ନିଲାମ ହେବ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ି

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗଙ୍କ ଦୁଇଟି ଦାମୀ ଗାଡ଼ି ନିଲାମ ହେବ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡି ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟରେ ନିଲାମ ନେଇ ଆବେଦନ କରାଯାଇଛି। ଏହି ଦୁଇ ଗାଡ଼ି ମଧ୍ୟରୁ ଗୋଟିଏ ଫୋର୍ଡ ଏଣ୍ଡେଭର ହୋଇଥିବାବେଳେ ଅନ୍ୟଟି ମହିନ୍ଦ୍ରା ଥର୍‌ ରହିଛି। ଏହି ଗାଡ଼ି ଦୁଇଟିର କ୍ରୟ ମୂଲ୍ୟ ୫୬ ଲକ୍ଷ ବୋଲି […] The post ନିଲାମ ହେବ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ି appeared first on Dharitri Odia News.

ନିଲାମ ହେବ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ି

ଭୁବନେଶ୍ୱର,୧୩।୨(ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗଙ୍କ ଦୁଇଟି ଦାମୀ ଗାଡ଼ି ନିଲାମ ହେବ। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଡି ପକ୍ଷରୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟରେ ନିଲାମ ନେଇ ଆବେଦନ କରାଯାଇଛି। ଏହି ଦୁଇ ଗାଡ଼ି ମଧ୍ୟରୁ ଗୋଟିଏ ଫୋର୍ଡ ଏଣ୍ଡେଭର ହୋଇଥିବାବେଳେ ଅନ୍ୟଟି ମହିନ୍ଦ୍ରା ଥର୍‌ ରହିଛି। ଏହି ଗାଡ଼ି ଦୁଇଟିର କ୍ରୟ ମୂଲ୍ୟ ୫୬ ଲକ୍ଷ ବୋଲି ଇଡି ଦର୍ଶାଇଛି। ହନିଟ୍ରାପ୍‌ ଦ୍ୱାରା ଅର୍ଜିତ ଅର୍ଥରେ ଏହି ଗାଡିଦୁଇଟିକୁ ଅର୍ଚ୍ଚନା କିଣିଥିବା ଇଡି ଉକ୍ତ ନିଲାମ ଆବେଦନରେ ଦର୍ଶାଇଥିବା ସୂଚନା ମିଳିଛି।

The post ନିଲାମ ହେବ ଅର୍ଚ୍ଚନାଙ୍କ ଦୁଇ ଦାମୀ ଗାଡ଼ି appeared first on Dharitri Odia News.