ନିଶା ଦେଇ ଜେଜେମା’-ନାତୁଣୀଙ୍କୁ ଅପହରଣ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସୁନା ଜବତ
ପୁରୁଷୋତ୍ତମପୁର,୧୭ା୧ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହାକି ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଅଟୋ ଚାଳକ ଜଣେ ୬୦ ବର୍ଷିଆ ବୃଦ୍ଧାଙ୍କ ସହ ୬ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରିନେଇ ସେମାନଙ୍କୁ ନିଶାଦେଇ ପିନ୍ଧିଥିବା ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଅଟୋ (ନଂ. ଓଡି ୨୫- ୦୯୧୨), ନିଶା […] The post ନିଶା ଦେଇ ଜେଜେମା’-ନାତୁଣୀଙ୍କୁ ଅପହରଣ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସୁନା ଜବତ appeared first on Dharitri Odia News.
ପୁରୁଷୋତ୍ତମପୁର,୧୭ା୧ (ସୀମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଯାହାକି ଏକ ଅଟୋ ଯୋଗେ ଘରକୁ ଫେରୁଥିବା ବେଳେ ଅଟୋ ଚାଳକ ଜଣେ ୬୦ ବର୍ଷିଆ ବୃଦ୍ଧାଙ୍କ ସହ ୬ ବର୍ଷର ଶିଶୁ କନ୍ୟାଙ୍କୁ ଅପହରଣ କରିନେଇ ସେମାନଙ୍କୁ ନିଶାଦେଇ ପିନ୍ଧିଥିବା ସୁନା, ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଘଟଣାରେ ବ୍ୟବହୃତ ଅଟୋ (ନଂ. ଓଡି ୨୫- ୦୯୧୨), ନିଶା ବଟିକା, ମୋବାଇଲ ଫୋନ ଓ ଲୁଟି ନେଇଥିବା ୧୬ ଗ୍ରାମର ସୁନାକୁ ଜବତ କରିଥିବା ଆଇଆଇସି ରାଜେଶ କୁମାର ନାୟକ କହିଛନ୍ତି। ସୂଚନାଯୋଗ୍ୟ, ୪ ତାରିଖରେ ପୁରୁଷୋତ୍ତମପୁର ଚାଙ୍ଗୁଡିଆପଦର ସାହିର କୁନ୍ତଳା ଗୌଡ(୬୮) ତାଙ୍କ ନାତୁଣୀ ସୁଇଟି(୬)ଙ୍କୁ ଧରି ନିଜ ଝିଅ ଘର ଚଢେଆପଲୀରୁ ନିଜ ଗ୍ରାମକୁ ଏକ ଅଟୋ ଯୋଗେ ଫେରିବା ବେଳେ ଅଟୋ ଚାଳକ ସେମାନଙ୍କୁ ପୁରୁଷୋତ୍ତମପୁର ଆଣି ଛାଡ଼ିବା ପରିବର୍ତ୍ତେ ବାଟରୁ ଅପହରଣ କରି ଅନ୍ୟ ଏକ ରାସ୍ତାକୁ ନେଇଯାଇଥିଲେ। ଇତିମଧ୍ୟରେ ଅଟୋ ଚାଳକ କୌଶଳତାର ସହ କୁନ୍ତଳା ଏବଂ ସୁଇଟିଙ୍କ ସହ ବିଶ୍ୱାସ ଜନ୍ମାଇ ଲଡୁ ଓ କୋଲଡ୍ରିଙ୍ଗରେ ନିଶା ବଟିକା ମିଶାଇ ଖାଇବାକୁ ଦେଇଥିଲେ। ଏହାକୁ ଖାଇ ସେମାନେ ସଂଜ୍ଞାହୀନ ହୋଇପଡ଼ିଥିଲେ। ଏହାର ସୁଯୋଗନେଇ ବୃଦ୍ଧା କୁନ୍ତଳା ପିନ୍ଧିଥିବା ସୁନା, ରୁପା ଅଳଙ୍କାରକୁ ଲୁଟି ନେଇ ରମ୍ଭା ଥାନା ଅନ୍ତର୍ଗତ କାଇଁଚପୁର ଗାଁ ନିକଟସ୍ଥ ଏକ ବିଶ୍ରାମସ୍ଥଳ ନିକଟରେ ସେମାନଙ୍କୁ ପକାଇ ଦେଇ ଅଟୋଚାଳକ ଚମ୍ପଟ ମାରିଥିଲା।
The post ନିଶା ଦେଇ ଜେଜେମା’-ନାତୁଣୀଙ୍କୁ ଅପହରଣ ଘଟଣା: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ, ସୁନା ଜବତ appeared first on Dharitri Odia News.