ନୂଆ ସରକାରର ଶପଥ ସମାରୋହ, ମଞ୍ଚରେ ବହୁ ମହା ନେତା, କିନ୍ତୁ ନବୀନ ହେଲେ ସମସ୍ତଙ୍କ ଆକର୍ଷଣ
ଭୁବନେଶ୍ୱର ୧୨/୦୬: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ନୂଆ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଶପଥ ଗ୍ରହଣ ମଞ୍ଚରେ ଦେଖିବାକୁ ମିଳିଥିଲା ଗଣତନ୍ତ୍ରର ସବୁଠୁ ସୁନ୍ଦର ଦୃଶ୍ୟ । ବିଜେପିର ନିମନ୍ତ୍ରଣ ରକ୍ଷା କରି ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଞ୍ଚ ଉପରକୁ ନବୀନ ପଟ୍ଟନାୟକ ଉଠିବା ପରେ ଯେଉଁ ଦୃଶ୍ୟ ସାମନାକୁ ଆସିଥିଲା ସେଥିରେ ସମସ୍ତେ ଅଭିଭୂତ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମଞ୍ଚକୁ ପାଛୋଟି ଆଣିଥିଲେ । ଏହାପରେ ମଞ୍ଚରେ ଉପସ୍ଥିତ ବିଜେପିର ସମସ୍ତ କେନ୍ଦ୍ରୀୟ ନେତୃତ୍ୱ ଜଣେ ଜଣେ କରି ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ହାତ ମିଳାଇବା ସହ କଥା ହୋଇଥିଲେ ।କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜେପି ନଡ୍ଡା, ନିତିନ ଗଡକରୀଙ୍କ ଠାରୁ ଆରମ୍ଭ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟିବାର ଦୃଶ୍ୟ ବେଶ କିଛି ବୟାନ କରୁଥିଲା । ନବୀନ ପଟ୍ଟନାୟକଙ୍କ ପାଇଁ ବିଜେପି ନେତାଙ୍କ ସମ୍ମାନ ପରମ୍ପରାଠାରୁ ବହୁ ଅଧିକ ଥିଲା, ଯାହା ବେଶ ପ୍ରଶଂସାଯୋଗ୍ୟ । କେବଳ ଏତିକି ନୁହେଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସରିବା ପରେ ଉପସ୍ଥିତି ଜନତାଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ର
ଭୁବନେଶ୍ୱର ୧୨/୦୬: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ନୂଆ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ । ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଏବଂ ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ତେବେ ଶପଥ ଗ୍ରହଣ ମଞ୍ଚରେ ଦେଖିବାକୁ ମିଳିଥିଲା ଗଣତନ୍ତ୍ରର ସବୁଠୁ ସୁନ୍ଦର ଦୃଶ୍ୟ । ବିଜେପିର ନିମନ୍ତ୍ରଣ ରକ୍ଷା କରି ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ପହଞ୍ଚିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଞ୍ଚ ଉପରକୁ ନବୀନ ପଟ୍ଟନାୟକ ଉଠିବା ପରେ ଯେଉଁ ଦୃଶ୍ୟ ସାମନାକୁ ଆସିଥିଲା ସେଥିରେ ସମସ୍ତେ ଅଭିଭୂତ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମଞ୍ଚକୁ ପାଛୋଟି ଆଣିଥିଲେ । ଏହାପରେ ମଞ୍ଚରେ ଉପସ୍ଥିତ ବିଜେପିର ସମସ୍ତ କେନ୍ଦ୍ରୀୟ ନେତୃତ୍ୱ ଜଣେ ଜଣେ କରି ନବୀନ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ହାତ ମିଳାଇବା ସହ କଥା ହୋଇଥିଲେ ।
କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜେପି ନଡ୍ଡା, ନିତିନ ଗଡକରୀଙ୍କ ଠାରୁ ଆରମ୍ଭ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ନବୀନ ପଟ୍ଟନାୟକଙ୍କ ଭେଟିବାର ଦୃଶ୍ୟ ବେଶ କିଛି ବୟାନ କରୁଥିଲା । ନବୀନ ପଟ୍ଟନାୟକଙ୍କ ପାଇଁ ବିଜେପି ନେତାଙ୍କ ସମ୍ମାନ ପରମ୍ପରାଠାରୁ ବହୁ ଅଧିକ ଥିଲା, ଯାହା ବେଶ ପ୍ରଶଂସାଯୋଗ୍ୟ । କେବଳ ଏତିକି ନୁହେଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସରିବା ପରେ ଉପସ୍ଥିତି ଜନତାଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ନବୀନ ପଟ୍ଟନାୟକଙ୍କୁ ପାଖକୁ ଯାଇଥିଲେ । ସେଠାରେ କିଛି ମିନିଟ୍ ଯାଏ ଦୁହେଁ କଥାବର୍ତ୍ତା ହୋଇଥିଲେ । ଯାହା ରାଜନୀତିରେ ଥିବା ଲୋକଙ୍କ ପାଇଁ ଏକ ସୁନ୍ଦର ସନ୍ଦେଶ ଦେଇଥିଲା । ଶପଥ ଗ୍ରହଣ ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ମଧ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।