ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏକ୍ସ ପ୍ରୋଫାଇଲ ପରିବର୍ତ୍ତନ କଲେ ନବୀନ

ଭୁବନେଶ୍ୱର,୧୨।୬: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ସେ ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ପ୍ରୋଫାଇଲରେ ନାଁ ପରିବର୍ତ୍ତନ କରିଛନ୍ତି। ଏବେ କେବଳ ନବୀନ ବିଜେଡିର ସଭାପତି ବୋଲି ପ୍ରୋଫାଇଲରେ ରଖିଛନ୍ତି। ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ୫ […] The post ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏକ୍ସ ପ୍ରୋଫାଇଲ ପରିବର୍ତ୍ତନ କଲେ ନବୀନ appeared first on Dharitri Odia News.

ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏକ୍ସ ପ୍ରୋଫାଇଲ ପରିବର୍ତ୍ତନ କଲେ ନବୀନ

ଭୁବନେଶ୍ୱର,୧୨।୬: କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ସେ ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ତେବେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଏକ୍ସ ପ୍ରୋଫାଇଲରେ ନାଁ ପରିବର୍ତ୍ତନ କରିଛନ୍ତି। ଏବେ କେବଳ ନବୀନ ବିଜେଡିର ସଭାପତି ବୋଲି ପ୍ରୋଫାଇଲରେ ରଖିଛନ୍ତି।

ଓଡ଼ିଶାରେ ନବୀନ ଯୁଗର ଅନ୍ତ ଘଟିଲା। ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ୫ ଥରର ମୁଖ୍ୟମନ୍ତ୍ରୀ ଥିବା ନବୀନ ଏବେ ପାଲଟି ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଥିସହ ତାଙ୍କର ବର୍ତ୍ତମାନର ପରିଚୟ କେବଳ ବିଧାୟକ। ଦୀର୍ଘ ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦରେ ବସିଥିବା ନବୀନ ପଟ୍ଟନାୟକ ଜୀବନରେ ପ୍ରଥମ ଥର ପାଇଁ ବିରୋଧୀ ଆସନରେ ବସିବେ ।

The post ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ଏକ୍ସ ପ୍ରୋଫାଇଲ ପରିବର୍ତ୍ତନ କଲେ ନବୀନ appeared first on Dharitri Odia News.