍ଫି ଗାଁର ସ୍ବାମୀ ପ୍ରଶାନ୍ତ କହଁରଙ୍କୁ ଆକ୍ରମଣ କରିଥିଲେ। ମଙ୍ଗଳବାର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଝାମ୍ଫି ଗାଁର ପ୍ରଶାନ୍ତ ପ୍ରତିଦିନ ନିଶାସକ୍ତ ଅବସ୍ଥାରେ ଆସି ସ୍ତ୍ରୀ ଅହଲ୍ୟାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେଉଥିଲେ। ଏପରିକି ସେ ପରକୀୟା ପ୍ରୀତିରେ ମଧ୍ୟ ଥିଲେ। ଫଳରେ ୬ ପୁଅଙ୍କୁ ଧରି ଅହଲ୍ୟା ଦୁଃଖରେ ରହୁଥିଲେ। ଏହାକୁ ନେଇ ସବୁବେଳେ ପରିବାରରେ ଅଶାନ୍ତି ଲାଗିରହୁଥିଲା। ସୋମବାର କୌଣସି କଥାକୁ ନେଇ ଝଗଡ଼ା ହେବାରୁ ପ୍ରଶାନ୍ତ ଏକ ଟାଙ୍ଗିଆ ଧରି ଅହଲ୍ୟାଙ୍କୁ ହାଣିବା ପାଇଁ ଗୋଡ଼ାଇଥିଲେ। ପରେ ସ୍ବାମୀଙ୍କ ହାତରୁ ଟାଙ୍ଗିଆ ଛଡ଼େଇନେଇ ଅହଲ୍ୟା ସେଥିରେ ତାଙ୍କୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ପ୍ରଶାନ୍ତଙ୍କୁ ଖଜୁରିପଡ଼ା ମେଡିକାଲକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ସେଠାରୁ ଫୁଲବାଣୀ ମେଡିକାଲକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି। ବାପାଙ୍କୁ ମାରି ଦିଆଯାଇଥିବା ନେଇ ପ୍ରଶାନ୍ତଙ୍କ ଝିଅ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ନଂ.୧୩୮/୨୫ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର କରିଛନ୍ତି। କିଛି ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଥିବା ଥାନା ଅଧିକାରୀ ଚାପଧାରୀ ପ୍ରଧାନ କହିଛନ୍ତି ।

The post ନିର୍ଯାତନା ସହ ପରକୀୟା ପ୍ରୀତି ସହି ନ ପାରି ସ୍ବାମୀଙ୍କୁ ଟାଙ୍ଗିଆରେ ହାଣିଦେଇଥିଲେ, ଆଖି ବୁଜିଲେ… appeared first on Dharitri Odia News.