ନିଶା ଦେଇ ବୃଦ୍ଧଙ୍କ ଆଖି ତାଡିନେଲେ ! ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ବଲାଙ୍ଗୀର ୨୪/୧୨: ବଲାଙ୍ଗିର ଲୋଇସିଂହାରେ ଅଜବ ଘଟଣା । ରାସ୍ତାରେ ଚାଲିକି ଯାଉଥିବା ବୃଦ୍ଧଙ୍କୁ ଅଟକାଇ ନିସାଦେଇ ବେହୋସ କରିବା ପରେ ଆଖି ତାଡିନେବା ଉଦ୍ୟମ । ଏଭଳି ଏକ ଅଜବ ଘଟଣା ବଲାଙ୍ଗୀର ଲୋଇସିଂହା ଥାନା ଏନଏଚ ୨୬ ଲୋଇସିଂହା ପେଟ୍ରୋଲ ପମ୍ପନିକଟରେ ଘଟିଛି । ଲୋଇସିଂହା ବୁରଡା ନିଜ ସମ୍ପର୍କୀୟ ଘରୁ ନିଜଘରକୁ ଫେରୁଥିବା ବେଳେ ବୃଦ୍ଧଙ୍କୁ ବାଟରେ ଅଟକାଇ କରିଛନ୍ତି ଏଭଳି ଆକ୍ରମଣ । ତେବେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ଲିଫ୍ଟ ଦେବାକୁ କହିଥିଲେ । ବୃଦ୍ଧଙ୍କ ଘର ନିକଟରେ ଥିବାରୁ ମନା କରିଥିଲେ। ପରେ ପଛପଟୁ ଆସି ବେକକୁ ଜାବୁଡି ଧରି କୌଣସି ଏକ ନିଶା ପ୍ଲାଷ୍ଟିକ ବୋତଲରେ ପିଆଇ ଦେଇଥିଲେ । ପରେ ବେହୋସ ହେବା ପରେ ତାଙ୍କ ଆଖି ତାଡିବାକୁ ଉଦ୍ୟମ କରିଥିଲେ । ହେଲେ ଅଧା ଆଖି ବାହାରିବା ବେଳେ ଚେତା ଫେରିପାଇଥିଲେ ବୃଦ୍ଧ । ଏନେଇ ଛଟପଟ ହେବାରୁ ତାଙ୍କୁ ଛାଡି ଫେରାର ମରିଥିଲେ ଦୁର୍ବୃତ୍ତ। ଵୃଦ୍ଧଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବୃଦ୍ଧଙ୍କ ନା ଇନସନ ଝାଙ୍କର ତାଙ୍କଘର ବୁଦେଲ ବାହାଲ ରେ । ତେବେ ଘଟଣାରେ ପୋଲିସକୁ ଏତଲା ଦେଇଥିବା ବେଳେ ଲୋଇସିଂହା ପୋଲିସ ଛାନଭିନ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରି କେବଳ ଆଖିକୁ ନେବାକୁ ଚେଷ୍ଟାକଲା ତାହା କାରଣ ଅସ୍ପଷ୍ଟ। କାରଣ ବୃଦ୍ଧଙ୍କ କାହା ସହ ନା କଳି ନା ଝଗଡା ନା ଶତ୍ରୁତା କିଛି ନଥିବା କହିଛନ୍ତି ତାଙ୍କ ପରିବାର ଲୋକ।
ବଲାଙ୍ଗୀର ୨୪/୧୨: ବଲାଙ୍ଗିର ଲୋଇସିଂହାରେ ଅଜବ ଘଟଣା । ରାସ୍ତାରେ ଚାଲିକି ଯାଉଥିବା ବୃଦ୍ଧଙ୍କୁ ଅଟକାଇ ନିସାଦେଇ ବେହୋସ କରିବା ପରେ ଆଖି ତାଡିନେବା ଉଦ୍ୟମ । ଏଭଳି ଏକ ଅଜବ ଘଟଣା ବଲାଙ୍ଗୀର ଲୋଇସିଂହା ଥାନା ଏନଏଚ ୨୬ ଲୋଇସିଂହା ପେଟ୍ରୋଲ ପମ୍ପନିକଟରେ ଘଟିଛି ।
ଲୋଇସିଂହା ବୁରଡା ନିଜ ସମ୍ପର୍କୀୟ ଘରୁ ନିଜଘରକୁ ଫେରୁଥିବା ବେଳେ ବୃଦ୍ଧଙ୍କୁ ବାଟରେ ଅଟକାଇ କରିଛନ୍ତି ଏଭଳି ଆକ୍ରମଣ । ତେବେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ପ୍ରଥମେ ଲିଫ୍ଟ ଦେବାକୁ କହିଥିଲେ । ବୃଦ୍ଧଙ୍କ ଘର ନିକଟରେ ଥିବାରୁ ମନା କରିଥିଲେ। ପରେ ପଛପଟୁ ଆସି ବେକକୁ ଜାବୁଡି ଧରି କୌଣସି ଏକ ନିଶା ପ୍ଲାଷ୍ଟିକ ବୋତଲରେ ପିଆଇ ଦେଇଥିଲେ । ପରେ ବେହୋସ ହେବା ପରେ ତାଙ୍କ ଆଖି ତାଡିବାକୁ ଉଦ୍ୟମ କରିଥିଲେ । ହେଲେ ଅଧା ଆଖି ବାହାରିବା ବେଳେ ଚେତା ଫେରିପାଇଥିଲେ ବୃଦ୍ଧ ।
ଏନେଇ ଛଟପଟ ହେବାରୁ ତାଙ୍କୁ ଛାଡି ଫେରାର ମରିଥିଲେ ଦୁର୍ବୃତ୍ତ। ଵୃଦ୍ଧଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ବୃଦ୍ଧଙ୍କ ନା ଇନସନ ଝାଙ୍କର ତାଙ୍କଘର ବୁଦେଲ ବାହାଲ ରେ । ତେବେ ଘଟଣାରେ ପୋଲିସକୁ ଏତଲା ଦେଇଥିବା ବେଳେ ଲୋଇସିଂହା ପୋଲିସ ଛାନଭିନ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରି କେବଳ ଆଖିକୁ ନେବାକୁ ଚେଷ୍ଟାକଲା ତାହା କାରଣ ଅସ୍ପଷ୍ଟ।
କାରଣ ବୃଦ୍ଧଙ୍କ କାହା ସହ ନା କଳି ନା ଝଗଡା ନା ଶତ୍ରୁତା କିଛି ନଥିବା କହିଛନ୍ତି ତାଙ୍କ ପରିବାର ଲୋକ। ତେବେ କାହିଁକି ଜଣେ ତାଙ୍କୁ ଏଭଳି ଅଜବ ଆକ୍ରମଣ କରିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ। ଏଥିରେ କିଛି ରାକେଟ କାମ କରୁନାହିଁ ତ ? କାରଣ ସେହି ଅଞ୍ଚଳରେ ଆଗରୁ ମଧ୍ୟ ଏଭଳି ଘଟଣା ଘଟିଥିବା ନଜିର ରହିଛି। ଏବେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ବୃଦ୍ଧ। ତାଙ୍କ ଆଖି ଆଜି ପରୀକ୍ଷା କରି ଆବଶ୍ୟକ ହେଲେ ବୁର୍ଲା ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।