ନୀତୀଶ ରେଡ୍ଡୀଙ୍କ ଅଲ୍ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ
ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୧ ରନ କରିଥିବାବେଳେ ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହିଥିଲା। କେବଳ ମହମୁଦୁଲ୍ଲାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟର ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ। ମହମୁଦୁଲ୍ଲା ୩ ଛକା […] The post ନୀତୀଶ ରେଡ୍ଡୀଙ୍କ ଅଲ୍ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ appeared first on Dharitri Odia News.
ନୂଆଦିଲ୍ଲୀ,୯ା୧୦: ନୀତୀଶ କୁମାର ରେଡ୍ଡୀଙ୍କ ଅଲ୍ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୮୬ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୨୨୧ ରନ କରିଥିବାବେଳେ ବାଂଲାଦେଶ ୨୦ ଓଭରରେ ୯ ଉଇକେଟ ହରାଇ ୧୩୫ ରନରେ ସୀମିତ ରହିଥିଲା। କେବଳ ମହମୁଦୁଲ୍ଲାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବାଂଲାଦେଶୀ ବ୍ୟାଟର ଭାରତୀୟ ବୋଲରଙ୍କୁ ସଫଳ ମୁକାବିଲା କରିପାରି ନ ଥିଲେ।
ମହମୁଦୁଲ୍ଲା ୩ ଛକା ସହାୟତାରେ ୪୧ ରନ କରିଥିଲେ। ଭାରତ ପକ୍ଷରୁ ନୀତୀଶ କୁମାର ରେଡ୍ଡୀ ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏ ଏବଂ ଅର୍ଶଦୀପ ସିଂ, ଓ୍ବାଶିଂଟନ ସୁନ୍ଦର, ଅଭିଷେକ ଶର୍ମା, ମୟଙ୍କ ଯାଦବ ଓ ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୂର୍ବରୁ ପ୍ରଥମ ଟି୨୦ ଜିତିଥିବା ଭାରତ ୨-୦ରେ ଅଗ୍ରଣୀ ରହିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି। ଘରୋଇ ମାଟିରେ ଭାରତର ଏହା ୧୬ଶ ସିରିଜ ବିଜୟ। ୨୦୧୯ଠାରୁ ଭାରତ ଘରୋଇ ପରିବେଶରେ ଗୋଟିଏ ହେଲେ ଟି୨୦ ସିରିଜ ହାରିନାହିଁ।
ପୂର୍ବରୁ ଅପରିବର୍ତ୍ତିତ ଏକାଦଶ ସହ ଓହ୍ଲାଇଥିବା ବେଳେ ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ବାଂଲାଦେଶ। ସଞ୍ଜୁ ସାମସନ୍(୧୦), ଅଭିଷେକ ଶର୍ମା(୧୫) ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧୦) ବିଫଳ ହୋଇଥିବା ବେଳେ ଭାରତ ୪୧ ରନ୍ରେ ୩ ଉଇକେଟ ହରାଇଥିଲା। ତେବେ କ୍ୟାରିୟରର ଦ୍ୱିତୀୟ ଟି୨୦ ମ୍ୟାଚ୍ ଖେଳୁଥିବା ନୀତୀଶ ଚମତ୍କାର ବ୍ୟାଟିଂ କରିଥିଲେ।
୩୪ ବଲ୍ରୁ ୭୪ ରନ୍ କରିବା ସହ ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ଅର୍ଦ୍ଧଶତକ ନିଜ ନାମରେ କରିଥିଲେ। ଏହି ଇନିଂସରେ ୪ ଚୌକା ଓ ୭ ଛକା ସାମିଲ ଥିଲା। ବାଂଲାଦେଶ ବୋଲର ରିଶଦ ହୋସେନଙ୍କୁ ସେ ଟାର୍ଗେଟ କରିଥିବା ବେଳେ ଗୋଟିଏ ଓଭରରୁ ୨୪ ରନ୍ ଆଦାୟ କରିଥିଲେ। ଏହା ସହ ଚତୁର୍ଥ ସର୍ବ କନିଷ୍ଠ ଭାରତୀୟ ଖେଳାଳି ଭାବରେ ନୀତୀଶ ଟି୨୦ ଅର୍ଦ୍ଧଶତକ ରେକର୍ଡ କରିଛନ୍ତି। ରୋହିତ ଶର୍ମା ୨୦ ବର୍ଷ ୧୪୩ ଦିନରେ ଅର୍ଦ୍ଧଶତକ ମାରି ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି। ତିଲକ ବର୍ମା ୨୦ ବର୍ଷ ୨୭୧ ଦିନ, ରିଷଭ ପନ୍ତ ୨୧ ବର୍ଷ ୩୮ ଦିନ ସହ ପରବର୍ତ୍ତୀ ୨ ସ୍ଥାନରେ ଅଛନ୍ତି। ଅନ୍ୟ ପକ୍ଷରେ ନୀତୀଶ ୨୧ ବର୍ଷ ୧୩୬ ଦିନରେ ଅର୍ଦ୍ଧଶତକ ମାରି ଚତୁର୍ଥ ସ୍ଥାନରେ ରହିଛନ୍ତି।
ରିଙ୍କୁ ସିଂ(୫୩) ରନ୍ଙ୍କ ସହିତ ସେ ପଞ୍ଚମ ଉଇକେଟରେ ୪୮ ବଲ୍ରୁ ୧୦୮ ରନ୍ ଯୋଡିଥିଲେ। ନୀତୀଶ ପ୍ୟାଭିଲିୟନ ଫେରିବା ପରେ ମଧ୍ୟ ରିଙ୍କୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖି ୨୯ ବଲ୍ରୁ ୫୩ ରନ୍ କରିଥିଲେ। ଏହି ଇନିଂସରେ ୫ ଚୌକା ଓ ୩ ଛକା ସାମିଲ ଥିଲା। ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍ରୁ ୨ଟି ଲେଖାଏ ଛକା ଓ ଚୌକା ସହ ୩୨ ଓ ରିୟାନ ପରାଗ ୬ ବଲ୍ରୁ ୧୫ ରନ୍ ସ୍କୋର କରିଥିଲେ। ବାଂଲାଦେଶ ପକ୍ଷରୁ ରିଶଦ ହୋସେନ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ୪ ଓଭରରେ ୫୫ ରନ୍ ବ୍ୟୟ କରିଥିଲେ। ନୀତୀଶ ଓ ରିଙ୍କୁଙ୍କ ପ୍ରହାରରେ ପ୍ରଥମ ୩ ଓଭରରେ ୪୮ ରନ୍ ଦେଇଥିଲେ। ଅନ୍ୟ ପକ୍ଷରେ ଇନିଂସର ଅନ୍ତିମ ଓଭର ବୋଲିଂ କରି ମାତ୍ର ୭ ରନ୍ ଦେଇ ୩ଟି ଯାକ ଉଇକେଟ ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ତାସ୍କିନ ଅହମଦ, ମୁସ୍ତାଫିଜୁର ରହମନ ଓ ତାଞ୍ଜିମ ହସନ ଶକିବ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
The post ନୀତୀଶ ରେଡ୍ଡୀଙ୍କ ଅଲ୍ରାଉଣ୍ଡ ସଫଳତା: ଭାରତ ଟି୨୦ ସିରିଜ ବିଜୟୀ appeared first on Dharitri Odia News.