ନିଶା ଖାଇବା ପାଇଁ ଦେଲାନି ପଇସା, ପୁଅର ଫାଉଡା ଚୋଟରେ ମାଆ ମୃତ
ପୁରୀ: ମରିଯାଉଛି ମାନବିକାତ । ଜନ୍ମକଲା ମାଆଙ୍କୁ ବି ଛାଡୁନି ପୁଅ । ପୁଅର ଫାଉଡା ଚୋଟରେ ମାଆ ମୃତ । ପୁରୀ ସଦର ସମଙ୍ଗରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି କନକ ପ୍ରଧାନ। ଆଜି ସକାଳେ ପୁଅ ପିଙ୍କୁ ନିଶା ଖାଇବା ପାଇଁ ମାଆ କନକଙ୍କୁ ଟଙ୍କା ମାଗିଥିଲା । ତେବେ କନକ ଟଙ୍କା ଦେବେନାହିଁ ବୋଲି ସିଧାସିଧା ମନା କରିଦେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ପିଙ୍କୁ ନିକଟରେ […] The post ନିଶା ଖାଇବା ପାଇଁ ଦେଲାନି ପଇସା, ପୁଅର ଫାଉଡା ଚୋଟରେ ମାଆ ମୃତ appeared first on KNews Odisha.

ପୁରୀ: ମରିଯାଉଛି ମାନବିକାତ । ଜନ୍ମକଲା ମାଆଙ୍କୁ ବି ଛାଡୁନି ପୁଅ । ପୁଅର ଫାଉଡା ଚୋଟରେ ମାଆ ମୃତ । ପୁରୀ ସଦର ସମଙ୍ଗରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ହେଉଛନ୍ତି କନକ ପ୍ରଧାନ।
ଆଜି ସକାଳେ ପୁଅ ପିଙ୍କୁ ନିଶା ଖାଇବା ପାଇଁ ମାଆ କନକଙ୍କୁ ଟଙ୍କା ମାଗିଥିଲା । ତେବେ କନକ ଟଙ୍କା ଦେବେନାହିଁ ବୋଲି ସିଧାସିଧା ମନା କରିଦେଇଥିଲେ । ଏଥିରେ ଉତ୍ତକ୍ଷିପ୍ତ ହୋଇ ପିଙ୍କୁ ନିକଟରେ ଥିବା ଏକ ଫାଉଡ଼ାରେ କନକଙ୍କ ମୁଣ୍ଡକୁ ହାଣି ଦେଇଥିଲା । କନକ ପାଟିକରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଆସିଵାରୁ ସେମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫାଉଡ଼ା ଚୋଟରେ ଘଟଣାସ୍ଥଳରେ ହିଁ କନକ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିଛି।
ଆହୁରି ପଢ଼ନ୍ତୁ : SORRY କହି ବାଇକ ଫେରାଇ ଦେଲା ଲୁଟେରା, ଚିଠିରେ ଲେଖିଦେଇ ଗଲେ ବାଇକ ଚୋରିର କାହାଣୀ
The post ନିଶା ଖାଇବା ପାଇଁ ଦେଲାନି ପଇସା, ପୁଅର ଫାଉଡା ଚୋଟରେ ମାଆ ମୃତ appeared first on KNews Odisha.