ନୂଆ ନିୟମ ଆଣିବ ଏଫ୍ଏସ୍ଏସ୍ଏଆଇ
ଭୁବନେଶ୍ୱର,୮।୭(ଅନୁରାଧା ମହାରଣା):ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍ ଫ୍ୟାଟ୍ ବିଷୟରେ ସୂଚନା ମୁଦ୍ରଣ କରିବା ବାଧ୍ୟତାମୂଳକ କରିବାକୁ ଏଫ୍ଏସ୍ଏସ୍ଏଆଇ ଯୋଜନା କରୁଛି। ଏନେଇ ଆୟୋଜିତ ସ୍ବତନ୍ତ୍ର ବୈଠକରେ ଏଫ୍ଏସ୍ଏସ୍ଏଆଇ ନିଷ୍ପତ୍ତି ନେଇଛି ଯେ, ବର୍ତ୍ତମାନ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ସାମଗ୍ରୀରେ ଲୁଣ, ଚିନି ଇତ୍ୟାଦି […] The post ନୂଆ ନିୟମ ଆଣିବ ଏଫ୍ଏସ୍ଏସ୍ଏଆଇ appeared first on Dharitri Odia News.
ଭୁବନେଶ୍ୱର,୮।୭(ଅନୁରାଧା ମହାରଣା):ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ(ଏଫ୍ଏସ୍ଏସ୍ଏଆଇ) ପ୍ୟାକେଜ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା କମ୍ପାନୀଗୁଡିକ ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିଷ୍ପତ୍ତି ନେଇଛି। ବୋଲ୍ଡ ଅକ୍ଷରରେ ପ୍ୟାକେଜ ଖାଦ୍ୟ ପଦାର୍ଥରେ ଲୁଣ, ଚିନି ଏବଂ ସାଚୁରେଟେଡ୍ ଫ୍ୟାଟ୍ ବିଷୟରେ ସୂଚନା ମୁଦ୍ରଣ କରିବା ବାଧ୍ୟତାମୂଳକ କରିବାକୁ ଏଫ୍ଏସ୍ଏସ୍ଏଆଇ ଯୋଜନା କରୁଛି। ଏନେଇ ଆୟୋଜିତ ସ୍ବତନ୍ତ୍ର ବୈଠକରେ ଏଫ୍ଏସ୍ଏସ୍ଏଆଇ ନିଷ୍ପତ୍ତି ନେଇଛି ଯେ, ବର୍ତ୍ତମାନ ପୁଷ୍ଟିକର ଖାଦ୍ୟ ସମ୍ବନ୍ଧୀୟ ସାମଗ୍ରୀରେ ଲୁଣ, ଚିନି ଇତ୍ୟାଦି ପରିମାଣର ପୁଷ୍ଟିକର ସୂଚନାକୁ ଠିକ୍ ଭାବରେ ସୂଚିତ କରିବାର ଆବଶ୍ୟକତା ରହିଛି। ଏଫ୍ଏସ୍ଏସ୍ଏଆଇ ଏହା ସ୍ପଷ୍ଟ କରିଛି ଯେ, ପୁଷ୍ଟିକର ସମ୍ବନ୍ଧୀୟ ସୂଚନାକୁ ବୋଲ୍ଡ ଅକ୍ଷରରେ ଛାପିବା ସହିତ ବର୍ତ୍ତମାନ କମ୍ପାନୀଗୁଡ଼ିକୁ ଏହାକୁ ବଡ଼ ଫଣ୍ଟରେ ପ୍ରିଣ୍ଟ କରିବାକୁ ପଡିବ। ଏଥିପାଇଁ ଏଫ୍ଏସ୍ଏସ୍ଏଆଇ ଦ୍ୱାରା ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହି ପ୍ରସଙ୍ଗରେ ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ, ଖାଦ୍ୟ ନିୟାମକ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରି ସମସ୍ତ ପକ୍ଷଙ୍କଠାରୁ ପରାମର୍ଶ ଲୋଡିବେ। ଏହା ପରେ ଏକ ବିଜ୍ଞପ୍ତି ଜାରି କରାଯିବ ଏବଂ ଏହା ଏକ ଆଇନ ହେବ। ଏହାର ୪୪ ତମ ବୈଠକରେ ଚେୟାରମ୍ୟାନ ଅପୂର୍ବଚନ୍ଦ୍ରଙ୍କ ଉପସ୍ଥିତିରେ ଏଫଏସ୍ଏସ୍ଏଆଇ ଏହି ନିଷ୍ପତ୍ତି ନେଇଛି। ଗ୍ରାହକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଉଛି। ଏହା ଗ୍ରାହକଙ୍କ ଯେକୌଣସି ଦ୍ରବ୍ୟର ପୁଷ୍ଟିକର ମୂଲ୍ୟ ବୁଝିବାରେ ସାହାଯ୍ୟ କରିବ। ଏହାଦ୍ୱାରା ଗ୍ରାହକମାନେ ସେମାନେ ଖାଦ୍ୟପଦାର୍ଥ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ଏବଂ ତାହା କିଣିବେ କି ନାହିଁ ବିଚାର କରିପାରିବେ। ସୂଚନାଯୋଗ୍ୟ ଯେ ଗତ କିଛି ମାସ ମଧ୍ୟରେ ପ୍ୟାକେଜ ଖାଦ୍ୟ ସାମଗ୍ରୀରେ ଲୁଣ ଏବଂ ଚିନି ପରିମାଣକୁ ନେଇ ବିବାଦ ଲାଗି ରହିଥିଲା। ଦୀର୍ଘ ସମୟ ଧରି ଏକ ଚାହିଦା ଥିଲା ଯେ ପ୍ୟାକେଜ ଖାଦ୍ୟ ସାମଗ୍ରୀ ଉପରେ ବୋଲ୍ଡ ଅକ୍ଷରରେ ଚିନି, ଲୁଣ ଏବଂ ଟ୍ରାନ୍ସ ଫ୍ୟାଟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଉଲ୍ଲେଖ କରିବା ଉଚିତ। ଏହା ଗ୍ରାହକମାନଙ୍କୁ ଖାଦ୍ୟ ସାମଗ୍ରୀର ପୁଷ୍ଟିକର ମୂଲ୍ୟ ବିଷୟରେ ସୂଚନା ପାଇବାରେ ସାହାଯ୍ୟ କରିବ।
The post ନୂଆ ନିୟମ ଆଣିବ ଏଫ୍ଏସ୍ଏସ୍ଏଆଇ appeared first on Dharitri Odia News.